ଜାଣନ୍ତୁ ଭାରତ ବ୍ୟତୀତ ଅନ୍ୟ କେଉଁଠି ପାଳିତ ହୁଏ ମକର ସଂକ୍ରାନ୍ତି, ଲୋକେ କାହିଁକି ପାଳନ କରନ୍ତି ଉତ୍ସବ

Published By : Prameya-News7 Bureau | January 12, 2020 IST

ପୌଷ ସଂକ୍ରାନ୍ତିକୁ ସାରା ଦେଶରେ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ। ତେବେ କେବଳ ଭାରତ ନୁହେଁ ପଡୋଶୀ ନେପାଳ, ବାଂଲାଦେଶ, ଭୁଟ୍ଟାନ ଆଦି ଦେଶମାନଙ୍କରେ ବି ମକର ସଂକ୍ରାନ୍ତି ଧୁମଧାମରେ ପାଳନ କରାଯାଏ।  କୁହାଯାଏ ଏହି ଦିନରେ ଦାନ ଓ ପୂଣ୍ୟ ଅତ୍ୟନ୍ତ ପବିତ୍ର। ତେବେ ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିର ଅସଲ ଉଦ୍ଦେଶ୍ୟ

{"id":210417,"sizeSlug":"large"}

୧୫ ଜାନୁୟାରୀ ବୁଧବାର ସାରା ଦେଶରେ ମକର ସଂକ୍ରାନ୍ତି ପାଳିତ ହେବ। ଏହି ଦିନକୁ ଲୋକେ ଗୁଡି ଉଡାଇ ଓ ଅନ୍ୟ ଉତ୍ସବେ ସଂକ୍ରାନ୍ତି ପାଳନ କରନ୍ତି। ତେବେ ମକର ସଂକ୍ରାନ୍ତି ପାଳନ ଆଜିକାଲିର ନୁହେଁ ତ୍ରେତେୟା ଯୁଗରୁ ଦେଶରେ ପାଳିତ ହୋଇଆସୁଛି। ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ତାଙ୍କର ୩ ଭାଇ ଓ ହନୁମାନଜୀଙ୍କ ସହ ଗୁଡି ଉଡାଇଥିବାର ପରମ୍ପରା ଆଜିବି ଅଯୋଦ୍ଧ୍ୟାରେ ଅନୁକରଣ କରାଯାଉଛି। ତେବେ ମକର ସଂକ୍ରାନ୍ତିର ମହତ୍ୱ ଏତିକିରେ ଅନ୍ତ ନୁହେଁ, ଏହି ଦିନରେ ଶର ଶଜ୍ଜାରେ ଥିବା ପିତାମହ ଭିଷ୍ମ ତାଙ୍କ ଇହଲିଳା ସମ୍ବରଣ ଲାଗି ମନୋନୀତ କରିଥିଲେ।

{"id":210418,"width":578,"height":385,"sizeSlug":"large"}

ସୂର୍ଯ୍ୟ ଏହି ଦିନ ତାଙ୍କ ପୁତ୍ର ଶନିଙ୍କୁ ଭେଟିବା ଲାଗି ତାଙ୍କ ଘରକୁ ଯାଇଥିଲେ। ଏଣୁ ଶନିଦେବଙ୍କୁ ମକର ରାଶିର ଅଧିଶ୍ୱର ବୋଲି ଜ୍ୟୋତିଷ ଶାସ୍ତ୍ରରେ ପ୍ରଚଳିତ ରହିଛି। ଯେଉଁଥି ଲାଗି ଦିନଟିକୁ ମକରସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହା ଛଡା ଏହି ଦିନରେ ମାତା ଗଙ୍ଗା ଭଗୀରଥଙ୍କ ପଛରେ ଚାଲିଚାଲି କପିଳ ମୁନିଙ୍କ ଆଶ୍ରମ ହୋଇ ସାଗର ସହ ଯାଇ ମିସିଥିଲେ। ଏ ନେଇ ଭାରତୀୟ ଶାସ୍ତ୍ର ପୁରାଣରେ ବିସ୍ତୃତ ବିବରଣୀ ମଧ୍ୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.