ପୁଣି ବାଲିଷ୍ଟିକ୍ ମିସାଇଲ ନିକ୍ଷେପ କଲା ଉତ୍ତର କୋରିଆ, ଜାପାନ ଜାରି କଲା ଜରୁରୀକାଳୀନ ସତର୍କତା

Published By : Prameya-News7 Bureau | November 03, 2022 IST

ନୂଆଦିଲ୍ଳୀ(୦୩/୧୧): ଉତ୍ତର କୋରିଆ ପୁଣି ଥରେ ଏହାର ବାଲିଷ୍ଟିକ୍ ମିସାଇଲ ନିକ୍ଷେପ କରିଛି। ବୁଧବାର ଦକ୍ଷିଣ କୋରିଆ ସହ ଥିବା ବିବାଦୀୟ ସାମୁଦ୍ରିକ ଅଞ୍ଚଳରେ ମିସାଇଲ ମାଡ଼ ପରେ, ପୁଣି ଥରେ ଉତ୍ତର କୋରିଆ ଗୁରୁବାର ଜାପାନ ବାୟୁସୀମା ମଧ୍ୟ ଦେଇ ଏହାର ମିସାଇଲ ମାଡ଼ କରିଛି। ଆଉ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ଏହି କାର୍ଯ୍ୟକୁ ନେଇ ପୁଣି ସୃଷ୍ଟି ହୋଇଛି ହଇଚଇ । ଏହା ପରେ ଜାପାନ ସରକାର ଦେଶରେ ଜରୁରୀକାଳୀନ ସତର୍କ ଜାରି କରିଛନ୍ତି। ଲୋକଙ୍କୁ ଘରେ ଭିତରେ ରହିବାକୁ ଚେତାବନୀ ଦିଆଯାଇଛି।

ଏହା ପୂର୍ବରୁ ବୁଧବାର ଉତ୍ତର କୋରିଆ, ଦକ୍ଷିଣ କୋରିଆର ବିବାଦୀୟ ସାମୁଦ୍ରିକ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ୨୩ଟି ମିସାଇଲ ଆକ୍ରମଣ କରିଥିଲା। ଏଥିରେ ଏକ ମିସାଇଲ କୋରିଆର ସୀମାବର୍ତ୍ତୀ ଦ୍ବୀପ ଠାରୁ ୨୬ କିଲୋମିଟର ଦକ୍ଷିଣରେ ଏବଂ ଦକ୍ଷିଣ କୋରିଆର ଉଲେଉଙ୍ଗ ଦ୍ବୀପ ଠାରୁ ୧୬୭ କିଲୋମିଟର ପଶ୍ଚିମ-ଉତ୍ତରରେ ଅନ୍ତରାଷ୍ଟ୍ରୀୟ ସାମୁଦ୍ରିକ ସୀମା ନିକଟରେ ପଡ଼ିଥିଲା।

ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ଏନେଇ ସୂଚନା ଦେଇଛନ୍ତି। ଦକ୍ଷିଣ କୋରିଆ କହିଛି ଯେ, ଉଲେଉଙ୍ଗ ଦ୍ବୀପର ବାୟୁକ୍ଷେତ୍ରରେ ସତର୍କତା ଜାରି କରାଯାଇଛି। ୧୯୪୫ ରେ ବିଭାଜନ ପରେ ପ୍ରଥମ ଥର ବିବାଦୀୟ କ୍ଷେତ୍ରରେ ମିସାଇଲ ମାଡ଼ କରିଛି। ଉତ୍ତର କୋରିଆ ଗୋଟିଏ ଦିନ ପୂର୍ବରୁ ମିସାଇଲ ନିକ୍ଷେପ କରିଥିଲା। ଯାହାକୁ ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ-ୟୋଲ ଉତ୍ତର କୋରିଆର ଏହି କାର୍ଯ୍ୟକୁ ନିନ୍ଦା କରୁଛନ୍ତି।

wp:embed {"url":"https://twitter.com/ANI/status/1587977199071944706?s=20\u0026t=MchGugfDa1V9XbrlQk-KIw","type":"rich","providerNameSlug":"twitter","responsive":true}
https://twitter.com/ANI/status/1587977199071944706?s=20&t=MchGugfDa1V9XbrlQk-KIw
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.