ନୋରା ଦେଖାଇବେ ପୁଣି ଜଲୱା, ଆସିବ ‘ଦିଲ୍‌ବର-୨’

Published By : Prameya-News7 Bureau | June 07, 2024 IST

ମୁମ୍ଵାଇ ୦୭।୦୬: ଚମତ୍କାର ନୃତ୍ୟଶିଳ୍ପୀରୁ କଳାକାର ଭାବେ ବେଶ ଲୋକପ୍ରିୟତା  ପାଇଛନ୍ତି ନୋରା ଫତେହି । ହଟ୍‌କେ ଡ୍ୟାନ୍ସ ଷ୍ଟେପ୍‌ ଓ ବବ୍‌ଲି  ବ୍ୟକ୍ତିତ୍ୱ ପାଇଁ ସେ ସର୍ବଦା ଫ୍ୟାନ୍‌ଙ୍କର ପ୍ରିୟଭାଜନ ହୋଇଛନ୍ତି ।  ‘ଦିଲ୍‌ବର’, ‘ସାକି ସାକି’ ଓ ଆହୁରି ଅନେକ ଆଇଟମ୍‌ ନମ୍ବର ଦର୍ଶକଙ୍କୁ ସେ ଭେଟି ଦେଇଛନ୍ତି । ସବୁ ଗୀତରେ ତାଙ୍କ ସିଗ୍‌ନେଚର  ଷ୍ଟେପ୍‌ ସର୍ବଦା ଟ୍ରେଣ୍ଡ୍‌ ପାଲଟିଯାଏ । ଏବେ ଚର୍ଚ୍ଚା ହେଉଛି, ‘ଦିଲ୍‌ବର ୨.୦’ ସହିତ ପୁଣି ଥରେ ନୂଆ ଅବତାରରେ ନଜର ଆସିବେ ନୋରା ।  ଏହି ଖବର ଆସିବା ପରଠୁ ଫ୍ୟାନ୍‌ଙ୍କ ଉତ୍ସାହ ବଢ଼ିଯାଇଛି । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ,  ନୋରାଙ୍କୁ ଏକ ମ୍ୟୁଜିକ୍‌ ଭିଡିଓରେ କାଷ୍ଟ୍‌ କରାଯାଇଛି, ଯେଉଁଥିରେ  ରଫତାର ଓ ସୁଖ-ଇ ଯୋଗ ଦେଇଛନ୍ତି । ଏକ ପାର୍ଟି ଗୀତରେ  ନଜର ଆସିବେ ନୋରା । ନିକଟରେ ଅଭିନେତା କୁନାଲ ଖେମୁଙ୍କ  ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ‘ମଡଗାଓଁ ଏକ୍ସପ୍ରେସ୍‌’ରେ ଶେଷ ଥର ନଜର  ଆସିଥିଲେ ନୋରା । ଏଥିରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିଲେ  ପ୍ରତୀକ ଗାନ୍ଧି, ଅବିନାଶ ତିୱରୀ ଓ ଦିବ୍ୟେନ୍ଦୁ ଶର୍ମା । ବିଦ୍ୟୁତ  ଜାମୱାଲଙ୍କ ଅଭିନୀତ ସ୍ପୋର୍ଟସ୍‌-ଆକ୍ସନ୍‌ ଡ୍ରାମା ‘କ୍ରାକ୍‌’ରେ ମଧ୍ୟ  ନୋରା ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିଲେ ।  ‘ଡ୍ୟାନ୍ସ ଦିୱାନେ ଜୁନିୟର୍ସ’ ଓ ‘ଝଲକ୍‌ ଦିଖ୍‌ଲା ଯା   ୧୦’ରେ ବିଚାରକ ଭାବେ ତାଙ୍କୁ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.