ବିରାଟ କିମ୍ବା ଧୋନୀ ନୁହନ୍ତି ବରଂ ଏହି ଖେଳାଳିଙ୍କୁ ଗୁଗଲରେ କରାଯାଇଛି ସର୍ବାଧିକ ସର୍ଚ୍ଚ
9/12/2022 at 6:08 PM

ନୂଆଦିଲ୍ଲୀ: ପୂରା ବିଶ୍ଵ ଜାଣିଛି ଯେ, ବିରାଟ କୋହଲି ଏବଂ ମହେନ୍ଦ୍ର ସିଂହ ଧୋନୀ ନିଜର ଦମଦାର ପ୍ରଦର୍ଶନ ଦମରେ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏହା ମଧ୍ୟରେ ଭାରତରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ବ୍ୟକ୍ତିଙ୍କ ତାଲିକା ଜାରି କରିଛି ଗୁଗଲ। ସବୁଠୁ ବଡ କଥା ଏହି ତାଲିକାରେ ବିରାଟ କୋହଲି କିମ୍ବା ଏମଏସ ଧୋନୀଙ୍କ ନାମ ନାହିଁ।
୨୦୨୨ରେ ଭାରତରେ ଗୁଗଲରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଖେଳାଳି ଆଉ କେହି ନୁହନ୍ତି ବରଂ ସେ ହେଉଛନ୍ତି ପ୍ରବୀଣ ତାମ୍ବେ। ତାମ୍ବେ ଚଳିତ ବର୍ଷ ଆଇପିଏଲ କିମ୍ବା ଭାରତୀୟ ଦଳର ଅଂଶ ନଥିଲେ। ଏହା ସତ୍ତ୍ଵେ ବି ସେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଖେଳାଳିଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। ଏହାର କାରଣ ତାଙ୍କ ଆତ୍ମ ଜୀବନି ଉପରେ ରିଲିଜ୍ ହୋଇଥିବା ବାୟୋପିକ ‘କୌନ ପ୍ରବୀଣ ତାମ୍ବେ’। ଫିଲ୍ମରେ ବଲିଉଡ ଅଭିନେତା ଶ୍ରେୟସ ତଲପଡେ ପ୍ରବୀଣ ତାମ୍ବେଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ ୨୦୨୨ ଏପ୍ରିଲ ୧ରେ ଡିଜନୀ ପ୍ଲସ୍ ହଟ୍ ଷ୍ଟାରରେ ରିଲିଜ୍ ହୋଇଥିଲା।
ଏହା ବ୍ୟତୀତ ତାମ୍ବେ ଟ୍ଵିଟରରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଲୋକଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। ସେ ଭାରତରେ ମୋଟ୍ ୯ମ ସର୍ବାଧିକ ସର୍ଚ୍ଚ କରାଯାଇଥିବା ବ୍ୟକ୍ତି ଅଟନ୍ତି। ପ୍ରବୀଣ ତାମ୍ବେଙ୍କ କ୍ରିକେଟ୍ ଯାତ୍ରା ବେଶ ପ୍ରେରଣାଦାୟୀ ରହିଛି। ସେ ନିଜ ଜୀବନରେ କୌଣସି ବି ସ୍ତରରେ ଗୋଟିଏ ହେଲେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ନଥିଲେ ଯେ ପର୍ଯ୍ୟନ୍ତ ୪୧ ବର୍ଷ ବୟସରେ ତାଙ୍କୁ ୨୦୧୩ରେ ରାଜସ୍ଥାନ ରୟାଲ୍ସ ଆଇପିଏଲରେ ଖେଳିବାରେ ସୁଯୋଗ ଦେଇନଥିଲା।