ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାଁ, ଏଣିକି ମହାରାଜା ଶ୍ରୀ ରାମଚନ୍ଦ୍ର ଭଞଦେଓଙ୍କ ନାମରେ ହେଲା ନାମିତ

Published By : Prameya-News7 Bureau | December 23, 2020 IST

ଭୁବନେଶ୍ୱର ୨୩।୧୨: ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱାବିଦ୍ୟାଳୟ ନାଁ । ବାରିପଦାରେ ଅବସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ଏବେ ମୟୁରଭଞ୍ଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ ନାମିତ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ସହିତ ବିଶ୍ୱବିଦ୍ୟାଳୟ library ର ଉନ୍ନତି ପାଇଁ ମଧ୍ୟ ସରକାର ପଦକ୍ଷେପ ନେବେ ।

ସୂଚନାଯୋଗ୍ୟ ଯେ , ଓଡ଼ିଶାର ବିକାଶରେ ମୟୂରଭଞ୍ଜ ମହାରାଜାଙ୍କ ବିଶେଷ ଅବଦାନ ରହିଛି । ଚଳିତ ବର୍ଷ ଶ୍ରୀ ରାମଚନ୍ଦ୍ର ଭଞଦେଓଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଛୁ । ତେଣୁ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ନାଁକୁ ମୟୁରଭଞ୍ଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ ନାମିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.