ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ନୋରାଙ୍କ ସହ ରୋମାନ୍ସ କରିବେ ଆୟୁଷ୍ମାନ,’ଆକ୍ସନ ହିରୋ’ରେ ନିଆଁ ଲଗାଇବେ ଡ୍ୟାନ୍ସିଂ କୁଇନ

16/11/2022 at 10:50 AM

ମୁମ୍ୱାଇ ୧୬/୧୧: ଅପ୍‌କମିଙ୍ଗ ଫିଲ୍ମ ‘ଆନ୍‌ ଆକ୍ସନ୍‌ ହିରୋ’ରେ ନୂଆ ଅବତାରରେ ନଜର ଆସିବେ ଆୟୁଷ୍ମାନ ଖୁରାନା । ବାସ୍ତବଧର୍ମୀ, ସାମାଜିକ ବିଷୟ ଆଧାରିତ ଫିଲ୍ମ ପରେ ପ୍ରଥମ ଥର ଦମ୍‌ଦାର ଆକ୍ସନ୍‌ ହିରୋ ଭୂମିକାରେ ସେ ନଜର ଆସିବେ । ‘ଡ୍ରିମ୍‌ ଗର୍ଲ’ ଭଳି କମର୍ସିଆଲ ଫିଲ୍ମରେ ମଧ୍ୟ ସେ ପୂର୍ବରୁ କାମ କରିଛନ୍ତି । କିଛି ଦିନ ତଳେ ‘ଆନ୍‌ ଆକ୍ସନ୍‌ ହିରୋ’ର ଟ୍ରେଲର୍‌ ଜାରି ହୋଇଛି, ଯାହାକୁ ଦର୍ଶକ ଭରପୂର ଭଲପାଇବା ଦେଇଛନ୍ତି ।

ଏବେ ଫିଲ୍ମମେକର୍‌ ଫ୍ୟାନ୍‌ଙ୍କ ପାଇଁ ଏକ ବଡ଼ ସର୍‌ପ୍ରାଇଜ୍‌ ଆଣିଛନ୍ତି । ଫିଲ୍ମରେ ଏକ ସ୍ୱତନ୍ତ୍ର ଗୀତ ରହିବ, ଯେଉଁଥିରେ ଆୟୁଷ୍ମାନଙ୍କ ସହ ନଜର ଆସିବେ ଆଇଟମ୍‌ ନମ୍ବର୍‌ କୁଇନ୍‌ ନୋରା ଫତେହି । ଫିଲ୍ମ ନିର୍ମାତା ଏଥିପାଇଁ ‘ଜେଡ଼ା ନଶା’ ଗୀତ ପ୍ରସ୍ତୁତ କରିଛନ୍ତି, ଯାହା ଇଣ୍ଟର୍‌ନେଟ୍‌ରେ ଚହଳ ପକାଇଛି । ରିଲ୍‌ରେ ମଧ୍ୟ ବେଶ ଲୋକପ୍ରିୟ ହୋଇଛି । ନୋରାଙ୍କ ସହ ଗୀତର ଫାର୍ଷ୍ଟ ଲୁକ୍‌ ସହିତ ଆୟୁଷ୍ମାନ ଏହି ଖବର ଶେୟାର କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ‘ଜେଡ଼ା ନଶା’ ସହିତ ପୁଣି ଥରେ ଡ୍ୟାନ୍ସ ଫ୍ଲୋର୍‌ ପାଇଁ ପ୍ରସ୍ତୁତ ହୁଅନ୍ତୁ ।

ଏହି ଗୀତ ଜରିଆରେ ପ୍ରଥମ ଥର ପରଦାରେ ନଜର ଆସିବେ ନୋରା ଓ ଆୟୁଷ୍ମାନ । ଫାର୍ଷ୍ଟ ଲୁକ୍‌ରେ ଆୟୁଷ୍ମାନ ବେଶ ଷ୍ଟାଇଲିଶ୍‌ ନଜର ଆସୁଛନ୍ତି । ଫିଲ୍ମରେ ସେ ଜଣେ କଳାକାର ଭୂମିକା ନିର୍ବାହ କରିଛନ୍ତି । ତେବେ ନୋରାଙ୍କ ନୂଆ ଅବତାର ଦେଖିବାକୁ ଦର୍ଶକ ଚାକତ ପରି ଚାହିଁଛନ୍ତି । ଏହା ପୂର୍ବରୁ ଯେତେ ଆଇଟମ୍‌ ନମ୍ବର୍‌ରେ ସେ ନୃତ୍ୟ କରିଛନ୍ତି, ସେ ସମସ୍ତ ପରସ୍ପରଠୁ ଭିନ୍ନ । ସବୁଥିରେ ନୋରାଙ୍କର ଭିନ୍ନ ନୃତ୍ୟଶୈଳୀ ଓ ଲୁକ୍‌ ଦେଖିବାକୁ ମିଳିଛି । ଏଥର ଦିଲ୍‌ବର ଗର୍ଲଙ୍କ ସହ ଆୟୁଷ୍ମାନଙ୍କ କେମିଷ୍ଟ୍ରି କେମିତି ହେବ, ତାହା ଫ୍ୟାନ୍‌ଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନିରୁଦ୍ଧ ଆୟର । ଆସନ୍ତା ଡିସେମ୍ବର ୨ ତାରିଖରେ ଏହା ମୁକ୍ତିଲାଭ କରିବ ।

   Related Posts