ମହାରାଷ୍ଟ୍ର ରାଜନୀତି : ଏକନାଥ ସିନ୍ଦେ କ୍ୟାମ୍ପରେ ନାହିଁ କିଛି ବି ଠିକ୍ ଠାକ୍, ବଢ଼ୁଛି ଅସନ୍ତେ।ଷ

Published By : Prameya-News7 Bureau | August 26, 2022 IST

ମହାରାଷ୍ଟ୍ର 26/08 : ମହାରାଷ୍ଟ୍ରରେ ପୁଣି ଜୋରଦାର ରାଜନୈତିକ ହଲଚଲ । ଉଦ୍ଧବ ଠାକରେଙ୍କୁ ମାଷ୍ଟର ଷ୍ଟ୍ରୋକ୍‌ ଦେଇ, ମାତ୍ର କେଇ ଘଣ୍ଟାରେ, ସତ୍ତା ପରିବର୍ତ୍ତନ କରିଦେଇଥିଲେ ଏକନାଥ ସିନ୍ଦେ । କିନ୍ତୁ ବିଜେପି ଏବଂ ସିନ୍ଦେ ମେଣ୍ଟ ସରକାରକୁ ୨ ମାସ ପୁରିଛି କି ନାହିଁ, ଆରମ୍ଭ ହୋଇଗଲାଣି ବିବାଦ । ସିନ୍ଧେକ୍ୟାମ୍ପ ପାଇଁ ଏବେ ମେଣ୍ଟ ଅଡୁଆ । ବିଜେପି ସହ ଖାପ ଖାଉନି ଏକନାଥ ସିନ୍ଦେଙ୍କ ଗୋଷ୍ଠୀ । ଯେଉଁଥିପାଇଁ ମେଣ୍ଟ ସରକାରର ପତ୍ତନ ନେଇ ଜୋର ଧରିଲାଣି ଚର୍ଚ୍ଚା । ମାତ୍ର ଦୁଇ ମାସ ପୂର୍ବରୁ ଗଠନ ହୋଇଥିବା ମେଣ୍ଟ ସରକାର ଏବେ ଅଣନିଶ୍ବାସୀ । ଏହା ପଛର କାରଣ ବି ଚକିତ କରିବା ସେହିଭଳି ।

ଭିଓ-୨: ମହାରାଷ୍ଟ୍ରରେ ସିନ୍ଦେ ଏବଂ ବିଜେପି ମେଣ୍ଟ ସରକାର ଚାଲୁଛି ସତ କିନ୍ତୁ ସିଏମ୍‌ ସିଟରେ ବସିଥିବା ସିନ୍ଦେ କୁଆଡେ ରବର୍‌ ଷ୍ଟାମ୍ପ । ଅର୍ଥାତ ସିନ୍ଦେ ମୁଖ୍ୟମନ୍ତ୍ରୀ ସତ କିନ୍ତୁ ସରକାର ଚଳାଉଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନବୀସ । ପୂରା ପାଓ୍ବାର କଣ୍ଟ୍ରୋଲ କରୁଛନ୍ତି ବିଜେପି ନେତା । ଚର୍ଚ୍ଚା ହେଉଛି ଫଡନାବୀସ ହେଉଛନ୍ତି ମହାରାଷ୍ଟ୍ରର ସୁପ୍ରିମ୍‌ ସିଏମ୍‌ । ଆଉ ଚର୍ଚ୍ଚାକୁ ଖୋରାକ ଯୋଗାଇଛି, ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାଓ୍ବାନକୁଲେଙ୍କ ବୟାନ । ସେ କହିଛନ୍ତି, ଦେବେନ୍ଦ୍ର ଫଡନାବୀସ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଫଡନବୀସ ହେବେ ମୁଖ୍ୟମନ୍ତ୍ରୀ, ତେବେ ସିନ୍ଦେଙ୍କୁ କାହିଁକି ସିଏମ୍‌ ସିଟ୍‌ ଛାଡିଲେ ।

ଭିଓ-୩: ମହାରାଷ୍ଟ୍ରର ବୁଲଢାନା ଲୋକସଭା ଆସନକୁ ନେଇ, ମେଣ୍ଟ ସରକାରରେ ବିବାଦର ସୂତ୍ରପାତ ହୋଇଥିବା ଚର୍ଚ୍ଚା ହେଉଛି । କାରଣ ସେଠାରେ ଏବେ ସିନ୍ଦେ ଗୋଷ୍ଠୀର ସାଂସଦ ରହିଛନ୍ତି । କିନ୍ତୁ ୨୦୨୪ ନିର୍ବାଚନରେ, ସେଠାରୁ ପ୍ରାର୍ଥୀ ଦେବାକୁ ଚାହୁଁଛି ବିଜେପି । ଫାୟାରବ୍ରାଣ୍ଡ ବିଜେପି ନେତା ଭୁପେନ୍ଦ୍ର ଯାଦବଙ୍କୁ, ସେଠାରୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି ଫଡନବସୀ । କିନ୍ତୁ ଏକପାଖିଆ ଭାବେ ବିଜେପି ନିଷ୍ପତ୍ତି ନେଇଥିବାରୁ ସିନ୍ଦେ କ୍ୟାମ୍ପ ଖପ୍ପା । ଆଉ ସେଥିପାଇଁ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା ଚର୍ଚ୍ଚା ।

ଭିଓ-୪: ଆଗକୁ ଆସୁଛି ପୌର ନିର୍ବାଚନ । ଆସନ ବୁଝାମଣାକୁ ନେଇ ବିଜେପି ସହ ସିନ୍ଦେ କ୍ୟାମ୍ପର ବିବାଦ ଆଉ ଏକ କାରଣ ହୋଇପାରେ । ଏକନାଥ ସିନ୍ଦେ କାଳେ ୫୦-୫୦ ଫର୍ମୁଲା ଚାହୁଁଛନ୍ତି । କିନ୍ତୁ ଏଥିରେ ରାଜି ହେଉନି ବିଜେପି । ଅଧିକ ସିଟ୍‌ରେ ପ୍ରାର୍ଥୀ ଦେବାକୁ ରୋକଠୋକ ଶୁଣାଇଦେଇଛନ୍ତି ମୁମ୍ବାଇ ବିଜେପି ମୁଖ୍ୟ ଆଶିଷ ସେଲାର୍‌ । ତେଣୁ ୨୦୨୪ ନିର୍ବାଚନରେ ସିନ୍ଦେଙ୍କୁ ହଟାଇ, ନିଜେ ସିଏମ୍‌ ସିଟରେ ବସିବାକୁ ଏବେଠାରୁ ତୟାର ହେଉଛନ୍ତି ଫଡନବୀସ । ଏପରିକି ମେୟର ପ୍ରାର୍ଥୀ ବି ବିଜେପିରୁ ହିଁ ହେବେ । ଏଥିପାଇଁ ବି ସିନ୍ଦେ କ୍ୟାମ୍ପ ଅସନ୍ତୁଷ୍ଟ ।

ଫାଭିଓ: ଉଦ୍ଧବ ଠାକରେଙ୍କୁ ମାଷ୍ଟର ଷ୍ଟ୍ରୋକ୍‌ ଦେଇ ବିଜେପି ସହ ହାତ ମିଳାଇଥିଲେ ଏକନାଥ ସିନ୍ଦେ । କିନ୍ତୁ ସରକାରକୁ ୨ ମାସ ପୁରିନି, କୁହୁଳିଲାଣି ବିବାଦ । ପ୍ରଶ୍ନ ଉଠୁଛି, ଆଗକୁ ତିଷ୍ଠି ପାରିବ ତ ବିଜେପି-ସିନ୍ଦେ ମେଣ୍ଟ ସରକାର ? କୁହୁଳିଥିବା ବିବାଦରୁ ଫାଇଦା ନେଇଯିବେନି ତ ଉଦ୍ଧବ ଠାକରେ? ସେପଟେ ଏନସିପି ସୁପ୍ରିମୋ ଶରଦ ପାଓ୍ବାର କହିଛନ୍ତି, ବେଶି ଦିନ ତିଷ୍ଠିବନି ଏ ମେଣ୍ଟ ସରକାର । ଡ୍ୟାମେଜ୍‌ କଣ୍ଟ୍ରୋଲ ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କ ସହଯୋଗ ନେଇପାରନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ । ମହାରାଷ୍ଟ୍ର ମେଣ୍ଟ ସରକାରରେ କୁହୁଳୁଥିବା ନିଆଁ ଜଳୁଛି ନା ଲିଭୁଛି ତାହା ଏବେ ଉପରେ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.