Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ବିଜେପି ଅଭିଯୋଗର ଜବାବ ଦେବାକୁ ସଂସଦରେ ସୁଯୋଗ ମିଳୁନି, ଅନୁମତି ଦେଲେ ଉତ୍ତର ରଖିବି ବୋଲି କହିଲେ ରାହୁଲ ଗାନ୍ଧୀ

16/03/2023 at 4:49 PM

ନୂଆଦିଲ୍ଲୀ: ବ୍ରିଟେନ୍‌ରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ବିଜେପି ୪ ମନ୍ତ୍ରୀ ତାଙ୍କ ଠାରୁ କ୍ଷମା ଦାବି କରୁଥିବା ବେଳେ ଏହାର ଜବାବ ଦେବାକୁ ରାହୁଲଙ୍କୁ ସୁଯୋଗ ଦିଆଯାଉନି ବୋଲି ସେ ଅଭିଯୋଗ କରିଛନ୍ତି।

ରାହୁଲ କହିଛନ୍ତି ଯେ ସେ ଜଣେ ସାଂସଦ। ତେଣୁ ସଂସଦରେ ପ୍ରଶ୍ନର ଉତ୍ତର ଦେବା ତାଙ୍କର କର୍ତ୍ତବ୍ୟ। ଆଗ ସଂସଦରେ ଉତ୍ତର ଦେବାକୁ ଅନୁମତି ଦିଆଯାଉ ତା ପରେ ମୁଁ ମିଡିଆକୁ ଏ ବିଷୟରେ ସୂଚନା ଦେବି ବୋଲି ରାହୁଲ ଗୁରୁବାର ମିଡିଆକୁ କହିଛନ୍ତି।

ରାହୁଲଙ୍କ ଅଭିଯୋଗ ଅନୁସାରେ, ସେ ସଦନକୁ ଯିବାର ଗୋଟିଏ ମିନିଟ୍ ପରେ ଗୃହ ମୁଲତବୀ କରାଯାଇଥିଲା। ଫଳରେ ସେ ବିଜେପି ନେତାମାନଙ୍କୁ ଜବାବ ଦେଇପାରି ନଥିଲେ। ତାଙ୍କୁ ଜବାବ ଦେବାକୁ ଅନୁମତି ମିଳିଲେ ଯାଇ ଏହାର ଜବାବ ଦେବେ ବୋଲି ରାହୁଲ କହିଛନ୍ତି।  

ସେ କହିଛନ୍ତି “ ସଦନରେ ମୁଁ କେମିତି ଅନୁଭବ କରୁଛି ସେ ବିଷୟରେ କହିବାକୁ ଆଜି ସକାଳେ ମୁଁ ସଂସଦ ଯାଇଥିଲି। ଗୃହରେ ମୋତେ କହିବାକୁ ଅନୁମତି ଦେବା ମୋର ଅଧିକାର। ତେଣୁ ମୋତେ କହିବାକୁ ସୁଯୋଗ ଦେବା ପାଇଁ ଲୋକସଭା ଅଧ୍ୟକ୍ଷକଙ୍କୁ ମୁଁ ଅନୁରୋଧ କରିଥିଲି। ହେଲେ। ହେଲେ ସେ ହସିଦେଇଥିଲେ।”

ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି “ ଆଜି ସକାଳେ ରାହୁଲ ସଂସଦରେ ଉପସ୍ଥିତ ରହି ନିଜ ବକ୍ତବ୍ୟ ଉପରେ ସଫେଇ ରଖିବାକୁ ଲୋକସଭା ସ୍ପିକର ଓମ୍ ବିର୍ଲାଙ୍କୁ ଅନୁରୋଧ କରିଥିଲେ।”

ବିଜେପି କ୍ଷମା ଦାବି କରୁଛି। ଏନେଇ କଣ କହିବେ ବୋଲି ରାହୁଲଙ୍କୁ ପାଚାରିବାରୁ ସେ କହିଛନ୍ତି  “ମୁଁ ଦେଶ ବିରୋଧୀ କୌଣସି ମନ୍ତବ୍ୟ ଦେଇ ନାହିଁ। ଯଦି ସେମାନେ ମୋତେ କହିବାକୁ ଅନୁମତି ଦେବେ ମୁଁ ସଂସଦରେ ମୋ କଥା ରଖିବି।”

ବ୍ରିଟେନ୍‌ରେ ରାହୁଲଙ୍କର ଭାଷଣକୁ ନେଇ ଗୃହର ଉଭୟ ସଦନରେ ହଙ୍ଗାମା ହୋଇଥିଲା। ବିଜେପି-ଓ ବିରୋଧୀଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ରାହୁଲଙ୍କ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରୁଥିବା ବେଳେ ଯୁଗ୍ମ ସଂସଦୀୟ କମିଟି ଗଠନ କରି ଆଦାନୀ-ହିଣ୍ଡନବର୍ଗ ମାମଲାର ତଦନ୍ତ କରାଯାଉ ବୋଲି କଂଗ୍ରେସ କହିଛି।

   Related Posts