ମୁମ୍ବାଇ: ଭାରତୀୟ ସେନାର ଦକ୍ଷତାକୁ ବ୍ୟଙ୍ଗ କରି ଅଭିନେତ୍ରୀ ରିଚା ଚଡ୍ଡା କରିଥିବା ଟ୍ୱିଟ୍ ପାଇଁ ଅନେକ ହଟହଟା ହୋଇଛନ୍ତି। ଏଥିପାଇଁ ସେ କ୍ଷମାପ୍ରାର୍ଥନା କରିସାରିଥିଲେ ବି ତାଙ୍କୁ ସୋସିଆଲ୍ ମଡିଆରେ ଟ୍ରୋଲ କରାଯାଉଛି। ଏବେ ଏହି ବିବାଦ ଭିତରକୁ ଆସିଛନ୍ତି ବଲିଉଡର ଖିଲାଡ଼ି କୁମାର ଅକ୍ଷୟ କୁମାର। ସେନା ଅଛି ବୋଲି ଆମେ ଅଛୁ। ତେଣୁ ଏମିତି କୃତଘ୍ନ ହେବା ଉଚିତ୍ ନୁହେଁ ବୋଲି ଅକ୍ଷୟ କୁମାର କହିଛନ୍ତି।
ଖବର ଅନୁସାରେ ସେନାର ଉତ୍ତରାଞ୍ଚଳ ଟିମର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍ ଉପେନ୍ଦ୍ରଙ୍କର ପିଓକେ ଦଖଲ ବୟାନ ଉପରେ ବ୍ୟଙ୍ଗ କରିଥିଲେ ରିଚ୍ଚା। ସରକାର ଅନୁମତି ଦେଲେ ପିଓକେ ଦଖଲ କରିବୁ ବୋଲି ଉପେନ୍ଦ୍ର କହିଥିଲେ। ଏହାରି ଉପରେ କମେଣ୍ଟ କରି ରିଚ୍ଚା ଚଡ୍ଡା ସେନାକୁ ଗଲୱାନ ଘାଟି କଥା ମନେ ପକାଇ ଦେଇଥିଲେ। ସେ ଟ୍ୱିଟ୍ କରି ଲେଖିଥିଲେ “ଗଲୱାନ କହୁଛି ହାଏ ।”
wp:html/wp:htmlHurts to see this. Nothing ever should make us ungrateful towards our armed forces. Woh hain toh aaj hum hain. 🙏 pic.twitter.com/inCm392hIH
— Akshay Kumar (@akshaykumar) November 24, 2022
ଏହି ଟ୍ୱିଟ୍ ଉପରେ ପ୍ରତିକ୍ରିୟା ଦେଇ ଅକ୍ଷୟ ଟ୍ୱିଟ୍ କରି କହିଛନ୍ତି “ ଏଭଳି ଦୃଶ୍ୟ ଦେଖି ଦୁଃଖ ଲାଗିଲା। ଆମେ କେବେ ବି ଆମ ସେନା ଉପରେ କୃତଘ୍ନ ହେବା ଉଚିତ୍ ନୁହେଁ। ସେ ଅଛନ୍ତି ବୋଲି ଆଜି ଆମେ ଅଛେ। ”
ଗଲୱାନ ଘାଟିରେ ଚୀନ ସହିତ ଲଢ଼ି ଭାରତୀୟ ଜବାନ ସହିଦ ହେବା ଘଠଣାକୁ ତାତ୍ସଲ୍ୟ କରି ରିଚ୍ଚା ଏଭଲି ଟ୍ୱିଟ୍ କରିବା ପରେ ତାଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି। ଶେଷରେ ସେ ବାଧ୍ୟ ହୋଇ କ୍ଷମା ବି ମାଗିଛନ୍ତି। ସେ ଟ୍ୱିଟରେ କ୍ଷମାପ୍ରାର୍ଥନା କରି ଲେଖିଛନ୍ତି “ ଯଦିଓ ଏଭଳି (ସେନାକୁ ଅପମାନ)ଉଦ୍ଦେଶ୍ୟ ମୋର କେବେ ବି ହୋଇପାରିବ ନାହିଁ,ତେବେ ଯଦି ଏହି ୩ଟି ଶବ୍ଦ କାହାକୁ ଅପମାନ କରିଛି ଓ ବିବାଦ ସୃଷ୍ଟି କରିଛି ତେବେ ମୁଁ କ୍ଷମା ମାଗୁଛି। ଏହା ବି କହୁଛି ଯେ ଯଦି ମୋର ଏହି ଶବ୍ଦ ଫୌଜରେ ଥିବା ମୋର ଭାଇମାନଙ୍କୁ ଆଘାତ ଦେଇଥିବ ତେବେ ଏହା ମୋତେ ଖୁବ୍ କଷ୍ଟ ଦେବ। କାରଣ ଏହି ସେନାରେ ମୋ ନିଜ ଅଜାବି ଏକ ଅଂଶ ରହିଛନ୍ତି। ”