ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

Published By : Prameya-News7 Bureau | March 18, 2019 IST

ନୂଆଦିଲ୍ଲୀ ୧୮|୩ : ସାଧାରଣ ନିର୍ବାଚନ ପାଇଁ ଆଜି ଅଧିସୂଚନା ଜାରି ହେବ । ଆସନ୍ତା ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୯୧ ଲୋକସଭା ଆସନ ପାଇଁ ଆଜିଠାରୁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । 

ଆନ୍ଧ୍ରପ୍ରଦେଶର ୨୫, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୭, ଆସାମ ଓ ଉତ୍ତରାଖଣ୍ଡର ୫, ବିହାର ଓ ଓଡିଶାର ୪, ଅରୁଣାଚଳ ପ୍ରଦେଶ, ମେଘାଳୟ, ପଶ୍ଚିମବଙ୍ଗ ଓ ଜାମ୍ମୁ କାଶ୍ମୀରର ୨, ଛତିଶଗଡ, ମିଜୋରାମ, ସିକିମ, ତ୍ରିପୁରା, ମଣିପୁର, ଆଣ୍ଡାମାନ ନିକୋବର ଏବଂ ଲାକ୍ଷାଦୀପର ଗୋଟିଏ ଲେଖାଏଁ ଆସନ ପାଇଁ ମତଦାନ ହେବ । ଏଥିପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ହେବ ।

ଏହା ବ୍ୟତୀତ ଓଡିଶାର ୨୮ ବିଧାନସଭା ଆସନ ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଏବଂ ସିକିମର ସମସ୍ତ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ମାର୍ଚ୍ଚ ୨୫ ତାରିଖ ଥିବା ବେଳେ ମାର୍ଚ୍ଚ ୨୬ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଧାର୍ଯ୍ୟ କରାଯାଇଛି ।  ୫୪୩ ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.