ଭାରତୀୟ ଦଳ ହେଡ୍ କୋଚ୍ ଚୟନରେ ବଡ ଟ୍ଵିଷ୍ଟ, ଗମ୍ଭୀରଙ୍କ ବ୍ୟତୀତ ଏହି ବ୍ୟକ୍ତିଙ୍କ ସାକ୍ଷାତକାର ନେଲା ବିସିସିଆଇ

Published By : Prameya-News7 Bureau | June 18, 2024 IST

abp live

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ ଟି-୨୦ ବିଶ୍ବକପରେ ସୁପର ୮ରେ ଖେଳିବା ଲାଗି ପ୍ରସ୍ତୁତି କରୁଛି । କିନ୍ତୁ ସଭିଙ୍କ ନଜର ଭାରତୀୟ ଟିମ୍‌ର ପରବର୍ତ୍ତୀ ମୁଖ୍ୟ କୋଚ୍‌ ଚୟନ ଉପରେ ରହିଛି।  ଟି-୨୦ ବିଶ୍ଵକପ୍ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଖୁବଶୀଘ୍ର ନୂଆ ମୁଖ୍ୟ କୋଚ୍‌ଙ୍କ ନାଁ ଘୋଷଣା କରିବ ବିସିସିଆଇ ।  ଏଥିପାଇଁ କୋଚ୍ ଚୟନ ପ୍ରକ୍ରିୟା ପୂରା ହୋଇ ସାରିଛି। ଆଜି ଗୌତମ ଗମ୍ଭୀର ସାକ୍ଷାତକାର ଦେଇଛନ୍ତି। ମୁଖ୍ୟ କୋଚ୍‌ ରେସ୍‌ରେ ସବୁଠୁ ଆଗରେ ଅଛଣ୍ତି ଗୌତମ ଗମ୍ଭୀର । କିନ୍ତୁ ଏବେ ତାଙ୍କର ଆଉ ପ୍ରତିଯୋଗୀ ସାମ୍ନାକୁ ଆସିଛନ୍ତି । ଗମ୍ଭୀରଙ୍କ ପରେ ଡବ୍ଲ୍ୟୁଭି ରମଣ ବିସିସିଆଇକୁ ସାକ୍ଷାତକାର ଦେଇଥିବା ଜଣାପଡ଼ିଛି । 

Also read: ଫୁଟବଲ୍‌ରେ ମାହିଙ୍କ ଦବ୍‌ଦବା: ରୋନାଲ୍ଡୋଙ୍କ ଫଟୋ ପକାଇ ଧୋନୀଙ୍କୁ ସମ୍ମାନ ଜଣାଇଲା FIFA

ବିସିସିଆଇର କ୍ରିକେଟ ପରାମର୍ଶଦାତା ସମିତି (ସିଏସି) ଗୌତମ ଗମ୍ଭୀର ଏବଂ ଡବ୍ଲୁଭି ରମଣଙ୍କ ସାକ୍ଷାତକାର ନେଇଛି।  ଦୁଇ ପୂର୍ବତନ କ୍ରିକେଟର  ଭିଡିଓ କନଫରେନ୍ସିଂ ଜରିଆରେ ସାକ୍ଷାତକାର ଦେଇଛନ୍ତି । ସେମାନେ ଭାରତୀୟ କ୍ରକେଟକୁ ନିଜ ନିଜର ବିଚାର ଏବଂ ରୋଡ ମ୍ୟାପକୁ ନେଇ ପ୍ରେଜେଣ୍ଟେସନ୍‌ ଦେଇଛନ୍ତି । ପ୍ରେଜେଣ୍ଟେସନ୍‌ ଦେଖିବା ପୂର୍ବରୁ ସମିତି ପକ୍ଷରୁ ଗମ୍ଭୀର ଏବଂ ରମଣଙ୍କୁ କେତେକ ପ୍ରଶ୍ନ ପଚରା ଯାଇଥିଲା । ଏହି ସାକ୍ଷାତକାର ୪୦ ମିନିଟ୍‌ ଧରି ଚାଲିଥିଲା । ଆଜି ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ଆସନ୍ତକାଲି ହେବ । 

ସେପଟେ ମୁଖ୍ୟ କୋଚ୍‌ ଲାଗି ବଡ଼ ଦାବିଦାର ଗମ୍ଭୀର ବୋଲି କୁହାଯାଉଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଗୌତମ ଗମ୍ଭୀର ନାଁ ମୋହର ମାରିପାରେ ବିସିସିଆଇ । ସିଏସି ଅଧ୍ୟକ୍ଷ ମାଲହୋତ୍ରା ଏବଂ  ସହଯୋଗୀ ଗମ୍ଭୀରଙ୍କ ସହ କଣ ଆଲୋଚନା କରିଛନ୍ତି ତାହା ଜଣାପଡ଼ିନାହିଁ । କିନ୍ତୁ ଆଗାମୀ ୩ ବର୍ଷ ଯାଏଁ ଟିମ୍‌ ଇଣ୍ଡିଆକୁ ନେଇ ଗମ୍ଭୀରଙ୍କ ରଣନୀତି କଣ ହେବ ତା ଉପରେ ବିସ୍ତୃତ ଆଲୋଚନା ହୋଇଥାଇପାରେ ବୋଲି କୁହାଯାଉଛି । 

ଟି-୨୦ ବିଶ୍ବକପ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଗୌତମ ଗମ୍ଭୀର ତାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଲଗାତାର ଖବର ପ୍ରକାଶ ପାଉଛି । ଶେଷରେ ଗମ୍ଭୀରଙ୍କୁ ହିଁ ଏହି ଗୁରୁଦାୟିତ୍ବ ଦିଆଯାଇପାରେ ବୋଲି ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଏଭଳି ସମୟରେ ଡବ୍ଲ୍ୟୁଭି ରମଣଙ୍କୁ ସାକ୍ଷାତକାରରେ ସାମିଲ କରି ବିସିସିଆଇ ମୁଖ୍ୟ କୋଚ୍‌ ଚୟନ ପ୍ରକ୍ରିୟାରେ ବଡ଼ ଟ୍ବିଷ୍ଟ ଆଣିଛି । ୪୨ ବର୍ଷୀୟ ଗମ୍ଭୀର ୨୦୨୪ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ମେଣ୍ଟର ଥିଲେ ଏବଂ ଦଳ ଚାମ୍ପିଅନ ହେବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହା ପରେ ଗମ୍ଭୀରଙ୍କୁ ନେଇ ବିସିସିଆଇ ବେଶ ଉତ୍ସାହିତ ହୋଇପଡ଼ିଛି । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.