ନୂଆ ଭାରିଏଣ୍ଟ ନୁହେଁ ଏଥର ନୂଆ ସାଥୀ ସହ ତାଣ୍ଡବ ରଚିବାକୁ ଆସୁଛି covid-19, ଜାଣନ୍ତୁ ଲକ୍ଷଣ

Published By : Prameya-News7 Bureau | October 29, 2022 IST

ନୂଆଦିଲ୍ଲୀ ୨୯।୧୦: ଏପର୍ଯ୍ୟନ୍ତ ଲୋକେ କରୋନା ଭାଇରସ ଓ ଏହାର ନୂଆ ନୂଆ ଭାରିଏଣ୍ଟକୁ ନେଇ ଚିନ୍ତିତ ଥିଲେ। ଭାରତରେ ଏହାର ଆଗାମୀ ଲହର ଆସିବ କି ନା, ଯଦି ଆସିବ କେବେ ? ବୋଲି ଲୋକେ ଜିଜ୍ଞାସୁ ଥିଲେ। ତେବେ ଏହି ସବୁ ପ୍ରଶ୍ନରେ କରୋନା ତାର ନୂଆ ସାଥୀ ବାଛି ନେଇଛି। ଏହି ଶୀତ ଋତୁରେ ଆରଏସଭି ଇନଫେକ୍ସନ ସହ ମିଶି କୋଭିଡ ତାଣ୍ଡବ ରଚିବାକୁ ଆସୁଛି। ଏହାର ପ୍ରାରମ୍ଭ ଆମେରିକାରେ ହୋଇଗଲାଣି।

ଆମେରିକାରେ ଡାକ୍ତର ଏବେ କରୋନା ଭାଇରସ, ଫ୍ଲୁ ଓ ଆରଏସଭି ଇନଫେକ୍ସନର ମିଳାମିଶା ଇନଫେକ୍ସନକୁ ନେଇ ଚିନ୍ତିତ ହୋଇପଡିଛନ୍ତି। ଭୂତାଣୁର ଏହି ନୂଆ ସ୍ୱରୁପ ଛୋଟଛୋଟ ପିଲାଙ୍କୁ କବଳିତ କରୁଛି। ଫଳରେ ଟେକ୍ସାସରେ ପିଲାଙ୍କ ହସ୍ପିଟାଲରେ ଏବେ ଶଜ୍ଜା ଅଭାବ ପଡିଲାଣି। ଏହି ମିଳିତ ଭୂତାଣୁ ଆକ୍ରମଣର ଆଗାମୀ ଟାର୍ଗେଟ୍ ଇୟୁରୋପ ହୋଇପାରେ ବୋଲି ଅନୁମାନ କରାଯାଉଛି।

{"id":701937,"sizeSlug":"full","linkDestination":"none"}

ଆମେରିକାରେ ଆରଏସଭି ଇନଫେକ୍ସନ ଗତ ୨ ବର୍ଷ ହେଲା ଦେଖିବାକୁ ମିଳୁଛି। ହେଲେ ଏଥିରେ ଏବେ ଏହାକୁ କୋଭିଡ-୧୯ ଓ ଓମିକ୍ରନ ଭଳି ଭାରିଏଣ୍ଟର ସାଥ ମିଳିଯାଇଛି। ଫଳରେ ମାମଲା ତୀବ୍ର ବଢୁଛି। ଆମେରିକା ମିଡିଆ ରିପୋର୍ଟ ଅନୁସାରେ କୋଭିଡ-୧୯ ଓ ଆରଏସଭି କାରଣରୁ ପିଲାଙ୍କ ଠାରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି। ଏହା ଏହି ଦୁଇ ଭାଇରସଙ୍କ ପ୍ରମୁଖ ଲକ୍ଷଣ ହୋଇପାରେ।

ଶୀତ ଋତୁରେ ଫ୍ଲୁର ଆଶଙ୍କା ସାଧାରଣ କଥା। ହେଲେ ଏଥିରେ କୋଭିଡ-୧୯ ଓ ଆରଏସଭି ଇନଫେକ୍ସନ ବଢୁଥିବା ବେଳେ ଫ୍ଲୁ ଇନଫେକ୍ସନ ନୂଆ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ଯଦି ଏହି ୩ଟି ଭାଇରସ ଏକାଠି ହୋଇଯାଆନ୍ତି ତେବେ ନାକରୁ ପାଣି ବୋହିବା, କାସ, ଭୋକ ହ୍ରାସ ହେବା, ଛିଙ୍କ, ଜ୍ୱର,ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ, ନିଶ୍ୱାସ ନେଲେ ଶବ୍ଦ କରିବା, ଶୀତ ଲାଗିବା ଆଦି ଲକ୍ଷଣ ଦେଖାଯାଇପାରେ।

{"id":701938,"sizeSlug":"full","linkDestination":"none"}

ଆରଏସଭି ଭୂତାଣୁ ମଧ୍ୟ କୋଭିଡ-୧୯ଏବଂ ଓମିକ୍ରନ ଭୂତାଣୁ ଭଳି ବ୍ୟାପିପାରେ। ଏହା ଭାଇରସ ସଂକ୍ରମିତ ବ୍ୟକ୍ତିର କାସ ଓ ଛିଙ୍କରୁ ବ୍ୟାପିଥାଏ। କେବଳ ଏତିକି ନୁହେଁ ଭାଇରସ ଥିବା ସ୍ଥାନକୁ ଛୁଇଁଲେ ମଧ୍ୟ ଭୂତାଣୁ ବ୍ୟାପିପାରେ। ଏଣୁ ଏଥିରୁ ବର୍ତ୍ତିବା ଲାଗି ମାସ୍କ, ସାନିଟାଇଜର, ସଫାସୁତରା ଓ ଆଇସୋଲେସନ ଜରୁରି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.