ଏବେ ପବନ ନୁହେଁ ପାଣି ଦ୍ୱାରା ବ୍ୟାପିବ କରୋନା, ଜାଣନ୍ତୁ କ’ଣ କହୁଛନ୍ତି WHO
26/08/2023 at 5:03 PM

ନୂଆଦିଲ୍ଲୀ ୨୬।୮: ବିଶ୍ୱରେ କରୋନା ଭାଇରସ ମହାମାରୀ ଆରମ୍ଭ କାଳରେ ବିଶେଷଜ୍ଞ ଏହା କେବେବି ସମାପ୍ତ ନ ହେବା ପରି ଏକ ବେମାରୀ ବୋଲି ସତର୍କ କରିଥିଲେ। କରୋନା ଭାଇରସ ଏହାର ରୂପ ବଦଳାଇବ ଓ ସମୟ ସହିତ ଏହା ଦୁର୍ବଳ ହୋଇପଡିଲେ ବି ଏହା ସମାପ୍ତ ହେବ ..ବିଶେଷଜ୍ଞଙ୍କ କହିଥିବା କଥା ଏବେ ସତ୍ୟରେ ପରିଣତ ହୋଇଛି। ଏବେ ପୁଣି ଥରେ ସାରା ବିଶ୍ୱରେ କରୋନା ମାମଲା ବଢିବାରେ ଲାଗିଛି। ଗୁରୁତର ରୋଗରେ ଆକ୍ରାନ୍ତ ଲୋକଙ୍କର କରୋନାରେ ମୃତ୍ୟୁ ମଧ୍ୟ ହେଉଛି। ଏବେ କରୋନା ଭାଇରସ କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ନୂଆ ଅପଡେଟ୍ ଦେଇଛନ୍ତି।
କରୋନାର ନୂଆ ଭ୍ୟାରିଏଣ୍ଟ ପାଇଁ ସତର୍କ ହେଲେ କେନ୍ଦ୍ର ସରକାର, ଉଚ୍ଚସ୍ତରୀୟ ବୈଠକ ଡାକି ରାଜ୍ୟକୁ ପରାମର୍ଶ
ଗତ ୧ ମାସ ହେଲା କରୋନାର ନୂଆ ଭାରିଆଣ୍ଟର ୯ ଅଲଗା ଅଲଗା ସିକ୍ୱେନ୍ସ ମିଳିଛି। ଗତ ଅଗଷ୍ଟ ୧୭ ତାରିଖ ଦିନ ଡବ୍ଲୁଏଚଓ କରୋନାର ବିଏ.୨.୮୬କୁ ମନିଟରିଂ କରିବା ଆରମ୍ଭ କରିଥିଲେ। ୟୁରୋପ, ଆଫ୍ରିକା ଓ ଆମେରିକାର ଅଲଗା ଅଲଗା ଅଞ୍ଚଳରୁ ୯ଟି ଅଲଗା ଅଲଗା ସିକ୍ୱେନ୍ସ ମିଳିଛି। ଯଦିଓ ଏହି ଭାରିଆଣ୍ଟ ଯୋଗୁ ମୃତ୍ୟୁର ଖବର ନାହିଁ ତଥାପି ଥାଇଲ୍ୟାଣ୍ଡ ଓ ସ୍ୱିଜରଲ୍ୟାଣ୍ଡରେ ପାଣିରେ ବିଏ.୨.୮୬ କୋଭିଡ ଭାରିଆଣ୍ଟ ମିଳିଥିବା ଜଣାପଡିଛି। ତେବେ ଏହି ଭାରିଆଣ୍ଟ ଏବେ ଅଣ୍ଡର ମନିଟରିଂ ଅଛି। ଯଦିଓ କରୋନାର ଏହି ପ୍ରକାର ଯୋଗୁ ଅଧିକ କ୍ଷତି ହେଉ ନାହିଁ, ତେବେ ପାଣିରେ ଏହା ମିଳୁଥିବାରୁ ସାବଧାନତା ଅବଲମ୍ବନ କରାଯାଉଛି।

ଏସିୟ ଦେଶମାନଙ୍କ ମଧ୍ୟରୁ ସବୁଠୁ ଅଧିକ ମାମଲା ଥାଇଲ୍ୟାଣ୍ଡରୁ ଆସୁଛି। ଗତ ୧ ମାସ ହେଲା ଥାଇଲ୍ୟାଣ୍ଡରେ ୧,୩୬୬ଟି କେସ ରିପୋର୍ଟ ହୋଇଛି। ଏହା ପଛକୁ ଭାରତରେ ୧୩୩୫ଟି ମାମଲା ରିପୋର୍ଟ ହୋଇଥିବା ବେଳେ ବାଂଲାଦେଶରେ ୧ ମାସରେ ୧ ହଜାର ୧୮୮ଟି ମାମଲା ରିପୋର୍ଟ ହୋଇଛି। ସାରା ବିଶ୍ୱରେ ବର୍ତ୍ତମାନ ମୁଖ୍ୟତଃ କରୋନାର ଦୁଇଟି ଭାରିଆଣ୍ଟ ବ୍ୟାପୁଛି। ଏଥିରେ ଏକ୍ସବିବି.୧.୧୬ ଓ ଇଜି.୫ ଦ୍ରୁତ ବ୍ୟାପୁଛି। ଏକ୍ସବିବି.୧.୧୬ ବିଶ୍ୱର ୧୦୬ଟି ଦେଶରେ ମିଳିଥିବା ବେଳେ ଇଜି.୫ ବିଶ୍ୱର ୫୩ଟି ଦେଶରେ ମିଳୁଛି।
ପୁଣି ଘାରିଲା ସଂକ୍ରମଣ ଚିନ୍ତା, ମୁମ୍ବାଇ ପରେ ଏବେ ବେଙ୍ଗାଲୁରୁରେ ମିଳିଲା କରୋନାର ନୂଆ ଭାରିଆଣ୍ଟ ‘ଏରିସ୍’
କରୋନା ଭାଇରସ ଏବେ ବିଶ୍ୱରେ ଆଉ ମହାମାରୀ ହୋଇ ନାହିଁ। ହେଲେବି ବଢୁଥିବା ମାମଲା ଯୋଗୁ ଏହା ଏବେବି ଚିନ୍ତାର କାରଣ ହୋଇ ରହିଛି। ଏଥିରେ ଏହା ବି ଭୟ ରହୁଛି ଏଥିରେ କରୋନାର କୌଣସି ଭାରିଆଣ୍ଟ ଅତ୍ୟାଧିକ କ୍ରିୟାଶୀଳ ହୋଇ ପୁଣି ମୃତ୍ୟୁର କାରଣ ନ ହୁଏ ତାହା କହି ହେଉ ନାହିଁ। ଏଣୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପୁଣି ଥରେ ନିୟମିତ ଅପଡେଟ୍ ସେୟାର କରିବା ଆରମ୍ଭ କରିଦେଇଛନ୍ତି। ମାସକ ପୂର୍ବରୁ ବିଶ୍ୱର ୧୧ ପ୍ରତିଶତ ଦେଶ କରୋନା ଡାଟା ସେୟାର କରୁଥିଲେ ଏବେ ୪୪ ପ୍ରତିଶତ ଦେଶ ଡାଟା ସେୟାର କରିବା ଆରମ୍ଭ କରିଛନ୍ତି। ଡବ୍ଲୁଏଚଓଙ୍କ ନିକଟରେ ଯାହାବି ଡାଟା ଅଛି ସେହି ଅନୁସାରେ ବିଶ୍ୱରେ ଏବେ କରୋନାର ପିଜିଟିଭିଟି ହାର ୮ ପ୍ରତିଶତ ରହିଛି।