ନୂଆଦିଲ୍ଲୀ: ଉତ୍ତରକାଶୀରେ ନିର୍ମାଣଧିନ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧ ସ୍ତରରେ ଉଦ୍ୟମ କରାଯାଉଛି । ଶ୍ରମିକଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଅତ୍ୟାଧୁନିକ ମେସିନ ସହ ବିଦେଶରୁ ବି ସହାୟତା ନିଆଯାଉଛି । ଏହାରି ଭିତରେ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଉତ୍ତରାଖଣ୍ଡର ସିଲକୟାରା ସୁଡ଼ଙ୍ଗ ନିର୍ମାଣରେ ସାମିଲ କମ୍ପାନିରେ ଆଦାନୀ ଗ୍ରୁପର ଅଂଶଧନ କରିଛି । ଏବେ ଏହା ଉପରେ ଆଦାନୀ ଗ୍ରୁପ ଏକ ବୟାନ ଜାରି କରି କହିଛି ଯେ ସୁଡ଼ଙ୍ଗ ନିର୍ମାଣରେ ଗ୍ରୁପର କୌଣସି କମ୍ପାନି ସାମିଲ ନାହିଁ । ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ କମ୍ପାନି ମିଛ ବୋଲି କହିଛି ।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ଗ୍ରୁପ ଏକ ବୟାନ ସେୟାର କରିଛି । ଏଥିଲେ ଲେଖାଯାଇଛି, 'ଉତ୍ତରାଖଣ୍ଡରେ ଟନେଲରେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ଆମ ଯୋଡିବାକୁ କିଛି ଅପଚେଷ୍ଟା କରୁଥିବା ଆମ ନଜରକୁ ଆସିଛି । ଏପରି ଅପଚେଷ୍ଟା ଓ ଏହା କରୁଥିବା ଲୋକଙ୍କୁ କଡ଼ା ନିନ୍ଦା କରୁଛୁ । ଆମେ ଜୋର ଦେଇ କହୁଛୁ ଯେ ଆଦାନୀ ଗ୍ରୁପ କିମ୍ୱା ଏହାର କୌଣସି ସହଯୋଗୀ ସଂସ୍ଥାର ଟନେଲ ନିର୍ମାଣ ସହ ସିଧା କିମ୍ୱା ପରୋକ୍ଷରେ ବି କୌଣସି ସମ୍ପର୍କ ନାହିଁ'।
wp:html/wp:htmlClarification on nefarious attempts to link us to the unfortunate collapse of a tunnel in Uttarakhand. pic.twitter.com/4MoycgDe1U
— Adani Group (@AdaniOnline) November 27, 2023
ନଭେମ୍ୱର ୧୨କୁ ମାଟି ଖସିବା ପରେ ନିର୍ମାଣଧିନ ଟନେଲର ଗୋଟିଏ ଭାଗ ଭୁଶୁଡ଼ି ପଡ଼ିଥିଲା । ଏହାପରେ ଭିତରେ କାମ କରୁଥିବା ୪୧ ଶ୍ରମିକ ଫସି ରହିଛନ୍ତି । ସିଲକୟାରା-ବାରକୋଟ ଟନେଲ ଚାରଧାମ ରୋଡ ପ୍ରୋଜେକ୍ଟର ଅଂଶ ଅଟେ ।