ଜଣେ କି ଦୁଇ ଜଣ ନୁହେଁ ଅଧା ଡର୍ଜନ ଖେଳାଳି ଆହତ, ରୋହିତ-ଦ୍ରାବିଡଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲା ଖେଳାଳିଙ୍କ ଫିଟନେସ୍ ସମସ୍ୟା

Published By : Prameya-News7 Bureau | February 26, 2022 IST

ନୂଆଦିଲ୍ଲୀ ୨୬।୦୨: ଶ୍ରୀଲଙ୍କା ବିପକ୍ଷ ଦ୍ଵିତୀୟ ଟି-୨୦ ଠିକ୍ ପୂର୍ବରୁ ଯୁବ ଓପନର ଋତୁରାଜ ଗାଏକଓ୍ଵାଡ କହୁଣୀରେ ଆଘାତ କାରଣରୁ ସିରିଜରୁ ବାହାରି ଯାଇଛନ୍ତି। ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ଦଳରେ ସାମିଲ୍ କରାଯାଇଛି। ଗତ ଦୁଇଟି ସିରିଜ୍ ଉପରେ ନଜର ପକାଇଲେ ଦଳର ଅଧା ଖେଳାଳି ଆହତ ହୋଇଛନ୍ତି କିମ୍ବା ଜାତୀୟ କ୍ରିକେଟ୍ ଏକାଡେମୀରେ ରିହାବ ଦେଇ ଗତି କରୁଛନ୍ତି କିମ୍ବା ଘରେ ବିଶ୍ରାମ କରୁଛନ୍ତି। ଏହା ବର୍ତ୍ତମାନ ବିସିସିଆଇ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ ବୋର୍ଡକୁ ଟି-୨୦ ବିଶ୍ଵ କପ୍ ପାଇଁ ଦଳ ପ୍ରସ୍ତୁତ କରିବାର ଅଛି। ସେପଟେ ଦାବିଦାର ଖେଳାଳି ଆହତ କାରଣରୁ ଖେଳି ପାରୁ ନାହାନ୍ତି। ଆଉ ଏହି ସମସ୍ୟା ହିଁ ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବିଡଙ୍କ ବିଶ୍ଵ କପ୍ ଜିତିବା ସ୍ଵପ୍ନକୁ ଧୂଳିସାତ କରିପାରେ। ଉଲ୍ଲେଖଯୋଗ୍ୟ, ଦଳର ମ୍ୟାଚ୍ ବିଜେତା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏ ପର୍ଯ୍ୟନ୍ତ ଫିଟନେସ୍ ହାସଲ କରି ପାରି ନାହାନ୍ତି। ଆସନ୍ତୁ ଜାଣିବା ଆହତ କାରଣରୁ କେଉଁ ଖେଳାଳି ଦଳରୁ ବାହାରେ ଅଛନ୍ତି।

କେଏଲ ରାହୁଲ

{"id":593200,"sizeSlug":"full","linkDestination":"none"}

ଟିମ୍ ଇଣ୍ଡିଆର ଉପ ଅଧିନାୟକ କେଏଲ ରାହୁଲ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ୨୦୨୨ ଫେବୃଆରୀ ୯ରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଜଂଘ ମାସପେଂଶୀ ଟାଣିଥିଲା। ଏହି କାରଣରୁ ସେ ଶେଷ ଦିନିକିଆ ଏବଂ ଟି-୨୦ ସିରିଜ୍‌ରୁ ବାଦ୍ ପଡିଥିଲେ। ଏପରିକି ଶ୍ରୀଲଙ୍କା ବିପକ୍ଷ ବର୍ତ୍ତମାନ ଚାଲିଥିବା ଟି-୨୦ ସିରିଜ୍ ପାଇଁ ଫିଟ୍ ହୋଇ ନାହାନ୍ତି।

ଅକ୍ଷର ପଟେଲ୍

{"id":593201,"sizeSlug":"full","linkDestination":"none"}

ନିକଟରେ କୋଭିଡ୍-୧୯ରୁ ସୁସ୍ଥ ହୋଇଥିବା ଅକ୍ଷର  ପଟେଲ୍ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ ପାଇଁ ପ୍ରସ୍ତୁତି ସମୟରେ ଆହତ ହୋଇଛନ୍ତି। ତାଙ୍କୁକ ବେଙ୍ଗାଲୁରୁରେ ଜାତୀୟ କ୍ରିକେଟ୍ ଏକାଡେମୀରେ ରିହାବିଲିଟେସନରେ ରହିବାକୁ ପଡିଛି।

ସୂର୍ଯ୍ୟକୁମାର ଯାଦବ

{"id":593202,"sizeSlug":"full","linkDestination":"none"}

ଦଳର ମଧ୍ୟକ୍ରମର ଦମଦାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍ ପଡିଛନ୍ତି। ୩୧ ବର୍ଷୀୟ ଏହି ବ୍ୟାଟସମ୍ୟାନଙ୍କ ହାତରେ ହେୟାରଲାଇନ ଫ୍ୟାକ୍‌ଚର ଲାଗିଛି ଏବଂ ତାଙ୍କୁ ସିରିଜ୍‌ ପାଇଁ ଅନଫିଟ୍ ଘୋଷିତ କରାଯାଇଛି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଫିଲ୍ଡିଂ ସମୟରେ ତାଙ୍କୁ ଆହତ ଲାଗିଥିଲା। ସେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ ପ୍ଲେୟାର ଅଫ୍ ଦ ସିରିଜ୍ ବିବେଚିତ ହୋଇଥିଲେ।

ଦୀପକ ଚହର

{"id":593203,"sizeSlug":"full","linkDestination":"none"}

ଦୀପକ ଚହର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ର ଶେଷ ମ୍ୟାଚ୍‌ରେ ଦୁଇ ଓପନରଙ୍କୁ ଆଉଟ୍ କରିବା ପରେ ପଡିଆରୁ ବାହାରକୁ ଚାଲି ଯାଇଥିଲେ। ସେ କୋଲକାତାରେ ଖେଳାଯାଇଥିବା ମ୍ୟାଚ୍‌ରେ ନିଜର ଦ୍ଵିତୀୟ ଓଭର ବି ପୂରା କରି ପାରିନଥିଲେ। ଜଂଘ ମାଂଶପେସୀ ଟାଣି ଧରିବାରୁ ଚହର ମଧ୍ୟ  ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରୁ ବାଦ୍ ପଡିଛନ୍ତି।

ଋତୁରାଜ ଗାଏକଓ୍ଵାଡ

{"id":593204,"sizeSlug":"full","linkDestination":"none"}

ଋତୁରାଜ ଗାଏକଓ୍ଵାଡଙ୍କୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ରେ ଓପନର ଭାବେ ସୁଯୋଗ ମିଳିଥିଲା। ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଧ୍ୟ ସୁଯୋଗ ମିଳିଥିଲା। ତେବେ ମ୍ୟାଚ୍ ପୂର୍ବରୁ କହୁଣୀରେ ଆଘାତ ଲାଗିଥିଲା। ଏହି କାରଣରୁ ତାଙ୍କୁ ପୂରା ସିରିଜରୁ ବାହାରିବାକୁ ପଡିଛି।

ରବିଚନ୍ଦ୍ରନ ଅଶ୍ଵିନ

{"id":593205,"sizeSlug":"full","linkDestination":"none"}

ବରିଷ୍ଠ ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳରେ ସାମିଲ୍ ଥିଲେ। ମାତ୍ର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜ୍‌ରେ ସାମିଲ୍ କରାଯାଇନଥିଲା। ତେବେ ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ତାଙ୍କୁ ସାମିଲ୍ କରାଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.