ଜ୍ୟାକ୍‌ଲିନଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ ନୋରା ଫତେହୀ

Published By : Prameya-News7 Bureau | December 12, 2022 IST

ମୁମ୍ବାଇ: ସିଂହଳୀ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ ନୋରା ଫତେହୀ। ଜ୍ୟାକଲିନ ଦୁର୍ଭାଗ୍ୟପୂର୍ଣ୍ଣ ଭାବରେ ମାନହାନୀ ହେଲା ଭଳି ଅଭିଯୋଗ ଲଗାଇବା ପରେ ନୋରା ତାଙ୍କ ବିରୋଧରେ ଏହି ମାମଲା କରିଛନ୍ତି।  

ନୋରା ତାଙ୍କ ଆବେଦନରେ ଦର୍ଶାଇଛନ୍ତି “ ଜ୍ୟାକ୍‌ଲିନ ନିଜ ସ୍ୱାର୍ଥ୍ୟ ପାଇଁ ନୋରାଙ୍କ କ୍ୟାରିୟର ବଳି ପକାଇବାକୁ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଯଦିଓ ଉଭୟ ସମାନ ଇଣ୍ଡଷ୍ଟ୍ରୀରେ କାମ କରୁଛନ୍ତି ଓ ବଲିଉଡ୍‌ରେ ଉଭୟଙ୍କର ପୃଷ୍ଠଭୂମି ମଧ୍ୟ ସମାନ।” ଠକ ଶୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଲୁଟ୍‌ ମାମଲାରେ ଇଡି ଉଭୟ ନୋରା ଓ ଜ୍ୟାକ୍‌ଲିନଙ୍କୁ ଜେରା କରିଥିଲା। ଉଭୟ ଅଭିନେତ୍ରୀ ସୁକେଶ ଠାରୁ ଦାମି ଦାମି ଉପହାର ନେଇଥିବା ଅଭିଯୋଗ ହୋଇଥିଲା।

ତେବେ ଜ୍ୟାକଲିନ ନିଜକୁ ମାମଲାରେ ସୁରକ୍ଷା ଦେବାକୁ ଯାଇ ପିଏମ୍‌ଏଲ୍‌ଏ କୋର୍ଟରେ ଲିଖିତ ଭାବେ ନିବେଦନ କରିଥିଲେ। ଯେଉଁଥିରେ ସେ ନୋରାଙ୍କ ନାଁ ଉଲ୍ଲେଖ କରିଥିଲେ। ସେ ଲେଖିଥିଲେ ଯେ ତାଙ୍କୁ ଏଥିରେ ଅଯଥାରେ ଫସାଯାଉଛି। ଯେତେବେଳେ ନୋରାଙ୍କ ଭଳି ସେଲିବ୍ରେଟି୍‌ ସୁକେଶଙ୍କ ଠାରୁ ଉପହାର ନେଇ ତାଙ୍କୁ ସାକ୍ଷୀ କରାଯାଉଛି ବୋଲି ଜ୍ୟାକିଲିନ ତାଙ୍କ ନିବେଦନ ପତ୍ରରେ ଲେଖିଛନ୍ତି। ଏପଟେ ନୋରା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସୁକେଶର ଠକେଇ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ନୋରା କହିଛନ୍ତି।   

ତେବେ କେବଳ ଜ୍ୟାକିଲିନଙ୍କ ବିରୋଧରେ ନୁହଁନ୍ତି ନୋରା କିଛି ଗଣମାଧ୍ୟମ ଉପରେ ବି ମାନହାନୀ ମକଦ୍ଦମା କରିଛନ୍ତି। ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ଇଙ୍ଗିତରେ କିଛି ମିଡିଆ ହାଉସ୍‌ ନୋରାଙ୍କ ପଛରେ ପଡ଼ିଯାଇଛନ୍ତି। ଯାହା କେଉଁ ଭିଡ଼ ହିଂସା ଠାରୁ ବି କମ ନୁହେଁ ବୋଲି ନୋରା ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.