ରାତାରାତି ନୁହେଁ,  ପୂର୍ବ ଯୋଜନା ଅନୁସାରେ ହାର୍ଦ୍ଦିକଙ୍କୁ ମିଳିଛି ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ପଦ

Published By : Prameya-News7 Bureau | December 16, 2023 IST

ମୁମ୍ବାଇ: ରୋହିତ ଶର୍ମାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରୁ ହଟାଯିବା କେବଳ ତାଙ୍କ ପ୍ରଶଂସକ ନୁହେଁ କ୍ରିକେଟ୍ ସମୀକ୍ଷକ ଓ ପୂର୍ବତନ ଖେଳାଳିଙ୍କୁ ମଧ୍ୟ ବିସ୍ମିତ କରିଛି। କାହିଁକି ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଜାଇଜ ଆଇପିଏଲ୍ ଇତିହାସର ସଫଳ ଅଧିନାୟକଙ୍କ ସହ ଏପରି କଲା ତାହା ସଭିଙ୍କ ବୁଝିବା ବାହାରେ। କିନ୍ତୁ ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୫ କୋଟି ଟଙ୍କାରେ ଟ୍ରେଡ୍ କରି ଦଳରେ ସାମିଲ୍ କଲା, ସେବେଠୁ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା ଯେ, କଣ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେ। ସତକୁ ସତ ଗତକାଲି ସନ୍ଧ୍ୟାରେ ମୁମ୍ବାଇ ରୋହିତଙ୍କୁ ସ୍ଥାନରେ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି।

wp:heading {"level":4}

Also read- ଟିମ୍ ଇଣ୍ଡିଆ ପାଇଁ ବଡ ଝଟକା: ସାଉଥ୍ ଆଫ୍ରିକା ଗସ୍ତରୁ ବାଦ୍ ପଡିଲେ ଦୀପକ ଚହର ଓ ମହମ୍ମଦ ସାମୀ

/wp:heading

ଟିମ୍‌ର ଏହି ନିଷ୍ପତ୍ତି ରାତାରାତି ହୋଇଥିବା ନେଇ ଲୋକେ ଭାବୁଥିଲେ ହେଁ ଭିତିରି ରହସ୍ୟ ଅଲଗା ରହିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାର ଏହି ନିଷ୍ପତ୍ତି ଏବେର ନୁହେଁ । ଗତ ବର୍ଷ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଜାଇଜ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ୍ ପାଇଁ ଯୋଗାଯେଗା କରିଥିଲା। କିନ୍ତୁ ଅଧିନାୟକ କଲେ ହିଁ ସେ ମୁମ୍ବାଇକୁ ଯିବେ ବୋଲି କହିଥିଲେ। କିନ୍ତୁ ମୁମ୍ବାଇ ଏଥିରେ ରାଜି ହୋଇ ନ ଥିଲା। କିନ୍ତୁ ଏଥର ମୁମ୍ବାଇ ନିଜର ଆଭିମୁଖ୍ୟ ବଦଳାଇ ହାର୍ଦ୍ଦିକଙ୍କୁ କ୍ୟାପଟେନ୍ କରିଛି।

When Mukesh-Nita Ambani's Touching Gestures Moved Hardik Pandya In Tears,  Here's What Happened
bollywoodshaadis.com

ଇଣ୍ଡିଆନ ଏକ୍ସପ୍ରେସ ଅନୁସାରେ, ମୁମ୍ବାଇ ଫେରିବା ଲାଗି ହାର୍ଦ୍ଦିକ ପାଣ୍ଡ୍ୟା ସର୍ତ୍ତ ରଖିଥିଲେ । ଅଧିନାୟକ ଦାୟିତ୍ବ ମିଳିଲେ ହିଁ ସେ ଟିମ୍‌କୁ ଫେରିବେ ବୋଲି ପାଣ୍ଡ୍ୟା ସର୍ତ୍ତ ରଖିଥିଲେ । ଯୋଜନା ମୁତାବକ ତାହା  ହିଁ ହୋଇଛି। ପ୍ରଥମେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ । ପରେ ଡିସେମ୍ବର ୧୫ (ଶୁକ୍ରବାର)ରେ ପୂର୍ବ ଯୋଜନା ଅନୁସାରେ ତାଙ୍କୁ ଔପଚାରିକ ଭାବେ ମୁମ୍ବାଇର ଅଧିନାୟକ କରି ଦିଆଯାଇଛି । ଘଟଣାକ୍ରମ ଏମିତି ଘଟିଲା ଯେ, ଲୋକଙ୍କୁ ଏହା ହଠାତ ହେଲା ବୋଲି ଲାଗିବ । ପ୍ରଶଂସକ ମୁମ୍ବାଇ ଫ୍ରାଞ୍ଚାଇଜର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏହାର ପ୍ରଭାବରେ ମୁମ୍ବାଇ ଇଣ୍ଡିଆନ୍ସର ଇନଷ୍ଟାଗ୍ରାମରେ ଅନୁଗାମୀଙ୍କ ସଂଖ୍ୟା କେଇ ଘଣ୍ଟାରେ ଲକ୍ଷାଧିକ ହ୍ରାସପାଇଛି।

୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସରେ ଆଇପିଏଲ ଡେବ୍ୟୁ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ୨୦୨୧ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ହାର୍ଦ୍ଦିକଙ୍କୁ ୨୦୨୨ରେ ଗୁଜରାଟ ଟାଇଟନ୍ସ କିଣି ନେଇଥିଲା ଏବଂ ଅଧିନାୟକ କରାଇଥିଲା । ନିଜ ନେତୃତ୍ବରେ ହାର୍ଦ୍ଦିକ ପ୍ରଥମ ସିଜନରେ ଗୁଜରାଟକୁ ଚାମ୍ପିୟନ କରାଇବା ସହ ଦ୍ବିତୀୟ ସିଜନରେ ଦଳ ରନର ଅପ୍‌ ହୋଇଥିଲା ।

ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ୧୨୩ଟି ମ୍ୟାଚ୍‌ ଖେଳିସାରିଛନ୍ତି । ୧୧ଟି ପାଳିରେ ସେ ୩୦.୩୮ ଆଭରେଜ୍‌ ଏବଂ ୧୪୫.୮୬ ଷ୍ଟ୍ରାଇକ ରେଟ୍‌ ସହ ୨୩୦୯ ରନ କରିଛନ୍ତି । ସେଥିମଧ୍ୟରୁ ୧୦ଟି ଅର୍ଦ୍ଧଶତକ କରିଛନ୍ତି ପାଣ୍ଡ୍ୟା । ଏହା ବ୍ୟତୀତ ୮୧ଟି ମ୍ୟାଚ୍‌ରେ ୫୩ଟି ଓ୍ବିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.