oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅମାନିଆ ଉତ୍ତର କୋରିଆ: ୨୦୨୨ର ଆରମ୍ଭରୁ ନିକ୍ଷେପ କଲା ବାଲିଷ୍ଟିକ ମିସାଇଲ, ବଢିବ ଉତ୍ତେଜନା

5/01/2022 at 5:19 PM

ନୂଆଦିଲ୍ଲୀ ୦୫।୦୧: ନୂତନ ବର୍ଷରେ ଉତ୍ତର କୋରିଆର ଏକଛତ୍ରବାଦ କିମ ଜୋଙ୍ଗ ଉନଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ। ବୁଧବାର ଉତ୍ତର କୋରିଆ ୨୦୨୨ର ପ୍ରଥମ ସପ୍ତାହରେ  ହିଁ ବାଲାଷ୍ଟିକ ମିସାଇଲ ନିକ୍ଷେପ କରି ନୂତନ ବର୍ଷରେ ନିଜର ଆକ୍ରମଣାତ୍ମକ ଉଦ୍ଦେଶ୍ୟକୁ ଜାରି ରଖିଛି। ଏଥିରେ ଉତ୍ତର କୋରିଆର ଦକ୍ଷିଣ କୋରିଆ ଓ ଜାପାନ ସହ ଉତ୍ତେଜନା ପୁଣି ଥରେ ବଢିପାରେ।

ଉତ୍ତର କୋରିଆ ନିଜର ପୂର୍ବତଟରୁ ଏକ ସନ୍ଦିଗ୍ଧ  ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏଥିସହ ଏହି ଦେଶ ନିଜ ନେତା କିମ  ଜୋଙ୍ଗ ଉନଙ୍କ ନୂତନ ବର୍ଷର ସଂକଳ୍ପ ଦୋହରାଇଛି। କିମ ଜୋଙ୍ଗ ନିକଟରେ କହିଥିଲେ, ଅସ୍ଥିର ଅନ୍ତର୍ଜାତୀୟ ସ୍ଥିତିର ମୁକାବିଲା ପାଇଁ ଦେଶର ସେନାକୁ ଆହୁରି ମଜବୁତ କରାଯିବ।

ଜାପାନ ତଟରକ୍ଷୀ ବାହିନୀ ସର୍ବ ପ୍ରଥମେ ଉତ୍ତର କୋରିଆ ଦ୍ଵାରା ନିକ୍ଷେପ ମିସାଇଲ୍ ଦେଖିବାକୁ ପାଇଛନ୍ତି। ସେମାନଙ୍କର ଦାବି ଏହା  ବାଲିଷ୍ଟିକ ମିସାଇଲ୍ ହୋଇଥାଇପାରେ। ଜାପାନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏହି ମିସାଇଲ୍ ପ୍ରାୟ ୫୦୦ କିଲୋମିଟର ଦୂର ଗତି କରିଛି। ଗତ ବର୍ଷରଠୁ ଉତ୍ତର କୋରିଆ ଲଗାତାର ମିସାଇଲ୍ ନିକ୍ଷେପ କରି ଚାଲିଛି, ଯାହାକୁ ନେଇ ଜାପାନ ପ୍ରଧାନମନ୍ତ୍ରୀ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି।

ମିଳିତ ଜାତି ସଂଘର କଟକଣାକୁ ଭ୍ରୁକ୍ଷେପ ନକରି ଉତ୍ତର କୋରିଆ ନିଜର କ୍ଷେପଣାସ୍ତ୍ର ନିକ୍ଷେପ ଜାରି ରଖଛି। ସୁରକ୍ଷା ପରିଷଦ ମଧ୍ୟ ଉତ୍ତର କୋରିଆର ସମସ୍ତ ବାଲିଷ୍ଟିକ ମିସାଇଲ ଏବଂ ଆଣବିକ ପରିକ୍ଷଣ ଉପରେ ରୋକ୍ ଲଗାଇଛି। ଏହା ସତ୍ତ୍ଵେ ବି ନଛୋଡବନ୍ଧା ଉତ୍ତର କୋରିଆ ନିଜ ମିଶନରେ ଲାଗି ରହିଛି।

   Related Posts