କିମ୍ ଜଙ୍ଗ୍ ସାମ୍ନାକୁ ଆସିବା ପରେ ସୀମାରେ ବଢିଲା ଉତ୍ତେଜନା, ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଗୁଳି ବିନିମୟ

Published By : Prameya-News7 Bureau | May 03, 2020 IST

ସିଓଲ, ୦୩|୦୫: ଦୀର୍ଘ ୨୦ ଦିନ ପରେ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ୍ ସାମ୍ନାକୁ ଆସିଛନ୍ତି । ଦୀର୍ଘଦୀନ ଧରି ତାଙ୍କର କୌଣସି ସୂଚନା ମିଳୁନଥିଲା । ଏପରିକି ସେ ଜୀବିତ ନା ମୃତ ତାକୁ ନେଇ ସସପେନ୍ସ୍ ଲାଗି ରହିଥିଲା । କିଛି ଗଣମାଧ୍ୟମରେ ତାଙ୍କର ହାର୍ଟ୍ ଅପରେସନ ପରେ ମୃତ୍ୟୁ ହୋଇଥିବା ଦାବି କରିଥିଲେ । କିନ୍ତୁ ସେ ସାମ୍ନାକୁ ଆସିବା ପରେ ଉତ୍ତର ଓ ଦକ୍ଷିଣ କୋରିଆ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ସୀମାବର୍ତ୍ତୀ ଅଞ୍ଚଳରେ ଗୁଳି ବିନିମୟ ହୋଇଛି ।

 ସିଓଲ ସେନାର କହିବାନୁସାରେ, ଶନିବାର ସକାଳ ୭ଟା ୪୧ରେ ଉତ୍ତର କୋରିଆ ଗୁଳିମାଡ କରିଥିଲା । ଏଥିରେ ଦକ୍ଷିଣ କୋରିଆର ଜଣେ ସୈନିକ ଆହତ ହୋଇଥିଲେ । ଏହାପରେ ଦକ୍ଷିଣ କୋରିଆ ଦୁଇ ରାଉଣ୍ଡ ଗୁଳି ଚଳାଇ ଚେତାବନୀ ଦେଇଥିଲା । ତେବେ ଆଣବିକ ଶକ୍ତି ପାଇଁ ଏହି ଗୁଳିମାଡ ହୋଇଥିବା କୁହାଯାଉଛି । ତେବେ ଏହା ଯୋଜନାବଦ୍ଧ ଗୁଳିମାଡ ନୁହେଁ ଏହା ପଛରେ ଆଉ କିଛି କାରଣ ଅଛି ବୋଲି ସେନାର ଯୁଗ୍ନ ମୁଖ୍ୟ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ରାତି ଓ କାକର ପାଇଁ ଉତ୍ତର କୋରିଆ ଟାର୍ଗେଟ୍ ହାସଲ କରିବାରେ ସଫଳ ହୋଇନଥିଲା । ତେବେ କିମ୍ ଏବେବି ଶକ୍ତିଶାଳୀ ରହିଥିବା ଦର୍ଶାଇବାକୁ ଉତ୍ତର କୋରିଆ ଏପରି କରିଥିବା ମଧ୍ୟ କୁହାଯାଉଛି ।

ସୂଚନାଯୋଗ୍ୟ, ଏକ ଫଟୋରେ କିମ୍ ସାର କାରଖାନାକୁ ଉଦଘାଟନ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହା ପଛରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.