ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ

10/05/2018 at 7:00 AM

ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ । ଗତକାଲି ରାତିରେ ତାଙ୍କ ବାପୁଜୀ ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୁତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । କର୍କଟ ରୋଗରେ ଆକ୍ରାନ୍ତ ହେବାପରେ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଜଣେ ଇଂରାଜୀ ଅଧ୍ୟାପକ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଚନ୍ଦ୍ରଭାନୁ ପଟ୍ଟନାୟକ ୧୯୮୪ ରେ ‘ସମ୍ବାଦ’ ଆତ୍ମପ୍ରକାଶ କରିବା ପରେ ଅଧ୍ୟାପନା ଛାଡ଼ି ‘ସମ୍ବାଦ’ରେ ଯୋଗ ଦେଇ ଜଣେ ପେସାଦାର ସାମ୍ବାଦିକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ‘ସମ୍ବାଦ’ର ବ୍ୟୁରୋମୁଖ୍ୟ ଭାବେ ସେ ଦୀର୍ଘବର୍ଷ କାର୍ଯ୍ୟକରିବା ସହ ‘ସମ୍ବାଦ’ର ସ୍ୱତନ୍ତ୍ର ପ୍ରତିନିଧି ଭାବେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରିପାରିଥିଲେ । ଜଣେ ରାଜନୈତିକ ବିଶ୍ଳେଷକ ଭାବେ ତାଙ୍କର ବିଶେଷ ସୁନାମ ରହିଥିଲା । ରାଜ୍ୟର ଜଣେ ଆଗଧାଡ଼ିର ରାଜନୈତିକ ପର୍ଯ୍ୟବେକ୍ଷକ, ସମୀକ୍ଷକ ଓ ସମାଲୋଚକ ଭାବେ ମଧ୍ୟ ସେ ପରିଗଣିତ ହେଉଥିଲେ । ୨୦୦୦ରେ ‘ସମ୍ବାଦ’ରୁ ବିଦାୟ ନେଇ ସେ ନିଜ ସଂପାଦନାରେ ‘ଶତାବ୍ଦୀ’ ନାମରେ ଏକ ପାକ୍ଷିକ ସମ୍ବାଦ ଭିତ୍ତିକ ପତ୍ରିକା ପ୍ରକାଶ କରିଥିଲେ । ପରେ ସେ କିଛି କାଳ ପାଇଁ ଦୈନିକ ‘ସମାଜ’ ଓ ‘ସମୟ’ର ସଂପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ।

Leave a Reply

   Related Posts