LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଉତ୍ତର କୋରିଆର ଲଗାତାର ମିସାଇଲ ପରୀକ୍ଷଣ;  ୩ ମାସରେ ଦାଗିଲାଣି ୨୦ରୁ ଅଧିକ କ୍ଷେପଣାସ୍ତ୍ର

27/03/2023 at 9:26 AM

ନୂଆଦିଲ୍ଲୀ: ମାନୁନି ଉତ୍ତର କୋରିଆ, ଲଗାତାର ପରୀକ୍ଷଣ କରି ଚାଲିଛି ମିସାଇଲ୍ । ସୋମବାର ପୁଣି ଏକ ବାଲାଷ୍ଟିକ୍ ମିସାଇଲ୍ ଟେଷ୍ଟ କରିଛି । ନିଜ ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳ ଏବଂ ଜାପାନ ସାଗରରୁ ଅଳ୍ପ ଦୂରରେ ଏହି ମିସାଇଲ୍ ପରୀକ୍ଷଣ ହୋଇଛି । ଆମେରିକାର ବାରଣ ସତ୍ତ୍ବେ ଏପର୍ଯ୍ୟନ୍ତ ନର୍ଥ କୋରିଆ ୨୦ରୁ ଅଧିକ କ୍ଷେପଣାସ୍ତ୍ର ପରୀକ୍ଷାଣ କରିସାରିଛି ।

ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦକ୍ଷିଣ କୋରିଆର ଯୁଦ୍ଧ ଅଭ୍ୟାସ ଶେଷ କରିବା ସମୟରେ ଉତ୍ତର କୋରିଆ ମିସାଇଲ୍ ପରୀକ୍ଷଣ କରିବାରେ ତତ୍ପରତା ଦେଖାଇଛି । ଅନ୍ୟପଟେ ସେହି ଅଞ୍ଚଳରେ ଆମେରିକା ଏକ ଏୟାରକ୍ରଫ୍ଟ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ ମଧ୍ୟ ନିୟୋଜିତ କରିବାକୁ ପ୍ରସ୍ତୁତ କରୁଛନ୍ତି । ଦକ୍ଷିଣ କୋରିଆର ସଂଯୁକ୍ତ ଚିଫ୍ ଅଫ୍ ଷ୍ଟାପ୍ କହିଛନ୍ତି, ଉତ୍ତର କୋରିଆର ରାଜଧାନୀ ପ୍ୟାଙ୍ଗୟାଙ୍ଗର ଦକ୍ଷିଣ-ପଶ୍ଚିମରେ ଏହି ମିସାଇଲ୍ ପରୀକ୍ଷଣ କ୍ରସ୍ କଣ୍ଟ୍ରି ଉଡ଼ାଣ ଭରିଛି । ହେଲେ ସରକାରଙ୍କ ପକ୍ଷରୁ ଏହାର କୌଣସି ବିବରଣୀ ଜାରି କରାଯାଇନାହିଁ । ଏହାରି ଭିତରେ ଜାପାନର ତଟରକ୍ଷୀ ବିଭାଗ କହିଛନ୍ତି, ମିସାଇଲ୍ ଜାପାନର ବିଶେଷ ଆର୍ଥିକ କ୍ଷେତ୍ର ବାହାର ପଡ଼ିଛି ।

ସୂଚନା ଅନୁଯାୟୀ, ଚଳିତ ମାସରେ ଉତ୍ତର କୋରିଆ ଏପର୍ଯ୍ୟନ୍ତ ୭ଟି ବାଲାଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଥିବା ଜଣାପଡ଼ିଛି । ସେପଟେ ନର୍ଥ କୋରିଆ କ୍ଷେପଣାସ୍ତ୍ର ଟେଷ୍ଟ କରୁଥିବା ଅଞ୍ଚଳରେ ୟୁକ୍ତରାଷ୍ଟ୍ର ଆମେରିଆ ଏବଂ ଦକ୍ଷିଣ କୋରିଆ ଅଧିକ ସଂଖ୍ୟାରେ ସୈନ୍ୟ ନିୟୋଜିତ କରିଛନ୍ତି ।

ଗତ ସପ୍ତାହରେ ଆମେରିକା ସହିତ ଦକ୍ଷିଣ କୋରିଆ ଏକ ୧୧ଦିବସୀୟ ଯୁଦ୍ଧାଭ୍ୟାସ ଶେଷ କରିଛି । କୁହାଯାଉଛି, ଏହି ଅଞ୍ଚଳରେ ଉତ୍ତର କୋରିଆ ସୈନ୍ୟ ପରୀକ୍ଷଣ ବଢାଇଦେଇଛି । ଚଳିତ ବର୍ଷ ଉତ୍ତର କୋରିଆ ୧୧ଟି ପରୀକ୍ଷଣ କରିଛି, ଯେଉଁଥିରେ ୨୦ରୁ ଅଧିକ ବାଲାଷ୍ଟିକ୍ ମିସାଇଲ୍ ଏବଂ କ୍ରୁଜ୍ ମିସାଇଲ୍ ଟେଷ୍ଟ କରିଛି ।  

   Related Posts