ଉତ୍ତର କୋରିଆରେ ପାରିବାରିକ ଶାସନର ବିସ୍ତାର ସଂକେତରେ ତାଙ୍କ ଝିଅକୁ ସାମ୍ନାକୁ ଆଣୁଛନ୍ତି ଉନ୍‌

Published By : Prameya-News7 Bureau | January 07, 2023 IST

ପ୍ୟୋଙ୍ଗୟାଙ୍ଗ : ଉତ୍ତରକୋରିଆ ଶାସକ କିମ୍ ଜୋଙ୍ଗ-ଉନଙ୍କ ଝିଅ ଲଗାତାର ପିତାଙ୍କ ସହ ଦେଖାଯାଉଛନ୍ତି। ଏଥିରୁ ଚର୍ଚ୍ଚା ହେଉଛି କିମ୍ ଜୋଙ୍ଗ-ଉନଙ୍କ ଏହି ଝିଅ ଉତ୍ତରକୋରିଆର ଆଗାମୀ ଉତ୍ତରାଧିକାରୀ ହେବ। କିମ୍‌ ଜୋଙ୍ଗ-ଉନ୍‌ ତାଙ୍କ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଚର୍ଚ୍ଚାରୁ ଦୂରରେ ରଖି ଆସିଛନ୍ତି। ତେବେ ଏହା ପ୍ରଥମ ଥର ଯେତେବେଳେ ତାଙ୍କର କେହି ସନ୍ତାନ ସାର୍ବଜନିକ ସ୍ତରରେ ଲୋକଙ୍କ ନଜରକୁ ଆସୁଛନ୍ତି।

ଚର୍ଚ୍ଚା ହେଉଛି କିମ୍ ଜୋଙ୍ଗ-ଉନଙ୍କ ଝିଅ ତାଙ୍କର ଆଗାମୀ ଉତ୍ତରାଧିକାରୀ ହେବ। ଏଥିଲାଗି ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦିଆଗଲାଣି। ତେବେ ଏହା କେବଳ ଚର୍ଚ୍ଚାରେ ସୀମିତ ରହିଛି, ଏ ନେଇ କୌଣସି ଅଧିକାରୀକ ପୁଷ୍ଟି ହୋଇ ନାହିଁ। କିମ୍‌ ଜୋଙ୍ଗ-ଉନଙ୍କ ସହିତ ତାଙ୍କ ଝିଅକୁ ସମସ୍ତେ ଦେଖିଲେଣି। ତେବେ ଏପର୍ଯ୍ୟନ୍ତ ତାଙ୍କ ବିଷୟରେ କାହା ପାଖରେ ଅଧିକ ସୂଚନା ନାହିଁ। କୋରିୟା ସେଣ୍ଟ୍ରାଲ ଏଜେନ୍ସୀ ଅଥବା କୌଣସି ପ୍ରକାରର ଅଧିକାରୀକ ସ୍ରୋତଙ୍କ ନିକଟରେ ତାଙ୍କ ଝିଅର କୌଣସି ସୂଚନା ମଧ୍ୟ ନାହିଁ।

{"id":730072,"width":839,"height":653,"sizeSlug":"full","linkDestination":"none"}

ତେବେ ତଥ୍ୟାଭିଜ୍ଞ ମହଲ କିମ୍‌ ଜୋଙ୍ଗ-ଉନଙ୍କ ଝିଅର ନା କିମ୍‌ ଜୁ-ଏ ବୋଲି କହୁଛନ୍ତି। ଏଥିରେ ଦକ୍ଷିଣ କୋରିଆ ଗୁଇନ୍ଦା ଏଜେନ୍ସୀ ନ୍ୟାସନାଲ ଇଣ୍ଟେଲିଜେନ୍ସି ସର୍ଭିସ (ଏନଆଇଏସ୍) ଅନୁସାରେ ଫଟୋରେ ଦେଖାଯାଉଥିବା ଝିଅ କିମ୍‌ ଜୋଙ୍ଗଙ୍କ ଦ୍ୱିତୀୟ କନ୍ୟା ଓ ତାଙ୍କ ବୟସ ପାଖାପାଖି ୧୦ ବର୍ଷ। କିମ୍‌ ଜୋଙ୍ଗଙ୍କ ୩ ସନ୍ତାନଙ୍କ ମଧ୍ୟରେ ଏହା ଦ୍ୱିତୀୟ ତାଙ୍କର ଆଉ ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ଯେଉଁମାନେ ଯଥାକ୍ରମେ ୨୦୧୦, ୨୦୧୩ ଓ ୨୦୧୭ରେ ଜନ୍ମ ହୋଇଛନ୍ତି।

କିମ୍‌ ଜୋଙ୍ଗ-ଉନ ଗତ ୧୧ ବର୍ଷ ହେଲା କ୍ଷମତାରେ ରହିଛନ୍ତି। କିମ୍‌ଙ୍କ ଜେଜେ କିମ୍ ଇଲ୍ ସଙ୍ଗ୧୯୪୮ରେ ଉତ୍ତରକୋରିଆ ସ୍ଥାପନ କରିବା ପରେ ଏହା ତାଙ୍କର ତୃତୀୟ ପିଢୀ। ଉତ୍ତରକୋରିଆ ଶାସନକୁ ନିକଟରୁ ଦେଖିଥିବା ମିନ୍ ୟୋଙ୍ଗ ଲିଙ୍କ ଅନୁସାରେ କିମ୍‌ଙ୍କ ପକ୍ଷରୁ ସବୁଠୁ ସାନ ଝିଅକୁ ଦୁନିଆ ସାମ୍ନାକୁ ଆଣିବା କିମ୍‌ଙ୍କ ପିତା ଓ ଜେଜେଙ୍କ ପରମ୍ପରାରୁ ଅଲଗା। ଏ ପର୍ଯ୍ୟନ୍ତ ଉତ୍ତରାଧିକାରୀ ଘୋଷଣା ହେବା ପର୍ଯ୍ୟନ୍ତ ତାଙ୍କୁ ଲୋକଙ୍କ ସାମ୍ନାକୁ ଅଣାଯାଉ ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.