ଗାଡି ଚଳାଇବା ବେଳେ କରନ୍ତୁନି ଏପରି କାମ, ନହେଲେ ବାତିଲ୍ ହେବ DL
21/08/2020 at 10:07 AM

Image Courtesy : bristolpost
ଭୁବନେଶ୍ବର ୨୧।୮: ମଦ ପିଇ ଗାଡି ଚଳାଇଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଗାଡି ଚଳାଇବା ବେଳେ ମୋବାଇଲରେ କଥାହେଲେ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇପାରେ । ନିର୍ଦ୍ଧାରିତ ବେଗଠାରୁ ମଧ୍ୟ ଅଧିକ ବେଗରେ ଗାଡି ଚଳାଇଲେ ବାତିଲ ହୋଇଯିବ ଲାଇସେନ୍ସ । ଯଦି କୌଣସି ଗାଡି ଚାଳକ ଏପରି ଭୁଲ କରନ୍ତି ତେବେ ୩ ମାସ ଯାଏଁ ଲାଇସେନ୍ସ ବାତିଲ କରିଦିଆଯିବ । ପରିବହନ କମିଶନରଙ୍କ ପକ୍ଷରୁ ଏହି ନୂଆ ନିୟମ ଲାଗୁ କରାଯାଇଛି ।