ଗୋଟିଏ ପରେ ଗୋଟିଏ ୮ଟି ବାଲିଷ୍ଟିକ୍ ମିଶାଇଲ ପରୀକ୍ଷଣ କଲା ଉତ୍ତର କୋରିଆ, ଚିନ୍ତାରେ ଦ.କୋରିଆ

Published By : Prameya-News7 Bureau | June 05, 2022 IST

ନୂଆଦିଲ୍ଲୀ: ରବିବାର ଉତ୍ତର କୋରିଆ ସ୍ୱଳ୍ପ ଦୂରଗାମୀ ଆଠଟି ବାଲିଷ୍ଟିକ ମିଶାଇଲର ପରୀକ୍ଷଣ କରିଛି। ଦକ୍ଷିଣ କୋରିଆ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କହିଛନ୍ତି, ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗ ନିକଟବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୩୫ ମିନିଟରୁ ଅଧିକ ସମୟ ଯାଏଁ ଗୋଟିଏ ପରେ ଗୋଟିଏ ମିଶାଇଲର ପରୀକ୍ଷଣ କରାଯାଇଥିଲା। ଏହି ସବୁ ମିଶାଇଲ ଗୁଡିକର କ୍ଷମତା ୧୧୦ରୁ ୬୭୦ କିଲୋମିଟର ମଧ୍ୟରେ ରହିଛି ।

ଅନ୍ୟପଟେ ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବୟାନ ଜାରି କରିଛି । ବୟାନ ଅନୁସାରେ ଏହି ଘଟଣାର କିଛି ଘଟଣା ପରେ ଜାପାନ ଏବଂ ଆମେରିକା ଏକ ମିଳିତ ବାଲିଷ୍ଟିକ୍ ମିଶାଇଲାର ଅଭ୍ୟାସ କରିଛନ୍ତି।  ଏହାର ଲକ୍ଷ୍ୟ ହେଉଛି ତ୍ୱରିତ ପ୍ରତିକ୍ରିୟା କ୍ଷମତା ଏବଂ ଧମକର ଜବାବ ପାଇଁ ଦୃଢ ସଂକଳ୍ପକୁ ଦର୍ଶାଉଛି। ଦକ୍ଷିଣ କୋରିଆ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫର ଚେୟାରମ୍ୟାନ ଜେନେରାଲ ବୋଇ ଇନ ଚୋଲ, ଜେନେରାଲ ପଲ ଲା କାମେରାଙ୍କ ସହ ଆଲୋଚନା କରି ଯୁଗ୍ମ ପ୍ରତିରକ୍ଷା କଥାକୁ ଦୋହରାଇଥିଲେ।

କାମେରା ହେଉଛନ୍ତି ଜଣେ ଆମେରିକୀୟ ଜେନେରାଲ। ସୋଲରେ ସେ ଦକ୍ଷିଣ କୋରିଆ-ଆମେରିକା ମିଳିତ ସେନାର ନେତୃତ୍ୱ ନେଉଛନ୍ତି। ଆମେରିକାର ବିମାନବାହାକ ଯୁଦ୍ଧ ଜାହାଜ ରୋନାଲ୍ଡ ରୀଗନ ଦ୍ୱାରା ଫିଲିପିନ ସାଗରରେ ଦକ୍ଷିଣ କୋରିଆ ସହ ତିନି ଦିନିଆ ଅଭ୍ୟାସ ଶେଷର ଗୋଟିଏ ଦିନ ପରେ ଉତ୍ତର କୋରିଆ ଏହି ପରୀକ୍ଷଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.