ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଝିଅ ସହ ପ୍ରଥମ ଥର ନଜର ଆସିଲେ ଉତ୍ତର କୋରିଆ ଶାସକ, ସାମ୍ନାକୁ ଆସିଲା ଫଟୋ

19/11/2022 at 12:10 PM

North Korea’s Kim Jong Un seen with daughter in her 1st public appearance

ନୂଆଦିଲ୍ଲୀ, ୧୯/୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ ସବୁବେଳେ ନିଜ ରହସ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ ବର୍ତ୍ତମାନ କିମ୍ ଜଙ୍ଗ୍ ଉନ୍‌ଙ୍କୁ ନେଇ ବରଂ ତାଙ୍କ ଝିଅଙ୍କୁ ନେଇ ଚର୍ଚ୍ଚା ହେଉଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ ପ୍ରଥମ ଥର ନିଜ ଝିଅ ସହ ସାମାଜିକ ଗଣମାଧ୍ୟମରେ ନଜର ଆସିଛନ୍ତି। ଉତ୍ତରକୋରିଆର ସରକାରୀ ଗଣମାଧ୍ୟମ କେସିଏନଏ ରେ କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ କିମ୍ ନିଜ ଝିଅ ସହ ବୁଲୁଥିବା ନଜର ଆସିଛନ୍ତି। ଫଟୋରେ କିମ୍ ଏବଂ ତାଙ୍କ ଝିଅ ହାତ ଧରି ଚାଲୁଥିବାର ନଜର ଆସିଛନ୍ତି। ଅବଶ୍ୟ ସରକାରୀ ମିଡିଆରେ ଝିଅର ନାମ ଜାରି କରାଯାଇନାହିଁ।

ଝିଅ ସହ କିମ୍ ଏକ ମିସାଇଲ ଟେଷ୍ଟ ମଧ୍ୟ ଦେଖିଥିଲା। କେସିଏନଏ ଅନୁଯାୟୀ ଉତ୍ତର କୋରିଆ ଏକ ନୂଆ ବାଲିଷ୍ଟିକ୍ ମିସାଇଲର ପରୀକ୍ଷଣ କରିଛି। ଏହି ପରୀକ୍ଷଣ ପ୍ୟୋଙ୍ଗୟାଙ୍ଗ ଇଣ୍ଟରନାସନାଲ ଏୟାରଫିଲ୍ଡରେ କରାଯାଇଥିଲା। ମିସାଇଲକୁ ପ୍ରାୟ ୧ ହଜାର କିଲୋମିଟରର ବେଗରେ କ୍ଷେପଣ କରାଯାଇଥିଲା।

ତେବେ ଏଭଳି ବହୁତ କମ୍ ଲୋକ ଥିବେ ଯେଉଁମାନେ କିମ୍ ଜଙ୍ଗ୍‌ଙ୍କ ଜୀବନ ବିଷୟରେ ଜାଣିଥିବେ। ୨୦୧୩ ରେ ପୂର୍ବତନ ବାସ୍କେଟବଲ୍‌ ତାରକା ଡେନିସ୍ ବ୍ରିଟିଶ ଦୈନିକ ଗାର୍ଡିୟାନକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ କିମ୍‌ଙ୍କର ଏକ ଝିଅ ଅଛି ଯାହାଙ୍କ ନାମ ‘ଜୁ ଏ’ । ସେ କହିଥିଲେ ଯେ ସେ କିମ୍‌ଙ୍କ ପରିବାର ସହ କିଛି ସମୟ ବିତାଇଥିଲେ। ସେ କିମ୍‌ଙ୍କୁ ଜଣେ ଭଲ ବାପା ବୋଲି ମଧ୍ୟ କହିଥିଲେ। ଏହି ସମୟରେ ସେ କିମ୍‌ଙ୍କ ପତ୍ନୀ ରି ସୋଲ ଜୁ ଙ୍କ ସହ ମଧ୍ୟ କଥା ହୋଇଥିଲେ।

ଏହା ପୂର୍ବରୁ ୨୦୧୨ ଖବର ପ୍ରସାରିତ ହୋଇଥିଲା ଯେ କିମ୍‌ଙ୍କ ପତ୍ନୀ ଗର୍ଭବତୀ ଥିବା ନେଇ ଖବର ପ୍ରସାରିତ ହୋଇଥିଲା। କିନ୍ତୁ ସେହି ସମୟରେ ଏହାକୁ ନେଇ କୌଣସି ସୁନିଶ୍ଚିତ ତଥ୍ୟ ସାମ୍ନାକୁ ଆସିନଥିଲା।

   Related Posts