ଅଭୟକାନ୍ତଙ୍କ ଲିଙ୍କ୍ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
28/11/2020 at 4:50 PM

ଭୁବନେଶ୍ବର୨୮/୧୧: ଆଇଏଫ୍ଏସ୍ ଅଭୟକାନ୍ତ ଏବଂ ପୁଅ ଆକାଶ ଏବେ ଚାରି କାନ୍ଥ ଭିତରେ ଦିନ କାଟୁଛନ୍ତି। ମୂଳରୁ ଚେର ଯାଏଁ ଖୋଳତାଡ଼ ଆରମ୍ଭ କରୁଛି ଭିଜିଲାନ୍ସ। ଏହି ଘଟଣାରେ ଅଭୟଙ୍କ ସହ ଯେଉଁମାନଙ୍କ ଲିଙ୍କ୍ ରହିଛି, ସେମାନଙ୍କୁ ନୋଟିସ୍ ଯିବ। ବ୍ୟାଙ୍କ କର୍ମଚାରୀ, ବନ ବିଭାଗର କର୍ମଚାରୀ ଏବଂ ସଂପର୍କୀୟଙ୍କୁ ନୋଟିସ୍ ଦିଆଯିବ। ଯେଉଁମାନେ ଅଭୟଙ୍କ ସହ ଲିଙ୍କ୍ ରଖିଛନ୍ତି ବା ତାଙ୍କ କଳା ସାମ୍ରାଜ୍ୟ ବଢ଼ାଇବାରେ ସହଯୋଗ କରିଛନ୍ତି, ସମସ୍ତଙ୍କୁ ନୋଟିସ୍ କରିବ କ୍ରାଇମବ୍ରାଞ୍ଚ।
ଶୁକ୍ରବାର ଅଭୟ ଏବଂ ପୁଅ ଆକାଶ ଗିରଫ ହୋଇଛନ୍ତି। ଝାଡ଼ପଡା ଜେଲ୍ରେ କାଲି ରାତି କଟିଛି। ଜଙ୍ଗଲୀ ବାବୁ ଅଭୟ ପାଠକଙ୍କୁ ମିଳିଛି ୧୧ ନଂ କୋଭିଡ ୱାର୍ଡ।ପୁଅ ଆକାଶକୁ ୯ ନଂ କୋଭିଡ୍ ୱାର୍ଡରେ ରଖାଯାଇଛି। ବାପ- ପୁଅଙ୍କୁ ୨ଟି ଲେଖାଏଁ କମ୍ବଳ ଓ ଦୁଇଟି ପାତ୍ର ଦିଆଯାଇଛି।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023