suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଟ୍ରମ୍ପ ଦମ୍ପତିଙ୍କ ଆଶୁ ଆରୋଗ୍ୟ କାମନା କଲେ କିମ୍ ଜୋଙ୍ଗ ଉନ, ପ୍ରଥମ ଥର କରୋନା ପାଇଁ ବିଶ୍ବ ନେତାଙ୍କୁ ସମବେଦନା ଜଣାଇଲେ କିମ୍

3/10/2020 at 10:55 AM

ସିଓଲ ୦୩/୧୦: ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖକୁ ସମବେଦନା ବାର୍ତା ପଠାଇଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରୁ ଶୀଘ୍ର ସୁସ୍ଥ ହେବା କାମନା କରିଛନ୍ତି କିମ୍। ସେ ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ସମବେଦନା ଜଣାଇଛନ୍ତି।

ଖୁବ ଶୀଘ୍ର ଦୁହେଁ କରୋନାକୁ ମାତ ଦେବା ନେଇ ​‌କିମ୍ ବେଶ୍ ଆଶାବାଦୀ ଅଛନ୍ତି। ତେବେ ସାଉଥ କୋରିଆର ୟୋନହାପ୍ ନ୍ୟୁଜ ଏଜେନ୍ସି ଅନୁସାରେ କିମ୍ ପ୍ରଥମଥର ପାଇଁ କରୋନାରେ ପୀଡ଼ିତ କୌଣସି ବିଶ୍ବ ନେତାଙ୍କୁ ଶୀଘ୍ର ସୁସ୍ଥ ହେବା ବାର୍ତା ପଠାଇଛନ୍ତି।

ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ କରୋନାରେ ସଂକ୍ରମିତ ହୋଇଛନ୍ତି। ଦୁହେଁ ଏବେ କ୍ବାରେଣ୍ଟିନରେ ରହିଛନ୍ତି। ରାଷ୍ଟ୍ରପତିଙ୍କ ମହିଳା ସହଯୋଗୀ ହୋପ ହିକ୍ସ ମଧ୍ୟ କରୋନାରେ ସଂକ୍ରମିତ। ହିକ୍ସଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ କରୋନା ଟେଷ୍ଟ କରିଥିଲେ ଯାହାର ରିପୋର୍ଟ ପଜିଟିଭ ଆସିଲା।

ସୂଚନା ଯୋଗ୍ୟ ଟ୍ରମ୍ପଙ୍କ କାର୍ଯ୍ୟକାଳ ଆରମ୍ଭରେ ଓ୍ବାଶିଂଟନ ଓ ପୋଙ୍ଗୟାଙ୍ଗ ମଧ୍ୟରେ ତିକ୍ତତା ସୃଷ୍ଟି ହେବା ପରେ ୨୦୧୮ରୁ କିମ ଓ ଟ୍ରମ୍ପ ତିନିନୋଟି ଉଚ୍ଚ ପ୍ରୋଫାଇଲ ବୈଠକ କରିଥିଲେ। କିନ୍ତୁ ପୋଙ୍ଗୟାଙ୍ଗର ନିରବତା ଦୃଷ୍ଟିରୁ କୌଣସି ଠୋସ ନିଷ୍ପର୍ଷ ବାହାରିଲା ନାହିଁ। ଏହି ଆଲୋଚନା ଆନୁଷ୍ଠାନିକ ଭାବେ ଅଟକି ରହିଛି। ସେପ୍ଟେମ୍ବର ମଧ୍ୟଭାଗରେ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ଏହି ଆଲୋଚନା ଜାରି ରହିଛି। ଟ୍ରମ୍ପ କ୍ରମାଗତ ଭାବେ କିମଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କକୁ ବୈଦେଶିକ ନୀତିର ସଫଳ ଭାବେ ଚିତ୍ରଣ କରିଛନ୍ତି।

   Related Posts