ଭୁବନେଶ୍ବର ୧୯।୭: ଭୁବନେଶ୍ବର ଏମ୍ସ ପରିସରରେ ବିକ୍ଷୋଭ ଓ ନାରାବାଜି ମନା । ଲଟ୍କା ଜାରି କଲେ ଏମ୍ସ କର୍ତ୍ତୃପକ୍ଷ । ଏମ୍ସ ପରିସରରେ ବିକ୍ଷୋଭ ଓ ନାରାବାଜି କରିପାରିବେନି କେହି । ମେଡିକାଲରେ ରୋଗୀ ସେବା ଦୃଷ୍ଟିରୁ ବିକ୍ଷୋଭ ଓ ନାରାବାଜି କରିବାକୁ ମନା କରାଯାଇଛି ।
ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ହୁଲସ୍ତୁଲ ହୋଇଥିଲା ସାରା ରାଜ୍ୟ । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ପରେ ମେଡିକାଲ ପରିସରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯାହାକୁ ନେଇ ରୋଗୀ ସେବାରେ ବ୍ୟାଘାତ ମଧ୍ୟ ସୃଷ୍ଟି ହୋଇଥିଲା । ଏବେ ପୁଣି ନିମାପଡା ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଆଁ ଲଗାଇ ପୋଡି ଦେବାକୁ ଉଦ୍ୟମ କରାଯାଇଛି । ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହାକୁ ନେଇ ମଧ୍ୟ ରାଜନୈତିକ ଉଷ୍ମତା ଦେଖା ଦେବାକୁ ଲାଗିଲାଣି । ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ମାନେ ମଧ୍ୟ ଏମ୍ସ ପରିସରରେ ପଇଁତରା ମାରୁଛନ୍ତି । ଯାହାକୁ ନେଇ ଏମ୍ସ କର୍ତ୍ତୃପକ୍ଷ ସଜାଗ ହୋଇଛନ୍ତି । ନାବାଳିକା ଛାତ୍ରୀ ଜଣଙ୍କ ଚିକିତ୍ସିତ ହେଉଥିବା ମେଡିକାଲର ବର୍ଣ୍ଣ ୟୁନିଟ୍ ବାହାରେ ଲଟ୍କା ଲଗାଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ମେଡିକାଲ ପରିସରରେ କେହି କୌଣସି ପ୍ରକାରର ବିକ୍ଷୋଭ ଓ ନାରାବାଜି କରିପାରିବେନାହିଁ ।
You Can Read:
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ପଦକ ହାସଲ କରିଥିବା ଓଡ଼ିଶା ପୋଲିସ ଖେଳାଳିଙ୍କୁ ସମ୍ମାନିତ କଲେ ଡିଜିପି