କେବଳ ଶାହଦରା କି ସଲିମପୁର ନୁହେଁ ସଂସଦ ଭବନ, ସେନା ଭବନ ବି 'ଅଗ୍ନି ପରୀକ୍ଷା'ରେ ଫେଲ !

Published By : Prameya-News7 Bureau | December 08, 2019 IST

ନୂଆଦିଲ୍ଲୀ :  ରାଜଧାନୀ ଦିଲ୍ଲୀ ଅନାଜ ମଣ୍ଡି ଅଞ୍ଚଳରେ ରବିବାର ସକାଳେ ଲାଗିଥିବା ନିଆଁ  ୪୩ ଜଣଙ୍କ ମୃତ୍ୟୁର କାରଣ ପାଲଟିଛି। ସଦର ବଜାରର ସଙ୍କିର୍ଣ୍ଣ ଗଳି ଦେଇ ଦମକଳ ବିଭାଗ କର୍ମଚାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବା କଷ୍ଟକର ହୋଇପଡିଥିଲା। ଫଳରେ ନିଆଁକୁ ଆୟତ୍ତ କରିବା ଓ ଘରୁ ଲୋକଙ୍କୁ ଉଦ୍ଧାର କରିବା ଅଚାନକ ଦମକଳ ବିଭାଗ କର୍ମଚାରୀଙ୍କ ଲାଗି ସମ୍ଭବ ହୋଇନଥିଲା। କେବଳ  ସଦର, ଶାହଦରା ଅଥବା ସଲିମପୁରର ସଂକିର୍ଣ୍ଣ ଗଳି ନୁହେଁ ସୁରକ୍ଷା ଦୃଷ୍ଟିରୁ ସଂସଦ ଭବନ, ବାୟୁ ଭବନ ଓ ସେନା ଭବନ ଭଳି ରାଜଧାନୀରେ ଥିବା ଦେଶର ଗୁରୁତ୍ୱପୂର୍ଣ୍ଣ ଭବନଗୁଡିକ ବି ସୁରକ୍ଷିତ ନୁହଁନ୍ତି। 

{"id":195396,"width":578,"height":461,"sizeSlug":"large"}

ନିକଟରେ ଦିଲ୍ଲୀ ଅଗ୍ନିଶମ ବିଭାଗ (ଡିଏଫଏସ) ଏହି ସବୁ ଭବନର ସୁରକ୍ଷା ଯାଞ୍ଚ କରିଥିଲେ। ଏଥିରେ ଭିଭିଆଇପିଙ୍କ ଗତାଗତ ଥିବା ଏହି ସବୁ ବିଲ୍ଡିଂକୁ ଅଗ୍ନିକାଣ୍ଡରୁ ରକ୍ଷା କରିବା ଲାଗି ପର୍ଯ୍ୟାପ୍ତ ଉପାୟ କରାଯାଇନଥିବା ଦେଖିଥିଲେ। ଏଭଳି ପରିସ୍ଥିତିରେ ଯଦି ଅଗ୍ନିକାଣ୍ଡ ଘଟେ ତେବେ ଏହି ସବୁ ଭବନରେ ଅନେକ କ୍ଷୟକ୍ଷତିର ଆଶଙ୍କା କରାଯାଉଛି।

{"id":195398,"width":576,"height":561,"sizeSlug":"large"}

ଦିଲ୍ଲୀର ଭିଆଇପି ଅଞ୍ଚଳ ମନେ କରାଯାଉଥିବା ଲ୍ୟୁଟିୟନସରେ ଏଭଳି ୧୦୦ରୁ ଅଧିକ ବିଲ୍ଡିଂ ରହିଛି ଯେଉଁଠି ନିଆଁ ଲିଭାଇବା ବି କଷ୍ଟକର ହୋଇପଡିବ। ତେବେ ଦିଲ୍ଲୀର ଏହି ସବୁ ବିଲ୍ଡିଂ ଲାଗି ଏବେ ଆଉ ଏନଓସିର ଆବଶ୍ୟକତା ନଥିବା ଦିଲ୍ଲୀ ଫାୟାର ସର୍ଭିସ ମୁଖିଆ ଅତୁଲ ଗର୍ଗ କହିଛନ୍ତି। କାରଣ ଏଗୁଡିକ ଅତିପୁରୁଣା ହୋଇଗଲାଣି। ତେବେ ଯାଞ୍ଚ ବେଳେ ବିଲ୍ଡିଂମାନଙ୍କରେ ଥିବା ସମସ୍ୟା ନେଇ ମାଲିକମାନଙ୍କୁ ଜଣାଇ ଦିଆଯିବା ସହ ପରିବର୍ତ୍ତନ ଲାଗି ମଧ୍ୟ ପରାମର୍ଶ ଦିଆଯାଇଥିଲା।

{"id":195399,"sizeSlug":"large"}

ଅନ୍ୟପକ୍ଷରେ ପୂର୍ବତନ ଡିଏଫଏସ୍ ମୁଖ୍ୟ ଆର.ସି. ଶର୍ମାଙ୍କ ଅନୁସାରେ ଏହି ସବୁ ବିଲ୍ଡିଂ ଆଧୁନିକ ଆବଶ୍ୟକତା ପୁରଣ କରିବାକୁ ସକ୍ଷମ ନୁହଁନ୍ତି। ଏଗୁଡିକ ସୁରକ୍ଷାମାନକରେ ମଧ୍ୟ ସ୍ୱୟଂ ସମ୍ପୂର୍ଣ୍ଣ ନୁହଁନ୍ତି। ସଂସଦ ଭବନତ ଏଥି ଲାଗି ସମ୍ପୂର୍ଣ୍ଣ ଅଯୋଗ୍ୟ । ଏଥିରେ ବିଜେପିର ରୁମ ନମ୍ବର ୫ ନିକଟରେ ଥିବା ହୋସ ପାଇପ୍ ବି କାମ କରୁନଥିବା ଅଧିକାରୀ କହିଛନ୍ତି। ମୁଖ୍ୟ ପମ୍ପ ଓ ଡିଜେଲ ପମ୍ପରେ ଅଟୋ ମୋଡ ବି ନାହିଁ। କେଉଁଠି ହୋସ ବକ୍ସରେ ବ୍ରାଞ୍ଚ ପାଇପ୍ ନିଖୋଜ ତ କେଉଁଠି ଦୁଇଟି ସ୍ଥାନରେ ଗୋଟିଏ ମାତ୍ର ପାଇପ୍ ଥିବା ଦେଖାଯାଇଛି। ମୁଖ୍ୟ କଣ୍ଟ୍ରୋଲ ରୁମର ଫାୟାର ଆଲାର୍ମ ଓ ଡିଟେକ୍ସନ ପାନେଲ କାମ କରୁନି। ଫାୟାର ଟେଷ୍ଟ ବି ସଂସଦ ଭବନ ସମ୍ପୂର୍ଣ୍ଣ ଫେଲ ହୋଇଥିବା କହିଛନ୍ତି। ଏଣୁ ଏଭଳି ସ୍ଥଳେ ଯଦି ଦୁର୍ଭାଗ୍ୟ ବସତଃ ଅଗ୍ନି ଦୁର୍ଘଟଣା ଘଟେ ତେବେ ଧନଜୀବନ ହାନି ଏକ ପ୍ରକାର ସୁନିଶ୍ଚିତ ବୋଲି କୁହାଯାଇପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.