ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଦୁଇ ଶତ୍ରୁଙ୍କ ମଧ୍ୟରେ ଯୁଦ୍ଧ ନୁହେଁ, ବରଂ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ହେବ: ଶଶି ଥରୁର

29/09/2022 at 4:10 PM

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧ ତାରିଖରେ ଭୋଟ ହେବାକୁ ଥିବା ବେଳେ ଏହି ଦୌଡ଼ରୁ ନିଜକୁ ବାହାର କରି ନେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍। ସେ କଂଗ୍ରେସ ଅଧ୍ୟକ୍ଷ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଗେହେଲୋଟ୍ କହିଛନ୍ତି। ଗେହେଲୋଟ୍ ବାହାରିଯିବା ପରେ ଥିରୁଭନନ୍ତପୁରମ ସାଂସଦ ଶଶି ଥରୁର ଓ ଦିଗବଜୟ ସିଂହ ମଧ୍ୟରେ ଟକ୍କର ହେବ ବୋଲି କୁହାଯାଉଛି।

ଏଥିପାଇଁ ଆଜି କଂଗ୍ରେସ ନେତା ଦିଗବିଜୟ ସିଂହ ଦିଲ୍ଲୀରେ ସାଂସଦ ଶଶି ଥରୁରଙ୍କୁ ଭେଟିଥିଲେ। ଉଭୟ ନେତାଙ୍କ ବୈଠକ ପରେ ଦିଗବିଜୟ ସିଂହ କହିଛନ୍ତି ” ଦୁଇ ଶତ୍ରୁଙ୍କ ମଧ୍ୟରେ ଯୁଦ୍ଧ ନୁହେଁ ବରଂଏହା ଦୁଇ ସହକର୍ମୀଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ହେବ।

ଦିଗବିଜୟଙ୍କ ପ୍ରତିକ୍ରିୟା ପରେ ଥରୁର ବି ଟ୍ୱିଟ୍ କରି ଭେଟ୍‌ଘାଟ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ” ଦଳର ଅଧ୍ୟକ୍ଷ ପଦ ପାଇଁ ଦିଗବିଜୟ ସିଂହଙ୍କ ପ୍ରାର୍ଥୀତ୍ୱକୁ ମୁଁ ସ୍ୱାଗତ କରୁଛି। ଆମ ଦୁଇଜଣଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ହେବ ବୋଲି ଆମ ଦୁହିଁଙ୍କର ସହମତି ପ୍ରକାଶ ପାଇଛି। ଆମେ ଦୁଇଜଣ କେବଳ ଏହା ହିଁ ଚାହୁଁଛୁ ଯେ ଆମ ଦୁଇ ଜଣଙ୍କ ମଧ୍ୟରୁ ଯିଏ ବି ଜିତିବ ଭାରତୀୟ ଜାତୀୟ କଂଗ୍ରେସ ହିଁ ଜିତିବ।”

   Related Posts