ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

୨୦୦ କୋଟି ଠକେଇ ମାମଲାରେ ନୋରାଙ୍କୁ ପଚରାଉଚୁରା, ଗିଫ୍ଟରେ ମିଳିଥିଲା ମହଙ୍ଗା କାର

3/09/2022 at 12:02 PM

ମୁମ୍ଵାଇ ୦୩।୦୯: ସୁକେଶ ଚନ୍ଦ୍ରଶେଖରଙ୍କ ମାମଲାରୁ ପରଦା ଉଠିବା ପରଠୁ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ଅଡୁଆ ବଢିବାରେ ଲାଗିଛି । ବର୍ତ୍ତମାନ ନୋରା ଫତେହି ଚର୍ଚ୍ଚାକୁ ଆସିଛନ୍ତି। ଏଭଳି ପରିସ୍ଥିତିରେ ନୋରାଙ୍କୁ ପୁଣି ଥରେ ୨୦୦ କୋଟି ଠକେଇ ଅଭିଯୋଗରେ ତାଙ୍କୁ ପଚରାଉଚରା କରାଯାଇଥିଲା। ଶୁକ୍ରବାର ଦିନ ନୋରାଙ୍କୁ ପ୍ରାୟ ୭ଘଣ୍ଟାରେ ୫୦ ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା।

କହିବାକୁ ଗଲେ  ଶୁକ୍ରବାର ଦିନ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ଦ୍ୱାରା ନୋରା ଫତେହିଙ୍କୁ ପ୍ରାୟ ୭ ଘଣ୍ଟା ପଚରାଉଚରା କରାଯାଇଥିଲା। ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦କୋଟି ଠକେଇ ମାମଲାରେ ନୋରାଙ୍କୁ ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଯାଇଥିଲା  ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ନୋରା ସକାଳ ୧୧ ଟାରେ ଅଫିସକୁ ଆସିଥିଲେ ଏବଂ ସନ୍ଧ୍ୟା ୬ ଟାରେ ଫେରିଥିଲେ ।

ସୁକେଶଙ୍କ ଠାରୁ ମିଳିଥିବା ଉପହାର ବିଷୟରେ ପୋଲିସ ନୋରାଙ୍କୁ ବହୁତ ପ୍ରଶ୍ନ କରିଥିଲା ​। ଅଭିଯୁକ୍ତ ସୁକେଶ ଅଭିନେତ୍ରୀ ନୋରାଙ୍କୁ ମହଙ୍ଗା ଉପହାର ଦେଇଛନ୍ତି। କୁହାଯାଉଛି କି ତାହା ହେଉଛି ଏକ ବିଳାଶପୂର୍ଣ୍ଣ କାର । କେବଳ ଏତିକି ହିଁ ନୁହେଁ ଦରକାର ପଡିଲେ ଆହୁରି ଡକାଯାଇପାରେ। ବର୍ତ୍ତମାନ ସୁଦ୍ଧା ଏସମ୍ପର୍କରେ ଆଉ କୌଣସି ବିବୃତ୍ତି ମିଳି ନାହିଁ ।

   Related Posts