‘ମିଲ୍କମ୍ୟାନ୍’ ଉପନ୍ୟାସ ପାଇଁ ଆର୍ୟଲାଣ୍ଡର ଲେଖିକା ଏନ୍ନା ବାର୍ନସଙ୍କୁ ୨୦୧୮ର ବୁକର୍ ପୁରସ୍କାର
18/10/2018 at 2:50 PM

ଆର୍ୟଲାଣ୍ଡ ୧୮/୧୦: ଉତ୍ତର ଆର୍ୟଲାଣ୍ଡର ଲେଖିକା ଆନ୍ନା ବାର୍ନସଙ୍କୁ ୨୦୧୮ର ବୁକର୍ ପୁରସ୍କାର ମିଳିଛି। ଇଂରାଜୀ ଉପନ୍ୟାସ ‘ମିଲ୍କମ୍ୟାନ୍’ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ତାଙ୍କ ତୃତୀୟ ପୁସ୍ତକ।
ଆନ୍ନାଙ୍କ ଲିଖିତ ‘ମିଲ୍କମ୍ୟାନ୍’ ପୁସ୍ତକର କାହାଣୀ ଜଣେ ମହିଳାଙ୍କ ବିବାହିତ ପୁରୁଷଙ୍କ ସହ ସମ୍ପର୍କ ଉପରେ ଆଧାରିତ। କାହାଣୀ ଅନୁସାରେ ଏହି ମହିଳା ଜଣକ ଯୈାନ ଉତ୍ପୀଡ଼ନ ପାଇଁ ପାରିବାରିକ ସମ୍ପର୍କ,ସାମାଜିକ ଚାପ ଏବଂ ରାଜନୈତିକ ନିଷ୍ଠା ଭଳି ଅସ୍ତ୍ରର ବ୍ୟବହାର କରୁଥିବା ଜଣେ ପୁରୁଷଙ୍କ ଶୋଷଣ ଶିକାର ହେଉଥିଲେ। ପରବର୍ତ୍ତି ସମୟରେ ସେ ଜଣେ ବିବାହିତ ପୁରୁଷଙ୍କ ସଂସ୍ପର୍ଶରେ ଆସିଥିଲେ ।
ଆନ୍ନାଙ୍କୁ ପୁରସ୍କାର ସହ ୫୦ହଜାର ପାଉଣ୍ଡ ନଗଦ ରାଶି ମଧ୍ୟ ପ୍ରଦାନ କରାଯିବ। ଆନ୍ନାଙ୍କ ପୁସ୍ତକ ସମ୍ବନ୍ଧରେ ବିଚାରକମାନେ କହିଛନ୍ତି ଯେ ‘ମିଲ୍କମ୍ୟାନ’ ଏକ ଅଦ୍ଭୁତ ପୁସ୍ତକ। ଏହା ସହିତ ଏହି ପୁସ୍ତକରେ ମହିଳାଙ୍କ ଦୁଃଖ ଓ ମାନସିକ ସ୍ଥିତିକୁ ନିଖୁଣ ଭାବେ ଚିତ୍ରଣ କରାଯାଇଛି ବୋଲି ବିଚାରକ ମାନେ ପ୍ରଶଂସା କରିଛନ୍ତି।
କମନଓ୍ବେଲଥ ଦେଶର ନାଗରିକ ଇଂରାଜୀରେ ଲେଖିଥିବା ମୌଳିକ ଉପନ୍ୟାସ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ପୁସ୍ତକୁ ପ୍ରତିବର୍ଷ ବୁକର୍ ପୁରସ୍କାର ପ୍ରଦାନ କରାଯାଇଥାଏ। ୨୦୦୮ମସିହାରେ ଏହି ପୁରସ୍କାର ଭାରତୀୟ ଲେଖକ ଅରବିନ୍ଦ ଅଡିଗାଙ୍କୁ ମିଳିଥିଲା। ଅଡିଗାଙ୍କ ବ୍ୟତୀତ ଏହି ପୁରସ୍କାର ଆହୁରି ୫ଜଣ ମୂଳ ଭାରତୀୟ ଲେଖକଙ୍କୁ ମିଳିଛି । ସେମାନେ ହେଉଛନ୍ତି କିରଣ ଦେଶାଇ, ଅରୁନ୍ଧତୀ ରାୟ,ବି.ଏସ୍ ନାୟପଲ ଏବଂ ସଲମାନ ରଶଦି ।