୨୪ଘଣ୍ଟାରେ ୧୩ଶହ ଟଙ୍କା ଶସ୍ତା ହେଲା ସୁନା, ଜାଣନ୍ତୁ ୧୦ଗ୍ରାମ ଦର କେତେ?
18/11/2023 at 6:30 PM

ନୂଆଦିଲ୍ଲୀ ୧୮।୧୧: ଗତ ସପ୍ତାହରେ ସୁନା ଦର ରେକର୍ଡ ସ୍ତରକୁ ଛୁଇଁଥିଲା। ଏହି ଦରକୁ ସୁନାର ‘ଲାଇଫଟାଇମ’ ଦର କୁହାଯାଇଥିଲା। ତେବେ ଏହି ଦରରେ ସୁନା ବେଶି ସମୟ ସ୍ଥିର ରହିପାରି ନାହିଁ। ମାତ୍ର ୨୪ ଘଣ୍ଟାରେ କ୍ରାସ ହୋଇଯାଇଛି। ଦିପାବଳୀର ୪ ଦିନ ପରେ ଅଚାନକ ସୁନା ଦର ରକେଟ୍ ଗତିରେ ବଢିବା ସହ ୧୦ଗ୍ରାମ ପିଛା ଦର ୬୧,୯୧୪ ଟଙ୍କାକୁ ପହଞ୍ଚି ଯାଇଥିଲା। ଏହାକୁ ସୁନାର ଲାଇଫଟାଇମ ଦର କୁହାଯାଇଥିଲା।
ତେବେ ଶୁକ୍ରବାର ୧୦ଗ୍ରାମ ସୁନା ଦରରେ ୧୩ଶହ ଟଙ୍କା ହ୍ରାସ ହୋଇଛି। ଏହି ହ୍ରାସ ଫେଡ୍ ପକ୍ଷରୁ ସୁଧହାରରେ ବୃଦ୍ଧି ସଂକେତ ଦୃଷ୍ଟିରୁ ହୋଇଛି। ଏଣୁ ସପ୍ତାହ ଶେଷ ହେବା ପୂର୍ବରୁ ସୁନା ଦର ପୁଣି ଥରେ ୬୧ହଜାର ସ୍ତରରୁ ପଛକୁ ଫେରିଛି। ତେବେ ଦେଶରେ ଏବେ ସୁନାର କାରବାର ଦର କେତେ ଆସନ୍ତୁ ଜାଣିବା।

୨୪ ଘଣ୍ଟାରେ ସୁନା ୧୩୦୦ ଟଙ୍କା ଶସ୍ତା
ଗୁରୁବାର ପ୍ରତି ୧୦ ଗ୍ରାମ ସୁନାଦର ୬୧,୯୦୦ ଟଙ୍କା ସ୍ତରକୁ ପାର କରିଯାଇଥିଲା ଓ ଲାଇଫ ଟାଇମ୍ ହାଇକୁ ପହଞ୍ଚିଥିଲା। ଏହା ପରେ ଫେଡରୁ ଡିସେମ୍ବର ମାସରେ ସୁଧହାର ସଂଶୋଧନର ସଂକେତ ମିଳିଥିଲା। ଫଳରେ ଡଲାର ଇଣ୍ଡେକ୍ସରେ ଅଭିବୃଦ୍ଧି ଦେଖାଦେଇଥିବା ବେଳେ ସୁନାଦର ତଳମୁହାଁ ଖସିଥିଲା। ଉଚ୍ଚ ଦରରେ ୨୪ ଘଣ୍ଟା ବିତି ନଥିଲା ସୁନା ୧୦ ଗ୍ରାମ ଦରରେ ଏକାଥରରେ ୧୩ଶହ ଟଙ୍କା ହ୍ରାସ ହୋଇଥିଲା। ଶୁକ୍ରବାର କାରବାର କାଳରେ ୧୦ଗ୍ରାମ ପିଛା ୬୦,୬୩୩ଟଙ୍କା ଦରରେ ନିମ୍ନସ୍ତରକୁ ଆସିଥିଲା।
ଲାଇଫ ଟାଇମ୍ ହାଇରୁ ଖସିଲା ଏତିକି
ଶୁକ୍ରବାର ମଲ୍ଟି କମଡିଟି ଏକ୍ସଚେଞ୍ଜ ବନ୍ଦ ହେବା ବେଳକୁ ୧୦ଗ୍ରାମ ପିଛା ସୁନା ମୂଲ୍ୟ ୬୦,୭୧୩ ଟଙ୍କା ଥିଲା। ତେବେ ଏହା ପୂର୍ବରୁ ଗୁରୁବାର ୧୦ଗ୍ରାମ ସୁନାପିଛା ଦର ୬୧,୯୧୪ ଟଙ୍କା ସ୍ତରକୁ ପହଞ୍ଚି ଯାଇଥିଲା। ଏହାର ଅର୍ଥ ସୁନା ଦର ଲାଇଫଟାଇମ ହାଇ ସ୍ତରରୁ ଏବେବି ୧୨ଶହ ଟଙ୍କା ଶସ୍ତା ରହିଛି। ଫଳରେ ଶୁକ୍ରବାର ୧୦ଗ୍ରାମ ପିଛା ସୁନା ଦର ପୁଣି ୬୧ ହଜାରକୁ ଫେରିଆସିଛି। ହେଲେ ଉଚ୍ଚତମ ସ୍ତରରୁ ଆଗକୁ ଯାଇ ପାରିନାହିଁ। ଡଲାର ଇଣ୍ଡେକ୍ସ ବୃଦ୍ଧିର ପ୍ରଭାବ ଶୁକ୍ରବାର ସୁନା ଦର ଉପରେ ସ୍ପଷ୍ଟ ଦେଖାଯାଉଛି।
ଅନ୍ତର୍ଜାତୀୟ ବଜାରରେ ୪ ମାସର ସର୍ବନିମ୍ନ ସ୍ତରକୁ ଖସିଲା ଅଶୋଧିତ ତୈଳ ଦର, ଜାଣନ୍ତୁ କେତେ?