Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ପୁଣି ଉତ୍ତର କୋରିଆର ମିସାଇଲ ପରୀକ୍ଷଣ, ସୂଚନା ଦେଲା ଦକ୍ଷିଣ କୋରିଆ ସେନା

9/03/2023 at 9:45 PM

ନୂଆଦିଲ୍ଲୀ, ୦୯/୦୩: ଗତ ଦଶନ୍ଧି ମଧ୍ୟରେ କୋରିଆ ଦ୍ବୀପସମୂହ ମଧ୍ୟରେ ଥିବା ଚାପ ଚରମରେ ପହଞ୍ଚିଛି। ଅନେକ ସମୟରେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଚିନ୍ତା ବଢ଼ିଛି। ଏହାରି ମଧ୍ୟରେ ପୁଣି ଥରେ ମିସାଇଲ ମାଡ଼ କରିଛି ଉତ୍ତର କୋରିଆ। ଗୁରୁବାର ଉତ୍ତର କୋରିଆ ଏହାର ଏକ ଅଳ୍ପ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ ସମୁଦ୍ରରେ ମାଡ଼ କରିଥିବା ନେଇ ଦକ୍ଷିଣ କୋରିଆ ସେନା ତରଫରୁ କୁହାଯାଇଛି।

ସୂଚନା ଅନୁଯାୟୀ, ମିସାଇଲ କୋରିଆ ନିକଟବର୍ତ୍ତୀ ଦ୍ବୀପ ସମୂହର ପଶ୍ଚିମ ସାମୁଦ୍ରିକ ସୀମା ମଧ୍ୟରେ ହୋଇଛି। ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫଙ୍କ ଅନୁଯାୟୀ, ବାଲିଷ୍ଟିକ୍ ମିସାଇଲକୁ ପଶ୍ଚିମ ଉପକୂଳବର୍ତ୍ତୀ ସହର ନମ୍ପୋ ପାଖାପାଖି ଅଞ୍ଚଳରୁ ଉତକ୍ଷେପଣ କରାଯାଇଥିଲା। ଏହି ଉତକ୍ଷେପଣ ଏଭଳି ସମୟରେ ହୋଇଛି ଯେତେବେଳେ ଦକ୍ଷିଣ କୋରିଆ ଏବଂ ଆମେରିକା ମିଳିତ ଯୁଦ୍ଧାଭ୍ୟାସ ପାଇଁ ପ୍ରସ୍ତୁତି କରୁଛନ୍ତି। ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଏହି ଯୁଦ୍ଧାଭ୍ୟାସ ଚଳିତ ମାସରେ ହେବ। ‘ଫ୍ରିଡମ ସିଲଡ୍’ ନାମକ ଅଭ୍ୟାସ ୧୩ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଏହି ଯୁଦ୍ଧାଭ୍ୟାସ ୧୦ ଦିନ ପର୍ଯ୍ୟନ୍ତ ଚାଲିବ।

ସେପଟେ ଉତ୍ତର କୋରିଆ ଦୀର୍ଘ ଦିନରୁ ଦାବି କରିଆସୁଛି ଯେ ତା’ର ପରମାଣୁ ହତିଆର ଏବଂ ମିସାଇଲ ପରୀକ୍ଷଣ କେବଳ ଆତ୍ମରକ୍ଷା ପାଇଁ କରାଯାଉଛି। ଏହା ପୂର୍ବରୁ ଉତ୍ତର କୋରିଆ ଆମେରିକା ଉପରେ ଜାଣିଶୁଣି ଚାପ ପକାଉଥିବା ଅଭିଯୋଗ ଆଣିଥିଲା। କିମ୍‌ଙ୍କ ଭଉଣୀ ଚେତାବନୀ ଦେଇଥିଲେ ଯେ ଯଦି ଆମେରିକାକୁ ପ୍ୟୋଙ୍ଗୟାଙ୍ଗ୍‌ର ମିସାଇଲ ପରୀକ୍ଷଣରେ ବାଧା ସୃଷ୍ଟି କରିବ ତେବେ ଏହାକୁ ଯୁଦ୍ଧର ସ୍ପଷ୍ଟ ଘୋଷଣା ଭାବରେ ଦେଖାଯିବ।

ସୂଚନାଥାଉ, ପରମାଣୁ ଶକ୍ତି ସଂପନ୍ନ ଉତ୍ତର କୋରିଆ ଗତ ଏକ ବର୍ଷ ମଧ୍ୟରେ ଅଦ୍ଭୁତପୂର୍ବ ଭାବରେ ମିସାଇଲ ପରୀକ୍ଷଣ କରିଛି। ଗତ ବର୍ଷ କିମ୍ ଜୋଙ୍ଗ୍‌ ଉନ୍ ସେନା ଉତ୍ତର କୋରିଆକୁ ଏକ ଅପରିବର୍ତ୍ତନୀୟ ପରମାଣୁ ଶକ୍ତି ଘୋଷିତ କରିଥିଲା। ଖାଲି ସେତିକି ନୁହେଁ ସାମରିକ ଅସ୍ତ୍ରଶସ୍ତ୍ର ସହ ପରମାଣୁ ହତିଆର ଉତ୍ପାଦନକୁ ମଧ୍ୟ ତୀବ୍ର କରିଥିଲା। କାରଣ ଆମେରିକା ସହଯୋଗୀ ସିୟୋଲର ରକ୍ଷା ପାଇଁ ଏହି କ୍ଷେତ୍ରରେ ଅଧିକ ସମ୍ପତ୍ତି ସ୍ଥାନାନ୍ତରିତ କରିବାକୁ ଚାହୁଛି।

   Related Posts