ନୋରାଙ୍କୁ ପ୍ରେମରେ ମିଳିଥିଲା ଧୋକା, କହିଲେ-ସେତେବେଳେ ମୋ ସହ ବି ଏମିତି...

Published By : Prameya-News7 Bureau | November 28, 2022 IST

ମୁମ୍ଵାଇ ୨୮।୧୧: ବଲିଉଡ୍‌ ଇଣ୍ଟଷ୍ଟ୍ରିର ହଟ୍‌ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ନୋରା ଫତେହି। ସେ ବେଲି ଡ୍ୟାନ୍ସ ପାଇଁ ବେଶ୍‌ ଜଣା ଶୁଣା। ତାଙ୍କ ଯାଦୁରେ ଅନେକ ଫ୍ୟାନ୍ସ ଦିୱାନ। ନିଜ ଫ୍ୟାଶନ୍ ସେନ୍ସ ପାଇଁ ସବୁବେଳେ ରୁହନ୍ତି ଲାଇମ୍‌ଲାଇଟ୍‌ରେ । ନୋରା 'ଝଲକ ଦିଖଲା ଜା ୧୦'ରେ ଜଜ୍ ଭାବରେ ନଜର ଆସିଛନ୍ତି। ଏକ ସମୟ ଥିଲା ଯେତେବେଳେ ନୋରାଙ୍କ ହୃଦୟ ଭାଙ୍ଗି ଯାଇଥିଲା। ଅଭିନେତ୍ରୀ ଏବେ ବି ସେ ସମୟକୁ ମନେ ରଖିଛନ୍ତି।

wp:html
/wp:html

ନିକଟରେ ବଡା ପଛତାଓ ଗେ ଗୀତରେ ଏକ ଡ୍ୟାନ୍ସ ପରଫର୍ମାନ୍ସ କୁ ଦେଖି ନୋରା ଅତ୍ୟନ୍ତ ଭାବପ୍ରବଣ ହୋଇଗଲେ। ତାଙ୍କ ଆଖିରୁ ଲୁହ ଆସିଗଲା। ବ୍ରେକଅପକୁ ନେଇ ନୋରା କହିଥିଲେ କି 'ବଡା ପଛତାଓଗେ' ଗୀତ ଏକ ଭଙ୍ଗା ହୃଦୟ ବିଷୟରେ କହିଥାଏ, କାରଣ ଏହି ଗୀତର ସୁଟିଂ ପୂର୍ବରୁ ମୁଁ ମଧ୍ୟ ସମାନ ପରିସ୍ଥିତି ଦେଇ ଗତି କରୁଥିଲି। ତାହା ମନେ ଅଛି। କହିବାକୁ ଗଲେ ବଡା ପଛତାଓଗେ ଗୀତ ପ୍ରେମରେ ବିଶ୍ୱାସଘାତକତା ଉପରେ ଆଧାରିତ।  ଏହି ଗୀତରେ ନୋରାଙ୍କ ସହ ବିକି କୌଶଲଙ୍କୁ ଦେଖିବାକୁ ମିଳିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୋରା ଫତେହିଙ୍କ ନାମ ଅଙ୍ଗଦ ବେଦୀ ସହିତ ଜଡିତ ଥିଲା। ନୋରା ଅଙ୍ଗଦ ବେଦୀଙ୍କ ସହ ସମ୍ପର୍କ ରଖିଥିଲେ, ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିଲା। ଅଙ୍ଗଦ ନେହାଙ୍କୁ ବିବାହ କରିଥିଲେ। ଅଙ୍ଗଦ ଏବଂ ନେହାଙ୍କର ଏକ ଝିଅ ଏବଂ ଗୋଟିଏ ପୁଅ ମଧ୍ୟ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.