LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନାଳ ପାଣିରେ ଭାସିଲା ବିଡା ବିଡା ନୋଟ୍, ଗୋଟାଇବାକୁ ଲାଗିଲା ଭିଡ, ଭିଡିଓ ଭାଇରାଲ୍…

9/05/2023 at 12:06 PM

ବିହାର ୦୯/୦୫: କେନାଲ୍‌ରେ ଭାସିଲା ପୁଳା ପୁଳା ଟଙ୍କା । ବିଡା ବିଡା ନୋଟ୍ ବଣ୍ଡଲ । କଥାଟି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏକଥା ସତ । ଆପଣ ଭିଡିଓ ଦେଖିଲେ ହୁଏତ ବିଶ୍ୱାସ କରିପାରନ୍ତି । ସୋସିଆଲ ମିଡିଆରେ ଘୁରିବୁଲୁଛି ଭିଡିଓ । ବିହାର ରୋହତାସ୍‌ରୁ ନଜର ଆସିଛି ଏହି ଘଟଣା । ନାଳ ପାଣିରୁ ପଇସା ଗୋଟାଏ ଲୋକେ ବି ମାଲା ମାଲ୍ ହୋଇଛନ୍ତି ।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା ପିଲାଠୁ ବୁଢା ସବୁ ଲାଗିପଡିଛନ୍ତି ପଇସା ଗୋଟାଇବାରେ । ପୁଳା ପୁଳା ବିଡା ନୋଟ୍ । ତେବେ ଏହି ନୋଟ୍ ୧୦ ଟଙ୍କିଆ କି ୨୦ ଟଙ୍କିଆ ନୁହେଁ । ବରଂ ନୋଟ୍ ଥିଲା ୨୦୦୦, ୫୦୦ ଟଙ୍କିଆ, ୧୦୦ ଟଙ୍କିଆ ଓ ୧୦ ଟଙ୍କିଆ ।

ସୂଚନା ଥାଉକି, ଏହି ଘଟଣା ବିହାର ସାସରାମ ଜିଲ୍ଲାର । ହଠାତ୍ ଏଠାରେ ଥିବା ମୁରାଦାବାଦ୍ କେନାଲରେ ଭାସିବାକୁ ଲାଗିଥିଲା ନୋଟ୍ । ପାଣିରେ ୱୋଟ୍ ଭାସୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ ଲୋକେ । ଖବର ଚାରିଆଡ଼େ ପ୍ରଘଟ ହେବା ପରେ ଲୋକେ ଏହି ଟଙ୍କା ସବୁ ଗୋଟାଇବାକୁ ଡେଇଁପଡିଥିଲେ କେନାଲକୁ । ଅସନା ପାଣି ଥିବା ସତ୍ତ୍ୱେ କେନାଲରେ ପଶି ଗୋଟାଇଥିଲେ ଟଙ୍କା ।

ଯେଉଁମାନେ ସେଠାରେ ଉପସ୍ଥିତ ଥିଲେ ସେମାନେ ନୋଟର ବଣ୍ଡଲ୍ ସଂଗ୍ରହ କରିବା ପାଇଁ ସେମାନଙ୍କ ପୋଷାକାକୁ ବ୍ୟାଗ୍ ଭାବେ ବ୍ୟବହାର କରିଥିଲେ । ତେବେ ଏଠାରେ କହିରଖୁ ଯେ, ଏହି ଟଙ୍କା ଅସଲି ନା ନକଲି ତାହା ଜଣାପଡିନି । ଘଟଣା ଜଣାପଡିବା ପରେ ଯାଞ୍ଚ ଆରମ୍ଭ ହୋଇଛି ।

   Related Posts