suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||
  • କରଞ୍ଜିଆ : ଜଙ୍ଗଲରୁ ଗାଁକୁ ଚାଲିଆସିଥିଲା ହରିଣ, ଝୁଣି ମାରିଦେଲେ କୁକୁର ପଲ
  • ||
  • ବଲାଙ୍ଗୀର : ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ପୁରୀ ମାର୍କେଟ୍ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା : କୋଠା ମାଲିକଙ୍କୁ ନୋଟିସ୍ ଜାରି

16/03/2023 at 12:30 PM

ପୁରୀ ୧୬।୩: ପୁରୀ ସମ୍ରାଟ ମାର୍କେଟ୍ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାକୁ ୮ ଦିନ ବିତିଯାଇଥିଲେ ହେଁ ଏପର୍ଯ୍ୟନ୍ତ ମାଲିକଙ୍କର ଦେଖାମିଳିନି । ସମ୍ରାଟ ମାର୍କେଟ୍ କମ୍ପ୍ଲେକ୍ସ ମାଲିକ ଶ୍ରୀମନ୍ଦିର ଜମି ହାତେଇ ଥିବାରୁ ଏନେଇ ତାଙ୍କ ବିରୋଧରେ ତହସିଲଦାର ଏନକ୍ରୋଚମେଣ୍ଟ ମାମଲା ରୁଜୁ କରିଛନ୍ତି । ଏଥିସହ କମ୍ପ୍ଲେକ୍ସ ମାଲିକଙ୍କୁ ବୁଧବାର ତହସିଲଦାର ନୋଟିସ କରିଛନ୍ତି । କେଉଁ ଆଧାରରେ କମ୍ପ୍ଲେକ୍ସ ମାଲିକ ମହାପ୍ରଭୁଙ୍କ ଜମି ଦଖଲ କରିଥିଲେ, ତାଙ୍କ ପାଖରେ କ’ଣ ପ୍ରମାଣ ପତ୍ର ରହିଛି ଏବଂ ଜମି ସମ୍ପର୍କିତ ରେକର୍ଡ ଆଦି ଆସନ୍ତା ୨୩ ତାରିଖ ସୁଦ୍ଧା ଦାଖଲ କରିବାକୁ ନୋଟିସରେ ଉଲ୍ଲେଖ ରହିଛି ।

ସମ୍ରାଟ ମାର୍କେଟ୍ କମ୍ପ୍ଲେକ୍ସ ମାଲିକ ସ୍ବର୍ଗତ ଅଚ୍ୟୁତାନନ୍ଦ ମହାନ୍ତିଙ୍କ ତିନି ପୁଅ ଚନ୍ଦ୍ରଶେଖର ମହାନ୍ତି, ସୁରେନ୍ଦ୍ର ମହାନ୍ତି ଓ ରାଜେନ୍ଦ୍ର ମହାନ୍ତି ରକ୍ଷଣାବେକ୍ଷଣ ଦାୟିତ୍ଵରେ ଥିବାରୁ ତହସିଲଦାର ସେମାନଙ୍କୁ ଗୁରୁବାର ନୋଟିସ କରିଛନ୍ତି । ତିନି ପୁଅଙ୍କ ମଧ୍ୟରେ ବଡ଼ପୁଅ ଚନ୍ଦ୍ରଶେଖର ମହାନ୍ତି ଦୋକାନୀଙ୍କଠାରୁ ସିକ୍ୟୁରିଟି ଟଙ୍କା ରଖିବା ସହ ମାସିକ ଭଡ଼ା ନେଉଥିଲେ । ତେବେ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିବା ପରଠାରୁ ମାଲିକ କେଉଁ ଆଡେ ଫେରାର ହୋଇଯାଇଥିବା ଜଣାପଡିଛି । ମାର୍କେଟ କମ୍ପ୍ଲେକ୍ସ ଛିଡା ହୋଇଥିବା ଜମିଟି ୨୨ ଡିସିମିଲି ମହାପ୍ରଭୁଙ୍କ ନାମରେ ଥିବାବେଳେ ମାତ୍ର ୩ ଡିସିମିଲି ମାଲିକ ନାଁରେ ରହିଛି । ମହାପ୍ରଭୁଙ୍କ ଜମି କିଭଳି ଫେରି ଆସିବ ସେନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ତହସିଲଦାରଙ୍କୁ ପୂର୍ବରୁ ଏକ ଚିଠି ଲେଖିଥିଲେ । ଏବେ ଘଟଣାର ତଦନ୍ତ ଚାଲିଥିବା ବେଳେ ଖୁବଶୀଘ୍ର ଆଇନ ଅନୁଯାୟୀ ସମସ୍ତ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । 

   Related Posts