ଆଥ୍‌ଲେଟ୍‌ଙ୍କ ପ୍ରତି ଭାରି କଠୋର ତାନାଶାହ, ଅଲିମ୍ପିକ୍ସରେ ମେଡାଲ ନ ଆଣିଲେ ଦିଅନ୍ତି ଦଣ୍ଡ !

Published By : Prameya-News7 Bureau | August 14, 2024 IST

ନୂଆଦିଲ୍ଲୀ  ୧୪/୦୮: ସରିଛି ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪  ଅନେକ ଦେଶର ଖେଳାଳି ହାତେଛନ୍ତି ପଦକ  ନିଜ ନିଜ ଦେଶ ପାଇଁ ଅର୍ଜିଛନ୍ତି ଗୌରବ  ସବୁ ଦେଶ ଭଳି ଉତ୍ତର କୋରିଆ ଆଥଲେଟ୍ମାନେ ଅଲିମ୍ପିକ୍ସରେ ଭାଗନେଇ ଝିତିଥିଲେ ପଦକ କିନ୍ତୁଉତ୍ତର କୋରିଆର ଅନେକ ଆଥଲେଟ୍ ଅଛନ୍ତିଯେଉଁମାନେ ବିନା ପଦକରେ ଫେରିଛନ୍ତି ଦେଶ  ଯାହା ଏବେ ବଢାଇଛି ଚିନ୍ତା କାରଣ ଶୁଣିବାକୁ ମିଳେ କିଅଲିମ୍ପିକ୍ସରେ ପଦକ ଜିତିଲେ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ କେମିତି ଦିଅନ୍ତି ଦଣ୍ଡ  ଯଦି ଏହା ସତ ତେବେ ଉତ୍ତର କୋରିଆରେ ଯେଉଁମାନେ ପଦକ ଜିତନାହାଁନ୍ତି କଣ ହେବ ସେମାନଙ୍କ ଅବସ୍ଥା  ଏଥର ଅଲିମ୍ପିକ୍ସରେ ଭାଗ ନେଇଥିଲେ ଉତ୍ତର କୋରିଆର ୧୬ ଆଥଲେଟ୍  ତେବେ ୧୬ ପ୍ରତିଯୋଗୀ ହାତେଇଛନ୍ତି ମାତ୍ର ୬ ପଦକ  ଯେଉଁଥିରୁ ଦୁଇଟି ରୌପ୍ୟ ଥିବାବେଳେ ୪ଟି ବ୍ରୋଞ୍ଜ ପଦକ ରହିଛି  କହିବାକୁ ଗଲେ ଏଥର ଉତ୍ତର କୋରିଆ ଖାତାରେ ନାହିଁ ଗୋଟିଏ ବି ସ୍ୱର୍ଣ୍ଣ ପଦକ  ସେହିଭଳି ଆଉ ଗୋଟିଏ କଥା ହେଉଛି ଦକ୍ଷିଣ କୋରିଆର ଆଥ୍ଲେଟଙ୍କ ସହ ଫଟୋ ସେସନ  ଅର୍ଥାତ୍ ଦକ୍ଷିଣ କୋରିଆ ସହ ଉତ୍ତର କୋରିଆର ସଂପର୍କ କେମିତି ତାହା ସମସ୍ତଙ୍କୁ ଜଣା  ତଥାପି ଖେଳାଳିମାନେ ଏସବୁ ଜାଣି ବି ନିଜ ଶତ୍ରୁ କ୍ରୀଡାବିତ୍ଙ୍କ ସହ ମିଳାମିଶା ଟେନସନ୍‌ ବଢାଇଛି  ଏସବୁ ଦେଖିବା ପରେ କିମ୍ କେମିତି ଦେବେ ରିଆକ୍ସନ ତାକୁ ନେଇ ପଡିଲାଣି ଭାଲେଣି    


୨୦୧୨ରେ ଲଣ୍ଡନରେ ୪ଟି ସ୍ୱର୍ଣ୍ଣ ପଦକ ଜିତିଥିଲା ଉତ୍ତର କୋରିଆ  ଆଥଲେଟ୍ମାନେ ଦେଶକୁ  ଫେରିବା ପରେ ମିଳିଥିଲା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା  ଏହାପରେ ଆଗାମୀ ରିଓ ଅଲିମ୍ପିକ୍ସରେ ପାଇଁ ଦିଆଯାଇଥିଲା ଟାର୍ଗେଟ୍  ୫ ସୁନା ଓ ଅନ୍ୟ ୧୨ ପଦକ ସହ ମୋଟ୍ ୧୭ ପଦକ ଆଣିବାକୁ ସ୍ପଷ୍ଟ କରିଥିଲେ ଶାସକ  କିନ୍ତୁ ରିଓରେ ସେତେଟା କରିସ୍ମା ଦେଖାଇପାରିନଥିଲେ ଉତ୍ତର କୋରିଆ ଆଥଲେଟ୍ମାନେ  ଯାହାର ଫଳ ସ୍ୱରୂପ ଶାସକଙ୍କ କଡ୍ଡା ଶାସନର ସମ୍ମୁଖୀନ ହୋଇଥିଲେ ଖେଳାଳି   

ଉତ୍ତର କୋରିଆ ଶାସକ ଯେମିତି ତାଙ୍କ ଶାସନ ବି ସେମିତି  ଅଲିମ୍ପିକ୍ସରେ ପଦକ ନ ଜିତିଲେ ସେମାନଙ୍କୁ ଦିଆଯାଏନି ବିଶେଷ ସମ୍ମାନ  ସେମାନଙ୍କୁ କଠିନ ଶାରିରୀକ ପରିଶ୍ରମ କରିବାକୁ ଅନ୍ୟତ୍ର ପଠାଯାଏ  କିଛି ଦିନ ପରେ ଫେରିବାକୁ ମିଳେ ଅନୁମତି ଆଉ ପଦକ ଜିତିଗଲେ ଖାଲି ସମ୍ମାନ ତ ମିଳେନି ଉପହାର ବି ଭେଟି ହୁଏ  ଯେମିତିକି ୨୦୧୨ ଲଣ୍ଡନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆଥଲେଟ୍ଙ୍କୁ ଭବ୍ୟ ସ୍ୱାଗତ ମିଳିଥିଲା  ଆଥଲେଟ୍ମାନଙ୍କୁ ନଦୀ କୂଳରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଦେଇଥିଲେ କିମ ଜୋଙ୍ଗ-ଉନ୍  ଏବେ ପ୍ୟାରିସ୍‌ ଫେରନ୍ତାଙ୍କ ସହ କଣ ହେବ ତା ଉପରେ ରହିଛି ସମସ୍ତଙ୍କ ନଜର  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.