ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ

Published By : Prameya-News7 Bureau | May 10, 2018 IST

ଗତକାଲି ରାତିରେ ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ବାପୁଜୀ ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୁତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । କର୍କଟ ରୋଗରେ ଆକ୍ରାନ୍ତ ହେବାପରେ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଜଣେ ଇଂରାଜୀ ଅଧ୍ୟାପକ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଚନ୍ଦ୍ରଭାନୁ ପଟ୍ଟନାୟକ ୧୯୮୪ ରେ ‘ସମ୍ବାଦ’ ଆତ୍ମପ୍ରକାଶ କରିବା ପରେ ଅଧ୍ୟାପନା ଛାଡ଼ି ‘ସମ୍ବାଦ’ରେ ଯୋଗ ଦେଇ ଜଣେ ପେସାଦାର ସାମ୍ବାଦିକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ‘ସମ୍ବାଦ’ର ବ୍ୟୁରୋମୁଖ୍ୟ ଭାବେ ସେ ଦୀର୍ଘବର୍ଷ କାର୍ଯ୍ୟକରିବା ସହ ‘ସମ୍ବାଦ’ର ସ୍ୱତନ୍ତ୍ର ପ୍ରତିନିଧି ଭାବେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରିପାରିଥିଲେ । ଜଣେ ରାଜନୈତିକ ବିଶ୍ଳେଷକ ଭାବେ ତାଙ୍କର ବିଶେଷ ସୁନାମ ରହିଥିଲା । ରାଜ୍ୟର ଜଣେ ଆଗଧାଡ଼ିର ରାଜନୈତିକ ପର୍ଯ୍ୟବେକ୍ଷକ, ସମୀକ୍ଷକ ଓ ସମାଲୋଚକ ଭାବେ ମଧ୍ୟ ସେ ପରିଗଣିତ ହେଉଥିଲେ । ୨୦୦୦ରେ ‘ସମ୍ବାଦ’ରୁ ବିଦାୟ ନେଇ ସେ ନିଜ ସଂପାଦନାରେ ‘ଶତାବ୍ଦୀ’ ନାମରେ ଏକ ପାକ୍ଷିକ ସମ୍ବାଦ ଭିତ୍ତିକ ପତ୍ରିକା ପ୍ରକାଶ କରିଥିଲେ । ପରେ ସେ କିଛି କାଳ ପାଇଁ ଦୈନିକ ‘ସମାଜ’ ଓ ‘ସମୟ’ର ସଂପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.