ଭାରତରେ cmf phone 1 ସ୍ମାର୍ଟଫୋନ୍‌ ନିର୍ମାଣ କରିବ 'Nothing', ଘୋଷଣା କଲା କମ୍ପାନି

Published By : Prameya-News7 Bureau | July 11, 2024 IST

ନୂଆଦିଲ୍ଲୀ: ଭାରତରେ ତିଆରି ହେବ cmf phone 1 ସ୍ମାର୍ଟଫୋନ୍‌। ଗୁରୁବାର ଏନେଇ ବ୍ରିଟିଶ କନଜ୍ୟୁମର ଟେକ୍ନେଲୋଜୀ ବ୍ରାଣ୍ଡ୍‌ ‘ନଥିଙ୍ଗ୍‌’ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରେସ୍‌ ବିଜ୍ଞପ୍ତିରେ କମ୍ପାନି କହିଛି, ଭାରତୀୟ ବଜାର କମ୍ପାନି ପାଇଁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ। ସ୍ଥାନୀୟ ଭାବରେ ଫୋନ୍‌ର ନିର୍ମାଣ ସହ ଉଚ୍ଚମାନର ଉତ୍ପାଦ ଯୋଗାଇଦେବା ଆମର ଲକ୍ଷ୍ୟ। ଏହା ଦ୍ବାରା ଭାରତ ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଇନିସିଏଟିଭକୁ ବଳ  ମିଳିବ। 

ସୂଚନାଥାଉକି, ଜୁଲାଇ ୮ ତାରିଖରେ ଭାରତୀୟ ବଜାରରେ ଏହାର ନୂଆ ବଜେଟ୍ ସ୍ମାର୍ଟଫୋନ୍‌ CMF ଫୋନ୍‌ 1କୁ ଭାରତରେ ଲଞ୍ଚ କରିଛି କମ୍ପାନି। cmf ହେଉଛି ନଥିଙ୍ଗ୍‌ର ସବ୍‌ ବ୍ରାଣ୍ଡ୍‌। ନଥିଙ୍ଗ୍‌ ଏହାର cmf phone 1କୁ ଜୁଲାଇ ୮ରେ ଲଞ୍ଚ କରିଥିଲା। ଏହି ସ୍ମାର୍ଟଫୋନ୍‌ ସହ କମ୍ପାନି ଏହାର cmf buds pro 2 ଓ୍ବାୟରଲେସ ଇୟରବଡ୍ସ ଏବଂ ସିଏମଏଫ୍‌ ଓ୍ବାଚ୍‌ ପ୍ରୋ ୨ ସ୍ମାର୍ଟଓ୍ବାଚ୍‌ ମଧ୍ୟ ଲଞ୍ଚ କରିଥିଲା। 

cmf phone 1 ଫୋନ୍‌ର ଏକ ବିଶେଷତ୍ବ ହେଉଛି ଗ୍ରାହକ ଫୋନ୍‌ର ବ୍ୟାକ୍ ପ୍ୟାନେଲକୁ ନିଜେ ବଦଳାଇପାରିବେ । ଫୋନ୍‌ରେ ବିଭିନ୍ନ ଆକ୍ସେସୋରିଜ୍‌ ମଧ୍ୟ ରହିଛି। ଯାହା ସାହାଯ୍ୟରେ ଫୋନ୍‌ର ବ୍ୟାକ୍‌ ପ୍ୟାନେଲକୁ ବଦଳାଇପାରିବେ ଗ୍ରାହକ। ଏହି ସବୁ ଆକ୍ସେସୋରିଜ୍‌ ମଧ୍ୟରେ ଗୋଟିଏ ଷ୍ଟାଣ୍ଡ୍‌, ଲାନ୍‌ୟାର୍ଡ ଏବଂ କାର୍ଡ କେସ୍‌ ମଧ୍ୟ ରହିଛି। ଅବଶ୍ୟ ଏସବୁ ଆକ୍ସେସୋରିଜ୍‌କୁ ଅଲଗା କିଣିବାକୁ ପଡ଼ିବ।

ଏଭଳି ରହିଛି ଫୋନ୍‌ର ଫିଚର୍ସ:

ଫୋନ୍‌ର ୧୨୦ ହର୍ଟଜ୍‌ର ରିଫ୍ରେଶ ରେଟ୍‌ ସହ ୬.୬୭ ଇଞ୍ଚର ସୁପର ଆମୋଲେଡ୍‌ ଡିସପ୍ଲେ ରହିଛି। ପ୍ରୋସେସରରେ MediaTek Dimensity 7300 ଚିପ୍‌, 6 GB ଏବଂ 8 GB ରାମ୍‌ ସହ 128 GBର ଷ୍ଟୋରେଜ ରହିଛି। ସେହିଭଳି ୫୦ ମେଗାପିକ୍ସେଲ ଏବଂ ୨ ମେଗାପିକ୍ସେଲର ରିୟର କ୍ୟାମେରା, ଫ୍ରଣ୍ଟରେ ୧୬ ମେଗା ପିକ୍ସେଲ କ୍ୟାମେରା, ୩୩ ଓ୍ବାଟ୍‌ର ଫାଷ୍ଟ ଚାର୍ଜିଂ ସହ 5000 mAhର ବ୍ୟାଟେରୀ, ଆଣ୍ଡ୍ରଏଡ୍‌ ୧୪, ନଥିଙ୍ଗ୍‌ ଓଏସ୍‌ ୨.୬ ରହିଛି। ଏହାର ଦୁଇ ଭାରିଆଣ୍ଟର ଦାମ୍‌ ଯଥାକ୍ରମେ ୧୫,୯୯୯ ଟଙ୍କା ଏବଂ ୧୭,୯୯୯ ଟଙ୍କା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.