ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୦୦ ପାର୍ କରିଛି। ପଛରେ ୧୩ଟି ମୃତଦେହ ଉଦ୍ଧାର କରିଛି ଏନ୍ଡିଆର୍ଏଫ୍ ଟିମ୍। ସେପଟେ ବିରୋଧୀଙ୍କ ଇସ୍ତଫା ଦାବି ନେଇ ଜବାବ ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବର୍ତ୍ତମାନ ସମୟ ରାଜନୀତିରେ ନୁହେଁ। ବରଂ ଗୁରୁତର ସହ ପୁନରୁଦ୍ଧାର କାର୍ଯ୍ୟ କରିବା ଉଚିତ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ଓଡ଼ିଶାରେ ବଡ଼ ଟ୍ରେନ୍ ଦୁର୍ଘଟଣା ପରେ ଏକାଧିକ ବିରୋଧୀ ଦଳ କେନ୍ଦ୍ର ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଯାହାକୁ ନେଇ ପ୍ରଶ୍ନ କରିବାରୁ ରେଳ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ମୋ ଫୋକସ ବର୍ତ୍ତମାନ ସମ୍ପୂର୍ଣ୍ଣ ପୁନରୁଦ୍ଧାର କାର୍ଯ୍ୟରେ ରହିଛି। ଯଦି ବିରୋଧୀ ଇସ୍ତପା ଦାବି କରୁଛନ୍ତି ତେବେ ଠିକ୍ ଅଛି। ଉଦ୍ଧାର କାର୍ଯ୍ୟରେ ପୂରା ସ୍ୱଚ୍ଛତା ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ରେଳମନ୍ତ୍ରୀ କହିଛନ୍ତି।
ପଢ଼ନ୍ତୁ -ବାହାନଗା ଟ୍ରେନ ଟ୍ରାଜେଡି: ମୃତ ସଂଖ୍ୟା ୨୮୮କୁ ବୃଦ୍ଧି, ୫୬ ଗୁରୁତର, ୧୬୦ ମୃତଦେହ ଭୁବନେଶ୍ଵର ଆସିବ
ଓଡ଼ିଶା ଟ୍ରେନ୍ ଦୁର୍ଘଟଣାକୁ ନେଇ କଂଗ୍ରେସ, ଟିଏମ୍ସି, ସିପିଆଇଏମ୍ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। କଂଗ୍ରେସ ନେତା ଦିଗବିଜୟ ସିଂହ କହିଥିଲେ “ ଯେତେବେଳେ ରେଳମନ୍ତ୍ରୀ ବାରମ୍ବାର କହୁଛନ୍ତି ଯେ ଆମ ସିଷ୍ଟମ ସୁରକ୍ଷିତ ଅଛି। କୌଣସି ଗୁରୁତର ଦୁର୍ଘଟଣା ହେବନି। ତେବେ ଏହା କେମିତି ହେଲା? ଏକ ଟ୍ରେନ୍ ଦୁର୍ଘଟଣାରେ ଲାଲ୍ ବାହାଦୁର ଶାସ୍ତ୍ରୀ ଇସ୍ତଫା ଦେଇଥିଲେ। ହେଲେ ମୋଦୀ କ୍ୟାବିନେଟ୍ରୁ ଆମେ ଏମିତି ଆଶା କରିପାରିବା ନାହିଁ। କିନ୍ତୁ ଯଦି ତାଙ୍କୁ(ଅଶ୍ୱିନୀ ବୈଷ୍ଣବ) ଠାରେ ସାମାନ୍ୟ ଲଜ୍ଜା ବୋଲି କିଛି ଥାଏ ତେବେ ସେ ଇସ୍ତଫା ଦିଅନ୍ତୁ।”
ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରେଳବାଇର ଅବହେଳାକୁ ଦାୟୀ କରିଛନ୍ତି। ସେ ରେଳମନ୍ତ୍ରୀ ଥିବା ବେଳେ ଆଣ୍ଠି କୋଲିଜିଅନ ବ୍ୟବସ୍ଥା କରିଥିଲେ। ହେଲେ କରମଣ୍ଡ ଏକ୍ସପ୍ରେସ୍ରେ ସେ ବ୍ୟବସ୍ଥା ନଥିଲା ବୋଲି ମମତା କହିଛନ୍ତି। ତେବେ ମମତା କିନ୍ତୁ ରେଳମନ୍ତ୍ରୀଙ୍କ ସମର୍ଥନରେ ବାହାରିଛନ୍ତି। ବର୍ତ୍ତମାନର ସମୟ ରାଜନୀତିର ନୁହେଁ। ସେ ରେଳ ବିଭାଗକୁ ପରାମର୍ଶ ଦେବାକୁ ରାଜି ଅଛନ୍ତି ବୋଲି ମମତା କହିଛନ୍ତି।
{"width":840,"height":630}ପଢ଼ନ୍ତୁ -ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ
ହେଲେ ଟିଏମ୍ସି ଜାତୀୟ ସାଧାରଣ ସମ୍ପାଦକ ଅଭିଶେକ ବାନାର୍ଜୀ କିନ୍ତୁ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ। ଲୋକଙ୍କୁ ଭୋଟ୍ ନେବା ପାଇଁ ମୋଦୀ ସରକାର ନୂଆ ଟ୍ରେନ୍ ଓ ନୂଆ ପ୍ଲାଟ୍ଫର୍ମ ତିଆରି କରୁଛନ୍ତି। ହେଲେ ବ୍ୟବସ୍ଥା ସୁଧାରୁ ନାହାନ୍ତି ବୋଲି ଅଭିଶେକ ବାନାର୍ଜୀ କହିଛନ୍ତି।
ବାଲେଶ୍ଵରର ବାହାନଗାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣାରେ ମୃତକ ସଂଖ୍ୟା ୨୮୮କୁ ବୃଦ୍ଧି ଘଟିଛି। ଏବେ ଆଉ ୬ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଫଳରେ ମୃତ୍ୟୁ ସଂଖ୍ୟା ୨୯୪ ହୋଇଛି। ମୋଟ୍ ୮୦୩ ଆହତଙ୍କ ଚିକିତ୍ସା ଜାରି ରହିଛି। ସେଥିରୁ ୭୪୭ ସାମାନ୍ୟ ଆହତ ହୋଇଥିବା ବେଳେ ୫୬ ଜଣ ଗୁରୁତର ଅଛନ୍ତି। ମୃତାହତକୁ ନେଇ ଦକ୍ଷିଣ ପୂର୍ବ ରେଲଓ୍ଵେ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ତେବେ ୧୬୦ ମୃତଦେହ ଭୁବନେଶ୍ଵର ଆସିବ ବୋଲି ଓଡିଶାର ମୁଖ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି।
{"width":838,"height":437}ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯିବା ପରେ ୨ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ତଦାରଖ ଦାୟିତ୍ଵରେ ଅଛନ୍ତି। ୨ କେନ୍ଦ୍ର ମନ୍ତ୍ରୀ ରାତିରେ ବାଲେଶ୍ଵରରେ ରହିବେ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ମରାମତି କାମ ଜାରି ରହିଛି। ଉଲ୍ଲେଖନୀୟ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ସେନା, ବାୟୁସେନା, ଏନଡିଆରଏଫ, ଓଡ୍ରାଫ ସହ ଅନେକ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଥିଲେ।
{"width":837,"height":481}