ନୂଆଦିଲ୍ଲୀ : ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ ପୁଣି ଥରେ ନିଜର ଓଜନ ବୃଦ୍ଧିକୁ ନେଇ ଚର୍ଚ୍ଚାରେ। ସଦ୍ୟତମ ରିପୋର୍ଟ ଅନୁସାରେ , ସେ ବିଦେଶୀ ଓଜନ ହ୍ରାସର ଔଷଧ Ozempic ର ସନ୍ଧାନକୁ ଜୋରଦାର କରିଛନ୍ତି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଯେ, ଏହି ଔଷଧ ଗୁଡ଼ିକୁ ପ୍ରଥମେ ତାଙ୍କ ଭଳି ପୃଥୁଳାକାର ଶରୀର ଥିବା ନାଗରିକଙ୍କ ଉପରେ ବ୍ୟବହାର କରିବାକୁ ଯୋଜନା କରାଯାଉଛି।
‘ଦ ସନ୍’ ର ଏକ ଖବର ମୁତାବିକ, କିମ୍ ଜୋଙ୍ଗ ଉନ୍ ନିଜର ଖୁବ୍ ନିକଟତମ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି ଯେ, ବିଦେଶୀ ବଜାର ଗୁଡ଼ିକରୁ ଉନ୍ନତମାନର ଓଜନ ହ୍ରାସକାରୀ ଔଷଧ ସଂଗ୍ରହ କରନ୍ତୁ। ଏହି ନିର୍ଦ୍ଦେଶ ସେତେବେଳେ ଆସିଛି , ଯେତେବେଳେ ସେ ପୁଣି ଥରେ ଓଜନ ବୃଦ୍ଧି ଓ ମୋଟାପା ଭଳି ରୋଗର ସମସ୍ୟାରେ ପଡ଼ିଛନ୍ତି।
ପ୍ରଥମେ ନାଗରିକଙ୍କ ଉପରେ ହୋଇ ପାରେ ଟ୍ରାଏଲ –
କିମ୍ , ଯିଏକି ୨୨ ଷ୍ଟୋନ୍ ( ପାଖାପାଖି ୧୪୦ କିଲୋଗ୍ରାମ ) ଯାଏ ପହଞ୍ଚି ଯାଇଥିଲେ , ୨୦୨୧ରେ ଓଜନ ହ୍ରାସ କରାଇ ଥିଲେ। କିନ୍ତୁ ଏବେ ପୁଣି ତାଙ୍କର ଓଜନ ୨୦ ଷ୍ଟୋନ ( ପାଖାପାଖି ୧୨୭ କିଲୋ) ଅତିକ୍ରମ କରି ସାରିଛି। କିମ୍ଙ୍କ ସ୍ୱାସ୍ଥ୍ୟ ସଂପର୍କିତ ମାମଲାର ସୂଚନା ରଖୁଥିବା ବିଶେଷଜ୍ଞଙ୍କ ଅନୁସାରେ , ଯଦି କୌଣସି ନୂଆ ଔଷଧ ଅଣାଯାଇ ଥାଏ ,ତ ପ୍ରଥମେ ଏହାକୁ ଉତ୍ତର କୋରିଆର ନାଗରିକଙ୍କ ଉପରେ ବ୍ୟବହାର କରାଯାଇ ପାରେ। ସୂଚନା ମୁତାବିକ, କିମ୍ଙ୍କ ବାପା କିମ୍ ଜୋଙ୍ଗ୍ ଇଲ୍ ମଧ୍ୟ ନିଜର ସହଯୋଗିଙ୍କ ଉପରେ ପ୍ରଥମେ ଓପିଆଇଡ୍ସ ଭଳି ଔଷଧ ଟ୍ରାଏଲ ଭାବେ ବ୍ୟବହାର କରି ସାରିଛନ୍ତି। ଏଥିରେ ଅନୁମାନ ଯେ, କିମ୍ ମଧ୍ୟ ପୂର୍ବରୁ ନିଜ ଉପରେ ଔଷଧର ପ୍ରୟୋଗ କରିବା ପରିବର୍ତ୍ତେ ସେହି ନାଗରିକଙ୍କୁ ବାଛି ପାରନ୍ତି , ଯାହାଙ୍କ ଶାରୀରିକ ଢାଞ୍ଚା ତାଙ୍କ ଭଳି ଅଛି।
କିମ୍ଙ୍କର ଜୀବନଶୈଳୀ : ମଦ୍ୟପାନର ସଉକ –
କିମ୍ଙ୍କ ଅସୁସ୍ଥ ଜୀବନଶୈଳୀ କାହାକୁ ଅଛପା ନାହିଁ। ସିଗାରେଟ୍ ଖାଇବା , ମଦ୍ୟପାନ କରିବା ଓ ବିଦେଶୀ ଜିନିଷ ଖାଇବା ତାଙ୍କର ସଉକ ଭାବେ ଜଣାଶୁଣା। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, କିମ୍ଙ୍କୁ ହାଇ ବ୍ଲଡ୍ ପ୍ରେସର , ଡାଇବେଟିସ ଓ ଗାଉଟ୍ ଭଳି ରୋଗ ହୋଇ ପାରେ। ଜାଣିବା କଥା ଏୟା ଯେ, ତାଙ୍କର ବାପା ଓ ଜେଜେଙ୍କ ମୃତ୍ୟୁ ହୃଦଘାତରେ ହୋଇଥିଲା , ଯେଉଁଥିରେ କିମ୍ ନିଜେ ବି ଭୟଭୀତ ହୋଇ ଯାଇଛନ୍ତି।
କେବଳ ଔଷଧ ନୁହେଁ , ବିଦେଶରୁ ଡାକ୍ତର ମଧ୍ୟ ଆଣନ୍ତି କିମ୍ –
ଯେତେ କଥା କିମ୍ଙ୍କ ସ୍ୱାସ୍ଥ୍ୟର ହୋଇଥାଏ , ତ ଉତ୍ତର କୋରିଆ ଶାସନ କୌଣସି ସୁଯୋଗ ଛାଡି଼ ନଥାଏ। କିମ୍ଙ୍କ ମେଡିକାଲ ଟିମ୍ ବିଦେଶୀ ଔଷଧ, ଉପକରଣ ଓ ଏମିତିକି ଆବଶ୍ୟକ ପଡ଼ିଲେ ୟୁରୋପରୁ ଡାକ୍ତର ମଧ୍ୟ ଡାକନ୍ତି। ଏହି ସବୁର ବନ୍ଦୋବସ୍ତ କିମ୍ଙ୍କ ପର୍ସନାଲ ସେକ୍ରେଟେରିଏଟ୍ ନାମକ ଅଫିସରୁ ହୋଇଥାଏ, ଯେଉଁଥିରେ ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ ନିଯୁକ୍ତ ଉତ୍ତର କୋରିଆର ଅଧିକାରୀ ସ୍ୱତନ୍ତ୍ର ମିଶନରେ ଲାଗିଥା'ନ୍ତି।