Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଉତ୍ତରକୋରିଆ ତାନଶାହଙ୍କ ନୂଆ କଟକଣା, କେହି ରଖିପାରିବେନି କିମଜଙ୍ଗ ଝିଅଙ୍କ ନାଁ ଅନୁସାରେ ନିଜ ପିଲାଙ୍କ ନାମ…

16/02/2023 at 4:01 PM

ଉତ୍ତରକୋରିଆ ୧୬।୦୨: ଉତ୍ତରକୋରିଆ ନିଜର ମିସାଇଲ ପରୀକ୍ଷଣ ଏବଂ ଏକଛତ୍ରବାଦୀ ଶାସନ ପାଇଁ ସାରା ବିଶ୍ବରେ ବେଶ୍ ଜଣାଶୁଣା । ଏଠାକାର ଶାସକ କିମ-ଜନ-ଉନ ନିଜର ଅଜବ ନିର୍ଦ୍ଦେଶ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।  କିମ ନିଜ ଦେଶରେ କେଉଁ କଥାରେ କେତେବେଳେ ରୋକ ଲଗାଇବେ ତାହା ସମସ୍ତଙ୍କୁ ଅଜଣା । ଏମିତିକି କିମ ତାଙ୍କ ପିତାଙ୍କ ମୃତ୍ୟୁ ବାର୍ଷିକୀରେ ଉତ୍ତର କୋରିଆରେ ହସିବା ମଧ୍ୟ ମନା ।

ସଦ୍ୟତମ ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆରେ ଏକ ନୂଆ ନିୟମ ଜାରି କରାଯାଇଛି । ନୂଆ ନିୟମ ଅନୁଯାୟୀ ଉତ୍ତରକୋରିଆରେ କିମ-ଜନ-ଉନଙ୍କ ଝିଅ ନାଁରେ ଅନ୍ୟ କୌଣସି ଝିଅଙ୍କର ନାଁ ରହିପାରିବ ନାହିଁ । ଯଦି ଏପରି କରାଯାଏ ତେବେ ଏହା ଅପରାଧ ବୋଲି ବୁଝାଯିବ ।  ରେଡିଓ ଫ୍ରି ଏସିଆର ରିପୋର୍ଟ ଅନୁଯାୟୀ, ଉତ୍ତରକୋରିଆର ମହିଳା ଏବଂ ଝିଅମାନଙ୍କର ନାଁ ବଦଳାଇବାକୁ ବାଧ୍ୟ କରାଯାଉଛି । କିମଙ୍କ ଝିଅଙ୍କ ନାମ ‘ଜୁ ଆଏ’ ଏବଂ ଦେଶରେ ଏହି ନାଁ ଉପରେ ଲାଗାଯାଇଛି ପ୍ରତିବନ୍ଧକ । ଅର୍ଥାତ୍ ଉତ୍ତରକୋରିଆରେ ଏବେ ‘ଜୁ ଆଏ’ ନାଁ କେବଳ କିମଙ୍କ ଝିଅଙ୍କର ରହିବ ।

ସେହିପରି ପୂର୍ବରୁ ଯେଉଁମାନେ ନିଜ ନାଁ ‘ଜୁ ଆଏ’ ରଖିଛନ୍ତି, ସେମାନଙ୍କୁ ଏହା ବଦଳାଇବା ପାଇଁ ଉତ୍ତର କୋରିଆ ପ୍ରଶାସନ କହିଛି। ‘ଜୁ ଆଏ’ ବଦଳରେ ସେମାନେ ନିଜର ନାଁ ଆଉ କିଛିକୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତର କୋରିଆର ସୁପ୍ରିମ ଲିଡର କିମ ଜଙ୍ଗ ଉନଙ୍କ ଝିଅଙ୍କ ନାଁ ଜୁ ଆଏ ହୋଇଥିବା ବେଳେ ତାଙ୍କ ବୟସ ୯ରୁ ୧୦ ବର୍ଷ ହେବ । ସେ ନିକଟରେ ସର୍ବସମ୍ମୁଖକୁ ଆସିଥିବା ବେଳେ ଏବେ ସରକାର ତାଙ୍କ ନାଁକୁ ଦୃଷ୍ଟିରେ ରଖି ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି।

ଫକ୍ସ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ଜଣେ ୧୨ ବର୍ଷୀୟ ଝିଅର ନାଁ ‘ଜୁ ଆଏ’ ରହିଥିଲା । ଏକଥା ଜଣାପଡ଼ିବା ପରେ ତାଙ୍କୁ ଓ ତାଙ୍କ ବାପା ମା’ଙ୍କୁ ସୁରକ୍ଷା ମନ୍ତ୍ରଣାଳୟକୁ ଡକା ଯାଇଥିଲା । ଏହାପରେ ଝିଅଟି ଜନ୍ମ ପ୍ରମାଣ ପତ୍ରକୁ ଜୁ ଆଏ ନାଁକୁ ହଟାଇବାକୁ କୁହାଯାଇଥିଲା । ତେବେ ମନ୍ତ୍ରଣାଳୟ ପକ୍ଷରୁ ‘ଜୁ ଆଏ’ ନାମଧାରୀମାନଙ୍କୁ ସପ୍ତାକ ମଧ୍ୟରେ ନାଁ ବଦଳାଇବାକୁ କୁହାଯାଇଛି ।

   Related Posts