ନ ହସିଲେ ଲାଗୁ ହେବ ଜରିମାନା, କର୍ମଚାରୀଙ୍କର କଟିବ ୬ମାସର ଦରମା

Published By : Prameya-News7 Bureau | July 16, 2022 IST

ନୂଆଦିଲ୍ଲୀ ୧୬।୦୭: ଘର ହେଉ ବା ଅଫିସ୍‌, ସବୁବେଳେ ହସିବା ଜରୁରୀ । ତେବେ ଏହା ବାଧ୍ୟତାମୂଳକ ନୁହେଁ । କିନ୍ତୁ ନିକଟରେ ଏକ ସ୍ଥାନରେ ଏହି ଆଦେଶ ଲାଗୁ ହୋଇଛି। ଏହା ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ହସିବା ବାଧ୍ୟତାମୂଳକ କରାଯାଇଛି । କେବଳ ସେତିକି ନୁହେଁ, ନ ହସିଲେ ଜରିମାନା ଲାଗୁ କରିବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି । ଏନେଇ ମେୟର ସ୍ପଷ୍ଟ କରି କରିଛନ୍ତି, ଏହି ଆଦେଶ ପାଳନ କରୁନଥିବା କର୍ମଚାରୀଙ୍କର ୬ ମାସର ଦରମା ମଧ୍ୟ କଟାଯାଇପାରେ। ସେମାନେ ଚାକିରିରୁ ସସ୍‌ପେଣ୍ଡ ମଧ୍ୟ ହୋଇପାରନ୍ତି ।

ତେବେ ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ମେୟର ଏରିଷ୍ଟୋଟଲ୍‌ ଅଗୁରି ଲାଗୁ କରିଥିବା ଏହି ନୀତିର ନାମ ହେଉଛି ‘ସ୍ମାଇଲ୍‌ ପଲିସି’ । ସ୍ଥାନୀୟ ସ୍ତରରେ ମେୟର ସେବାରେ ସୁଧାର ଆଣିବାକୁ ଚାହୁଁଛନ୍ତି । ଏହା ଦ୍ୱାରା କାମ କରିବାକୁ ଅଫିସ୍‌କୁ ଆସିବାକୁ ଚାହୁଁଥିବା ଲୋକଙ୍କୁ ଖୁସି ଭରା ପରିବେଶ ମିଳିପାରିବ ବୋଲି ସେ କହିଛନ୍ତି । ଏହି ନିୟମ ଜରିଆରେ ସେ ସରକାରୀ କର୍ମଚାରୀଙ୍କ ବ୍ୟବହାର ବଦଳାଇବାକୁ ଚାହାନ୍ତି । ଏହା ବ୍ୟତୀତ କହିଛନ୍ତି, ସ୍ଥାନୀୟ ସ୍ତରରେ ମିଳୁଥିବା ଅଭିଯୋଗକୁ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ଏରିଷ୍ଟୋଟଲ୍‌ ଚଳିତ ମାସ ଲୁଜନ୍‌ ଦ୍ୱୀପର କ୍ୟୁଜନ୍‌ ପ୍ରାନ୍ତର ମୁଲାନେ ଟାଉନ୍‌ରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଏହାର କିଛି ଦିନ ପରେ ସେ ସ୍ମାଇଲ୍‌ ପଲିସି ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.