ଦେଶର ୭ କ୍ରିକେଟ୍ ଷ୍ଟାଡିୟମ ନେହେରୁଙ୍କ ନାମରେ ତ ୪ ଗାନ୍ଧୀଙ୍କ ନାମରେ, ୫୨ ମଧ୍ୟରୁ ଗୋଟିଏ ହେଲେ ନାହିଁ କ୍ରିକେଟ୍‌ର‌ଙ୍କ ନାମରେ

Published By : Prameya-News7 Bureau | February 26, 2021 IST

ନୂଆଦିଲ୍ଲୀ ୨୬।୦୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଦୁନିଆର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଛି। ପ୍ରଥମେ ଏହି ଷ୍ଟାଡିୟମର ନାମ ମୋଟେରା ଷ୍ଟାଡିୟମ ଥିଲା। ହେଲେ ନବ ନିର୍ମାଣ ସହିତ ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ ହୋଇଛି। ଏହାକୁ ନେଇ ରାଜନୀତି ସରଗରମ  ରହିଛି। ବିରୋଧୀ ଷ୍ଟାଡିମର ନାମ ବଦଳାଇ ନରେନ୍ଦ୍ର ମୋଦୀ ରଖାଯିବା ନେଇ ପ୍ରଶ୍ନ ଉଠାଇଛନ୍ତି।

ହେଲେ କହି ରଖୁଛୁ ଯେ ପ୍ରଥମ ଥର କୌଣସି କ୍ରିକେଟ୍  ଷ୍ଟାଡିୟମର ନାଁ ନେତା କିମ୍ବା ପ୍ରଧାନମନ୍ତ୍ରୀଙ୍କ ନାମରେ ରଖାଯାଇ ନାହିଁ। ଏହା ପୂର୍ବରୁ ଦେଶରେ ଏମିତି ମୋଟ୍ ୫୨ଟି ଷ୍ଟାଡିୟମ ରହିଛି, ଯେଉଁଠି ଅନ୍ତତଃ ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳା ଯାଇଛି। ହେଲେ ବିଡମ୍ବନାର କଥା ଗୋଟିଏ ବି ଷ୍ଟାଡିୟମର ନାଁ କ୍ରିେକଟ୍‌ ଖେଳାଳିଙ୍କ ନାମରେ ନାହିଁ। କେବଳ ଷ୍ଟାଡିୟମରେ ଷ୍ଟାଣ୍ଡର ନାଁ ଖେଳାଳିଙ୍କ ନାମରେ ରହିଛି।

୬ ପ୍ରଧାନମନ୍ତ୍ରୀଙ୍କ ନାମରେ ମୋଟ୍ ୧୬ ଷ୍ଟାଡିୟମ

{"id":415045,"sizeSlug":"large","linkDestination":"none"}

ଦେଶର ୧୬ କ୍ରିକେଟ୍ ଷ୍ଟାଡିୟମ ପ୍ରଧାନମନ୍ତ୍ରୀଙ୍କ ନାମରେ ରହିଛି। ସର୍ବାଧିକ ୭ ଷ୍ଟାଡିୟମ ନେହେରୁଙ୍କ ନାମରେ ରହିଛି। ଦୁଇଟି ଗାନ୍ଧୀ, ଦୁଇଟି ରାଜୀବ ଗାନ୍ଧୀ ଓ ଦୁଇଟି ଇନ୍ଦିରା ଗାନ୍ଧୀଙ୍କ ନାମରେ ରହିଛି। ଏହା ବ୍ୟତୀତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ, ନରେନ୍ଦ୍ର ମୋଦୀ ଓ ଲାଲ ବହାଦୂର ଶାସ୍ତ୍ରୀଙ୍କ ନାମରେ ଗୋଟିଏ ଲେଖାଏଁ ଷ୍ଟାଡିୟମର ନାମକରଣ ହୋଇଛି। ଏହା ବ୍ୟତୀତ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଓ୍ଵାଇଏସ ରାଜଶେଖର ରେଡ୍ଡୀ ଓ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବରକାତୁଲ୍ଲାହ ଖାନଙ୍କ ନାମରେ ଗୋଟିଏ ଲେଖାଏଁ ଷ୍ଟାଡିୟମ ରହିଛି।

ଦେଶର ଦୁଇଟି କ୍ରିକେଟ୍ ଷ୍ଟାଡିୟମର ନାମ ପୂର୍ବତନ ହକି ଖେଳାଳିଙ୍କ ନାମରେ ରଖାଯାଇଛି। ଏଥିରୁ ଗ୍ଵାଲିୟରର କ୍ୟାପ୍ଟେନ ରୂପ ସିଂହ ଷ୍ଟାଡିୟମ ଓ ଦ୍ଵିତୀୟ ଲକ୍ଷ୍ନୌର କେଡି ସିଂହ ବାବୁ ଷ୍ଟାଡିୟମ ରହିଛି। ଏହି ଦୁଇ ଖେଳାଳି ଅଲିମ୍ପିକ ସ୍ଵର୍ଣ୍ଣ ପଦକ ବିଜେତା। ଏଥିସହ ମୁମ୍ବାଇର ବାର୍ବୋର୍ଣ୍ଣ ଷ୍ଟାଡିୟମର ନାମ ଗଭର୍ଣ୍ଣର ଲର୍ଡ ବାର୍ବୋର୍ଣ୍ଣ ଓ କାନପୁରର ଗ୍ରୀନ ପାର୍କର ନାମ ବ୍ରିଟିଶର ଲେଡି ମ୍ୟାଡମ ଗ୍ରୀନଙ୍କ ନାମରେ ନାମିତ ହୋଇଛି। ଏହା ବ୍ୟତୀତ ବେଙ୍ଗାଲୁରୁ ଷ୍ଟାଡିୟମର ନାମ ଓକିଲ ଏମ ଚିନ୍ନାସ୍ଵାମୀଙ୍କ ନାମରେ ରହିଛି। ସେ ବିସିସିଆଇର ଅଧ୍ୟକ୍ଷ ମଧ୍ୟ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.