scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମାରେ ପରିବର୍ତ୍ତନ ଉଚିତ୍ ନୁହେଁ ବୋଲି କହିଲେ ବିଧି ଆୟୋଗ

29/09/2023 at 6:41 PM

Age-Of-Consent

ନୂଆଦିଲ୍ଲୀ: ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମା ହ୍ରାସ ନେଇ ପରାମର୍ଶ ଦେଇଛନ୍ତି ଲ କମିଶନ ବା ବିଧି ଆୟୋଗ। ଶାରିରୀକ ସମ୍ପର୍କ ପାଇଁ ସହମତିର ବୟସକୁ ହ୍ରାସ କରାଯିବା ଉଚିତ୍ ନୁହେଁ। ପୂର୍ବ ନିର୍ଦ୍ଧାରିତ ବୟସସୀମାରେ କୌଣସି ପରିବର୍ତ୍ତନ କରା ନଯାଉ। ବୟସ ସୀମା ହ୍ରାସ କଲେ ବାଲ୍ୟ ବିବାହ ଓ ନାବାଳକ ଚାଲାଣ ବିରୋଧୀ ଲଢ଼େଇ ଉପରେ କୁ ପ୍ରଭାବ ପଡ଼ିବ ବୋଲି ଲ କମିଶନ ଆଇନ ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛନ୍ତି।

ଭାରତରେ ସହମତିରେ ଶାରିରୀକ ସମ୍ପର୍କ ରଖିବା ବୟସସୀମା ୧୮ ବର୍ଷ ରହିଛି। ୧୬-୧୮ ବର୍ଷ ବୟସର କିଶୋରମାନଙ୍କର ନିରବ ସ୍ୱିକୃତୀ(ଟାସିଟ୍ ଆପ୍ରୁଭ୍‌) ସହ ଜଡ଼ିତ ମାମଲାରେ ସଂଶୋଧନ କରିବାକୁ ଲ କମିଶନ ପରାମର୍ଶ ଦେଇଛନ୍ତି। ଏ କ୍ଷେତ୍ରରେ ଜଡ଼ିତ ପୋକ୍ସ ମାମଲାର ନ୍ୟାୟିକ ବିବେକ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି। ଲ କମିଶନ କହିଛନ୍ତି ଯେ କିଶୋର ଅବସ୍ଥାରେ ପ୍ରେମକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ। ଏଥିରେ ସାଧାରଣତଃ ଅପରାଧିକ ଯୋଜନା ହୋଇ ନଥାଏ। ତେଣୁ ଏ ଦିଗରେ ଅଦାଲତମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କମିଶନ କହିଛନ୍ତି।

ପଢ଼ନ୍ତୁ-ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନ୍‌ରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍‌

ସୂଚନାଯୋଗ୍ୟ ଯେ ଗତ ବର୍ଷ ଡିସେମ୍ବରରେ ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୂଡ଼ ପୋକ୍‌ସୋ ଆକ୍ଟ ଅନୁଯାୟୀ ସହମତିର ବୟସ ସୀମା ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ସେ ଅନୁରୋଧ କରିଥିଲେ।

   Related Posts