କିମ୍ କମ୍ ସାଙ୍ଘାତିକ ନୁହଁନ୍ତି ! ନିଜର ଏକାଧିକ ଡୁପ୍ଲିକେଟ୍ ରଖିଛନ୍ତି ଉତ୍ତରକୋରିଆର ଏକଛଦ୍ରବାଦୀ ଶାସକ

Published By : Prameya-News7 Bureau | May 06, 2020 IST

ପୋଙ୍ଗୟ୍ୟାଙ୍ଗ୍ ୬।୫: ଉତ୍ତର କୋରିଆ ଏକଛତ୍ରବାଦୀ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟକୁ ନେଇ ଏବେ ବି ଟଳିନି ଅନିଶ୍ଚିତତା। ଆମେରିକୀୟ ଏବଂ ଦକ୍ଷିଣ କୋରିଆ ଗୁପ୍ତଚର ସଂସ୍ଥା ଅନୁଯାୟୀ କିମ୍‌ ଅପ୍ରେଲ ଦ୍ୱିତୀୟ ସପ୍ତାହରେ ହାର୍ଟ ସର୍ଜରୀ କରିଥିଲେ, ଯାହା ବିଫଳ ହୋଇଥିଲା। ସେବେଠାରୁ କିମ ଜୋଙ୍ଗଙ୍କ  ବ୍ରେନ୍‌ ଡେଡ୍‌ କିମ୍ବା ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରସାରିତ ହେବାରେ ଲାଗିଛି । କିନ୍ତୁ ଠିକ୍‌ ୨୦ ଦିନ ପରେ, କିମ୍ ରାଜଧାନୀ ପ୍ୟୋଙ୍ଗୟ୍ୟାଙ୍ଗ ନିକଟରେ ଏକ ସାର କାରଖାନାର ଉଦଘାଟନୀ ଉତ୍ସବରେ ଯୋଗଦେଇ ସମସ୍ତଙ୍କୁ ଚମତ୍କୃତ କରିଥିଲେ। ତେବେ ତାଙ୍କର ଏପରି ଅପ୍ରତ୍ୟାସିତ ଅନ୍ତର୍ଦ୍ଧାନ ଓ ଅଚାନକ ପ୍ରଘଟ ହେବା ତାଙ୍କର ଡୁପ୍ଲିକେଟ୍‌ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ବିଭିନ୍ନ ସମୟରେ କିମ୍‌ ଜୋଙ୍ଗ ଉନ୍‌ ବିଭିନ୍ନ କାର୍ଯ୍ୟ ଲାଗି ତାଙ୍କର ଡୁପ୍ଲିକେଟ୍‌ମାନଙ୍କୁ ବ୍ୟବହାର କରିଥାନ୍ତି । ନିଜକୁ ସୁରକ୍ଷିତ ଓ ଶତ୍ରୁ କବଳରୁ ରକ୍ଷାକରିବା ପାଇଁ ସମୟ ସମୟରେ କିମ୍‌ ଜୋଙ୍ଗ ଉନ୍‌ ସେମାନଙ୍କର ବ୍ୟବହାର କରିଥାନ୍ତି।

wp:html /wp:html

ଜେନିଫର ଜେଙ୍ଗ ନାମକ ଜଣେ ବ୍ଲଗର୍ ଟ୍ୱିଟରରେ କିମ୍‌ଙ୍କ ଅନେକ ଚିତ୍ର ରଖିଛନ୍ତି। ସେଥିରେ କିମ ଜୋଙ୍ଗ ଉନଙ୍କ ଦାନ୍ତ, କାନ ଏବଂ କେଶ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇଛନ୍ତି। ଏପରିକି ବ୍ରିଟେନର ପୂର୍ବତନ ସାଂସଦ ଲୁଇସ୍ ମେନ୍ସ କହିଛନ୍ତି ଯେ କିମ୍ ସର୍ବସାଧାରଣ ସ୍ଥାନରେ ତାଙ୍କର ଡୁପ୍ଲିକେଟ୍  ବ୍ୟବହାର କରଥାନ୍ତି ଯେପରି ତାଙ୍କ ଜୀବନ ପ୍ରତି ବିପଦ ନ ଆସେ। ଏହି ଡୁପ୍ଲିକେଟ୍ ମାନେ ସାଧାରଣତଃ ଅଭିନୟ ଜଗତର ଡୁପ୍ଲିକେଟ୍‌ମାନଙ୍କ ଭଳି। ଜଣେ ଅଭିନେତା କିମ୍ବା ଅଭିନେତ୍ରୀଙ୍କ ସ୍ଥାନରେ ସ୍ୱତନ୍ତ୍ର ଦୃଶ୍ୟ ଲାଗି ଏମାନଙ୍କର ବ୍ୟବହାର ହୋଇଥା। ଏମାନଙ୍କୁ ଷ୍ଟାଣ୍ଡ ଇନ୍ ମଧ୍ୟ କୁହାଯାଏ |

କେବଳ ଚଳଚ୍ଚିତ୍ରନୁହେଁ ରାଜନୀତିରେ ମଧ୍ୟ ଡୁପ୍ଲିକେଟ୍‌ମାନଙ୍କର ବ୍ୟବହାର ହୁଏ। ରାଜନୈତିକ ପାର୍ଟିମାନେ ନେତାଙ୍କ ସୁରକ୍ଷା ଲାଗି ଏପରି କରିଥାନ୍ତି।ଅତୀତରେ ଇରାକୀ ଏକଛତ୍ରବାଦୀ ସଦ୍ଦାମ ହୁସେନ ମଧ୍ୟ ଗଲଫୱାର ବେଳେ ତାଙ୍କ ଡୁପ୍ଲିକେଟ୍‌ଙ୍କୁ ବ୍ୟବହାର କରି ନାଟୋ ସେନାଙ୍କୁ ଚକମା ଦେଉଥିଲେ।

{"id":265456,"sizeSlug":"large"}

ବିଶ୍ୱର କେଉଁ ନେତା ଡୁପ୍ଲିକେଟ୍‌ଙ୍କୁ ବ୍ୟବହାର କରିଛନ୍ତି
ଆମେରିକା ୯/୧୧ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କବାଦୀ ଆକ୍ରମଣ ବାର୍ଷିକରେ ତତ୍କାଳୀନ ଆମେରିକା ଫାଷ୍ଟ ଲେଡି ହିଲାରୀ କ୍ଲିଣ୍ଟନ ଡୁପ୍ଲିକେଟ୍‌ ବ୍ୟବହାର କରିଥିବା ଜଣାଯାଏ। ଅଭିନେତ୍ରୀ ଟେରେସା ବ୍ୟାରେଲ ତାଙ୍କ ଲାଗି ଡୁପ୍ଲିକେଟ୍‌ ଭାବରେ କାମ କରନ୍ତି |

{"id":265454,"sizeSlug":"large"}

ତେବେ ଟେରେସା କହନ୍ତି ଯେ ସେ ସେତେବେଳେ ଦେଶ ବାହାରେ ଥିଲେ।   ସେହିପରି ସଦ୍ଦାମ ହୁସେନ୍ ମଧ୍ୟ ନିଜ ଶରୀରର ଡ୍ଲୁପିକେଟ୍‌ କରିଥିଲେ | ଆମେରିକାର ଗୁପ୍ତଚର ଏଜେନ୍ସି ଅନୁଯାୟୀ, ଇରାକର ପୂର୍ବତନ ଏକଛତ୍ରବାଦୀ ଶାସକଙ୍କ ପାଖରେ ଗୋଟିଏ ନୁହେଁ, ଅନେକ ଡ୍ଲୁପିକେଟ୍‌ ଥିଲେ। ସଦ୍ଦାମଙ୍କ ଡ୍ଲୁପିକେଟ୍‌ ଏତେ ବାସ୍ତବ ଥିଲେ ଯେ ୨୦୦୩ରେ ତାଙ୍କୁ ଗିରଫ କରାଯିବା ବେଳେ ତତ୍କାଳୀନ ଆମେରିକା ପ୍ରତିରକ୍ଷା ସଚିବ ଡୋନାଲ୍ଡ ଏଚ୍. ରାମସଫେଲ୍ଡଙ୍କୁ ସେ ପ୍ରକୃତ କି ନୁହଁ ବୋଲି ଯାଞ୍ଚ କରିବାକୁ ପଡିଥିଲା। ହୁସେନ୍‌ଙ୍କ ଶରୀରରେ ଦୁଇଥର ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଥିଲା। କେବଳ ସଦ୍ଦାମ ନୁହନ୍ତି ତାଙ୍କ ପୁଅ ଉଦୟ ହୁସେନ୍‌ଙ୍କ ଏକ ନକଲ ମଧ୍ୟ ଥିଲା।

{"id":265455,"sizeSlug":"large"}

ସେହିପରି  ସୋଭିଏତ୍ ନେତା ଜୋସେଫ୍ ଷ୍ଟାଲିନ୍ (ଜୋସେଫ୍ ଷ୍ଟାଲିନ୍) ଙ୍କ ଡୁପ୍ଲିକେଟ୍‌ ଥିବାର ବି ପ୍ରମାଣ ମିଳିଛି | ରସିଦ ନାମକ ଜନୈକ ସୈନିକଙ୍କୁ ସେନାବାହିନୀରୁ ବହିଷ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା କାରଣ ତାଙ୍କ ଚେହେରା ପ୍ରାୟ ଷ୍ଟାଲିନ୍‌ଙ୍କ ଭଳି ଥିଲା। ସେ ଘରକୁ ଫେରିବା ପରେ ଷ୍ଟାଲିନଙ୍କ ଲୋକେ ତାଙ୍କୁ ଭେଟି ଡୁପ୍ଲିକେଟ୍‌ଲାଗି ପ୍ରସ୍ତାବ ଦେଇଥିଲେ। ୯୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। ଷ୍ଟାଲିନଙ୍କର (Felix Dadaev) ନାମରେ ମଧ୍ୟ ଆଉଜଣେ ଡୁପ୍ଲିକେଟ୍ ଥିଲେ।

ଅତୀତରେ ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁଖାରୀଙ୍କ ସ୍ଥାନରେ ତାଙ୍କ ଡୁପ୍ଲିକେଟ୍ କାମ କରୁଥିବା ପ୍ରଚାରିତ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଶେଷରେ ବୁଖାରୀ ସୁଡାନରୁ ଆସି ସେସୁସ୍ଥ ଓ ଜୀବିତ ବୋଲି କହିବାକୁ ବାଧ୍ୟ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.