Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବାଲଟିକ୍ ସାଗରରୁ ପ୍ରତି ଘଣ୍ଟାରେ ନିର୍ଗତ ହେଉଛି ୨୩ ହଜାର କିଲୋ ମିଥେନ, ଚିନ୍ତା ପ୍ରକଟ କଲା ମିଳିତ ଜାତିସଂଘ

1/10/2022 at 4:49 PM

ନୂଆଦିଲ୍ଲୀ: ବାଲଟିକ ସାଗରରେ ପାଇପଲାଇନ ଛିଦ୍ର ହେବା ପରେ ରେକର୍ଡ ସ୍ତରରେ ମିଥେନ ଗ୍ୟାନସ ଲିକ୍ ହେଉଛି । ଏହାକୁ ନେଇ କେବଳ ପରିବେଶବିତ୍ ଚିନ୍ତିତ ନୁହନ୍ତି, ବରଂ ମିଳିତ ଜାତିସଂଘ ମଧ୍ୟ ଚିନ୍ତା ପ୍ରକଟ କରିଛି । ପ୍ରତି ଘଟଣାରେ ପ୍ରାୟ ୨୩ ହଜାର କିଲୋ ମିଥେନ ଗ୍ୟାସ ନିର୍ଗତ ହେଉଛି । ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) କହିଛି, ବାଲଟିକ୍ ସାଗର ତଳେ ନର୍ଡ ଷ୍ଟ୍ରିମ ପ୍ରାକୃତିକ ଗ୍ୟାସ ପାଇପଲାଇନ ସିଷ୍ଟମ ଭାଙ୍ଗିବା ଯୋଗୁଁ ପରିବେଶ ପାଇଁ କ୍ଷତିକାରକ ମିଥେନ ଲିକର ସବୁଠୁ ବଡ଼ ଘଟଣା ହେବାର ଆଶଙ୍କା ରହିଛି ।

ୟୁଏନଇପି ପାଇଁ ଆଇଏମଇଓର ମୁଖ୍ୟ ମ୍ୟାନଫ୍ରେଡୀ କେଲ୍ଟାଗିରୋନ ନ୍ୟୁଜ ଏଜେନ୍ସି ରୟଟର୍ସକୁ କହିଛନ୍ତି, ଏହା ବାସ୍ତବରେ ଏକ ବଡ଼ ବିପଦ । ଏହା ଆଜି ଯାଏଁ ସବୁଠୁ ବଡ଼ ଗ୍ୟାସ ଲିକ୍ ଘଟଣା ହୋଇପାରେ।

ମିଥେନ ଗ୍ୟାସ ଲିକ୍ ଉପରେ ନଜର ରଖିବା ପାଇଁ ସାଟେଲାଇଟର ସାହାଯ୍ୟ ନିଆଯାଉଛି । ଜିଏଚଜିସାଟ ଗବେଷଣା ଆକଳନ ଅନୁସାରେ, ପାଇପଲାଇନର ଗୋଟିଏ ଛିଦ୍ରରୁ ଘଣ୍ଟାକୁ ୨୨,୯୨୦ କିଲୋଗ୍ରାମ ଗ୍ୟାସ ନିର୍ଗତ ହେଉଛି, ଯାହା ପ୍ରତି ଘଣ୍ଟାରେ ପ୍ରାୟ ୬,୩୦,୦୦୦ ପାଉଣ୍ଡ କୋଇଲ ଜଳିବା ସହ ସମାନ । ବୟାନରେ କୁହାଯାଇଛି ଏହି ହାର ଆକଳନଠାରୁ ମଧ୍ୟ ବହୁ ଅଧିକ । ଅନ୍ୟପଟେ ଆମେରିକାର ପରିବେଶ ସଂରକ୍ଷଣ ଏଜେନ୍ସି ଗ୍ରୀନହାଉରସ କ୍ୟାଲକୁଲେଟର ଅନୁସାରେ, ଏହା ୧.୧ ବିଲିୟନ ପାଉଣ୍ଡ କୋଇଲା ଜଳିବା ସହ ସମାନ ।  

   Related Posts