ଆଫଗାନିସ୍ତାନରେ ଭୀଷଣ ବନ୍ୟା, ୧୦୦ ମୃତ

Published By : Prameya-News7 Bureau | August 26, 2020 IST

କାବୁଲ ୨୬।୮: ଉତ୍ତର-ପୂର୍ବ ଆଫଗାନିସ୍ତାନରେ ବର୍ଷା ତତ୍ ଜନିତ ବନ୍ୟା ଯୋଗୁ ଏଯାଏଁ ୧୦୦ ଲୋକଙ୍କ ମୃତ୍ୟୁ ହେଲାଣି। ବିପର୍ଯ୍ୟୟ ପରିଚାଳନା ରାଷ୍ଟ୍ରମନ୍ତ୍ରୀ ଗୁଲାମ ବହାଉଦ୍ଦିନ ବୁଧବାର ଏହି ସୂଚନା ଦେଇଛନ୍ତି। ବନ୍ୟାପାଣି ଉତ୍ତର-ପୂର୍ବ ପ୍ରାନ୍ତୀୟ ସହର ଚାରିକରରେ ପଶିବା ଯୋଗୁ ଅନେକ ଘର ଭୂଷୁଡି ପଡିଛି। ଫଳରେ ହଜାର ହଜାର ଲୋକେ ବାସ ହରା ହୋଇଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

{"id":320683,"sizeSlug":"large"}

ଚାରିକରରେ ମୃତାହତଙ୍କ ସଂଖ୍ୟା ବଢିପାରେ।  ଭୂଷୁଡି ପଡିଥିବା ଘର ତଳୁ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି। ମଙ୍ଗଳବାର ରାତିରେ ଭୀଷଣ ବର୍ଷା ଯୋଗୁ ଅଞ୍ଚଳରେ ବନ୍ୟା ଆସିଯାଇଛି। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଲୋକେ ଘରେ ଶୋଇଥିବା ବେଳେ ବର୍ଷା ଆସିଥିଲା। ଦେଖୁ ଦେଖୁ ବନ୍ୟାପାଣି ସହରକୁ ପସିଯାଇଥିଲା। ଫଳରେ ମାଟି ତିଆରି ଘର ବତୁରି ଭୂଷୁଡିବାରେ ଲାଗିଥିଲା।

{"id":320684,"sizeSlug":"large"}

କେବଳ ଆବାସିକ ଅଞ୍ଚଳ ନୁହେଁ କୃଷି ମଧ୍ୟ ବନ୍ୟା ଯୋଗୁ ଗୁରୁକର ପ୍ରଭାବିତ ହୋଇଛି। ନୁରିସ୍ତାନରେ କୃଷି କ୍ଷେତ୍ର ଉପରେ କାଦୁଅ ମାଡି ଯାଇଛି। ଫଳରେ ଏକର ଏକର ଫସଲ କାଦୁଅ ତଳେ ପୋତି ହୋଇପଡିଛି। ବନ୍ୟା ଓ ତତ୍ ଜନିତ କ୍ଷତିର ଏପର୍ଯ୍ୟନ୍ତ ଆକଳନ ହୋଇ ନାହିଁ। ତେବେ ବନ୍ୟା ମୃତକଙ୍କ ସଂଖ୍ୟା ୧୦୦ କୁହାଯାଉଥିଲେ ମଧ୍ୟ ଏହି ସଂଖ୍ୟା ଅନେକ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.