ପରଦାକୁ ନିଜ କାହାଣୀ ଆଣିବାକୁ ଚାହୁଁଛନ୍ତି ନୋରା, କହିଲେ- ଡକ୍ୟୁମେଣ୍ଟାରୀ ପାଇଁ….

Published By : Prameya-News7 Bureau | April 16, 2024 IST

ମୁମ୍ଵାଇ ୧୬।୦୪: ନିଜ ଜୀବନର କାହାଣୀକୁ ପରଦାରେ ଉତାରିବାକୁ ଯୋଜନା  କରୁଛନ୍ତି ନୋରା ଫତେହି । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ  ନୃତ୍ୟଶିଳ୍ପୀ, ଅଭିନେତ୍ରୀ ତଥା ପ୍ରଯୋଜିକା ନୋରା ନିଜ ଜୀବନର  ପ୍ରେରଣାତ୍ମକ ଯାତ୍ରାକୁ ଫିଲ୍ମ ଜରିଆରେ ଦର୍ଶକଙ୍କ ପାଖରେ  ପହଞ୍ଚାଇବାକୁ ଚାହୁଁଥିବା ଖୁଲାସା କରିଛନ୍ତି । କହିଲେ- ଡକ୍ୟୁମେଣ୍ଟାରୀ ପାଇଁ ମୋ କାହାଣୀ ପୂରା ଯୋଗ୍ୟ ଅଟେ। ନିକଟରେ ମୁକ୍ତିପ୍ରାପ୍ତ ତାଙ୍କର କିଛି ପ୍ରୋଜେକ୍ଟକୁ ଦର୍ଶକୀୟ ଆଦୃତି  ମିଳିନି । ‘ମଡଗାଓଁ ଏକ୍ସପ୍ରେସ୍‌’ ଓ ବିଦ୍ୟୁତ୍‌ ଜାମୱାଲଙ୍କ  ସ୍ପୋର୍ଟସ୍‌ ଆକ୍ସନ୍‌ ଫିଲ୍ମ ‘କ୍ରାକ୍‌’ ବକ୍ସ ଅଫିସ୍‌ରେ ଖାସ୍‌  କମାଲ କରିପାରିନି ।

ତିମଧ୍ୟରେ ନୋରା ଅଧିକ  ଫିଲ୍ମ ସାଇନ୍‌ କରିବା ପରିବର୍ତ୍ତେ  ବ୍ୟକ୍ତିଗତ ଯାତ୍ରା ଉପରେ ଅଧିକ  ଫୋକସ୍‌ କରୁଛନ୍ତି । ସେ କହିଛନ୍ତି,  ମୋ କାହାଣୀରେ ବକ୍ସ ଅଫିସ୍‌  ବିଷୟରେ ଆଲୋଚନା ନାହିଁ ।  ଯେତେବେଳେ ଫିଲ୍ମଟି ବକ୍ସ  ଅଫିସ୍‌ରେ ଭଲ ଚାଲେ ନାହିଁ,  ମୁଁ ନିଜକୁ କହେ ‘ଠିକ୍‌ ଅଛି ।  ମୁଁ ଫିଲ୍ମରେ କାମ କରିବାର ସୁଯୋଗ ପାଇଲି, ତାହା ବଡ଼  କଥା ।’ କ୍ୟାରିଅରକୁ ନେଇ ସେ  କହନ୍ତି, ବକ୍ସ ଅଫିସ୍‌ ସଫଳତା  ତାଙ୍କର ପ୍ରଥମ ଲକ୍ଷ୍ୟ ନୁହେଁ ।  ଅଭିନୟ କଳାର ପ୍ରସାର ଲାଗି ପ୍ରୋଜେକ୍ଟକୁ ଏକ ସୁଯୋଗ  ଭାବେ ସେ ଦେଖନ୍ତି । ତେଣୁ  ଲୋକେ ଯେତେବେଳେ   ତାଙ୍କୁ ପଚାରୁଛନ୍ତି, ‘କ୍ରାକ୍‌’  ବିଫଳ ହେବା ପରେ କେମିତି  ଅନୁଭବ ହେଲା? ବହୁତ ଭଲ ଅନୁଭବ  ବୋଲି ନୋରା ଉତ୍ତର ଦିଅନ୍ତି । କାରଣ ସେ  ନିଜକୁ ଜଣେ ବକ୍ସ-ଅଫିସ୍‌ କଳାକାର ବୋଲି  ଭାବନ୍ତି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.